ମୁଖ୍ୟ ଖବର
ମସ୍କୋ : ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୀର୍ଘ ୨୦ ବର୍ଷ ଧରି କ୍ଷମତାରେ ରହିଥିଲେ ମଧ୍ୟ ଏବେ ତାଙ୍କର ରାଷ୍ଟ୍ରପତି ପଦରୁ ଅବସର ନେବାର କୌଣସି ଯୋଜନା ନାହିଁ । ପୁଟିନ ୨୦୩୬ ପର୍ଯ୍ୟନ୍ତ କ୍ଷମତାରେ ରହିବାକୁ ଲକ୍ଷ୍ୟ ରଖିଛନ୍ତି ଏବଂ ସେତେବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିବ । ପୁଟିନଙ୍କ ବର୍ତ୍ତମାନର କାର୍ଯ୍ୟକାଳ ୨୦୨୪ ରେ ଶେଷ ହେବ ଏବଂ ଏହା ପରେ ସେ ଆଉ ୨ଟି ୬ ବର୍ଷର କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏହି ଅନୁସାରେ ସମ୍ବିଧାନ ସଂଶୋଧନ କରାଇବାରେ ପୁଟିନ ସକ୍ଷମ ହୋଇଛନ୍ତି । କରୋନା ମହାମାରୀ ସମୟରେ ରୁଷର ଆର୍ଥିକ ସଙ୍କଟ ଏବଂ ଅନ୍ୟ ସମସ୍ୟା ପାଇଁ ପୁଟିନଙ୍କ ଲୋକପି୍ରୟତା ଯଥେଷ୍ଟ କମିଥିଲେ ମଧ୍ୟ କ୍ଷମତାରେ ରହିବା ନିମନ୍ତେ ତାଙ୍କ ପାଇଁ କୌଣସି ପ୍ରତିବନ୍ଧକ ନାହିଁ ।
Comments ସମସ୍ତ ମତାମତ