Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଟିକେଟ ଆଶାୟୀ ପ୍ରତିଭା!

    Share on :
    ajab-Image
    Date: Jan 20, 2021    Views: 5091

    ଭୁବନେଶ୍ୱର: ବାଲେଶ୍ୱର ଓ ତିର୍ତ୍ତୋଲ ପରେ ଏବେ ପିପିଲି ଉପନିର୍ବାଚନ ଉପରେ ସମସ୍ତଙ୍କ ନଜର । ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ଏହି ବିଧାନସଭା ଆସନ ପାଇଁ ଆଗକୁ ଉପନିର୍ବାଚନ ।  ଆଉ କିଛି ମାସ ପରେ ଅନୁଷ୍ଠିତ ହେବ ପିପିଲ ଉପନିର୍ବାଚନ। ଏହାକୁ ନେଇ ରାଜ୍ୟ ରାଜନୀତି ହୋଇ ଉଠିଛି ସରଗରମ। ବିଜେଡି, ବିଜେପି ଓ କଂଗ୍ରେସ ପିପିଲି ଉପନିର୍ବାଚନକୁ ଆଖି ଆଗରେ ରଖି ଆରମ୍ଭ କରିଛନ୍ତି ଅଙ୍କକଷା  । କେଉଁ ଦଳ କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ସମସ୍ତଙ୍କ ନଜର ରହିଛି ।

     ଏହି ପରିପ୍ରେକ୍ଷୀରେ ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ,  ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଯାହାକୁ ଚାହିଁବେ, ମୁଁ ଗ୍ରହଣ କରିବି । ତେବେ ମୋତେ ସୁଯୋଗ ମିଳିଲେ ମୁଁ ଖୁସି ହେବି ବୋଲି ସେ କହିଛନ୍ତି । 

    ଉପନିର୍ବାଚନକୁ ଦୃଷ୍ଟିରେ ରଖି ପିପିଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ ଡେଲାଙ୍ଗ ବ୍ଲକରେ ଏବେ ରାଜନୈତିକ ତପôରତା ଲକ୍ଷ୍ୟ କରାଯାଉଛି । ଦିବଙ୍ଗତ ବିଧାୟକ ମହାରଥୀଙ୍କ ଧର୍ମପତ୍ନୀ ପ୍ରତିଭା ମହରାଥୀଙ୍କୁ ଆଗାମୀ ଉପନିର୍ବାଚନରେ ବିଜୁ ଜନତା ଦଳ ପକ୍ଷରୁ ପ୍ରାର୍ଥୀ କରିବା ପାଇଁ ନିବେଦନ କରିବାକୁ ଡେଲାଙ୍ଗ ବ୍ଲକ ବିଜେଡିର ସାଧାରଣ ପରିଷଦ ବୈଠକ ନିଷ୍ପତ୍ତି  ହୋଇଥିଲା । 

    ଏ କ୍ଷେତ୍ରରେ ବିରୋଧୀ ଦଳ ଶିବିର ମଧ୍ୟ ଖୁବ ଚଳଚଞ୍ଚଳ ରହିଛି । ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଶି୍ରତ ପଟ୍ଟନାୟକଙ୍କୁ ୨୦୧୯ ନିର୍ବାଚନରେ ପ୍ରାର୍ଥୀ କରାଯାଇଥିଲା । ସେ ଦ୍ୱିତୀୟ ସ୍ଥାନରେ ରହିଥିଲେ । ଦଳର ଜିଲ୍ଲା ସଭାପତି ଭାବେ ଏହି ପଦ ପାଇଁ ସେ ପ୍ରଥମ ଦାବିଦାର ରହିଥିଲେ ମଧ୍ୟ ବିଜେପିର ବରିଷ୍ଠ କର୍ମକର୍ତ୍ତା ଦିବଂଗତ ପ୍ରଫୁଲ୍ଲ ପ୍ରସାଦ ଗଜେନ୍ଦ୍ରଙ୍କ ପୁଅ ସମୀର ଗଜେନ୍ଦ୍ର, ଗତ ପଞ୍ଚାୟତ ନିର୍ବାଚନରେ ୨ଟି ପଞ୍ଚାୟତର ଉତ୍ତମ ପ୍ରଦର୍ଶନ କରିଥିବା ସମିତି ସଭ୍ୟ ଦୁର୍ଗାଚରଣ ରାଉତରାୟ ଦଳୀୟ ଟିକସ ପାଇଁ ଲବି ଆରମ୍ଭ କରିଦେଇଛନ୍ତି ।

    ଅନ୍ୟ ପକ୍ଷରେ କଂଗ୍ରେସ ଶିବିରରେ ମଧ୍ୟ ପ୍ରାର୍ଥୀ ପାଇଁ ଜୋରଦାର ଲବି ଆରମ୍ଭ ହୋଇଛି । ୨୦୧୯ ନିର୍ବାଚନରେ କଂଗ୍ରେସ ଏଠାରେ ଯୁବନେତା ଅଜିତ ମଙ୍ଗରାଜଙ୍କୁ ପ୍ରାର୍ଥୀ କରିଥିଲା । ଦଳର ପୂର୍ବତନ ନେତା ଦଳ ପରିବର୍ତ୍ତନ କରିବା ଯୋଗୁଁ ଅଜିତଙ୍କ ପରାଜୟ ହୋଇଥିଲା । ଚଳିତ ଉପନିର୍ବାଚନ ପୂର୍ବରୁ ତାଙ୍କୁ ଦଳର ଜିଲ୍ଲା ସଭାପତି ଭାବେ ଅବସ୍ଥାପିତ କରାଯାଇଥିବାରୁ ସେ ପ୍ରାର୍ଥୀ ପାଇଁ ପ୍ରଥମ ଦାବିଦାର ଥିବା ବେଳେ ଦଳର ମୁଖପାତ୍ର ତଥା ଆଇନଜୀବୀ ନିଶିକାନ୍ତ ମିଶ୍ର, ମହିଳା ସାମ୍ମୁଖ୍ୟ ସମ୍ପାଦିକା ନିରୁପମା ପାତ୍ର, ରାଜ୍ୟ କଂଗ୍ରେସ ସମ୍ପାଦକ ଜ୍ଞାନରଞ୍ଜନ ପଟ୍ଟନାୟକଙ୍କ ସମେତ ମଧ୍ୟ ତାଙ୍କ ଜନସମ୍ପର୍କକୁ ନେଇ ଦଳୀୟ ଟିକସ ହାସଲ ଉଦ୍ୟମ ଜାରି ରଖିଛନ୍ତି । 

     

    Maximum 500 characters

    ରାଜନୀତି View all

    Find Us on Facebook