Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ମୋଦୀ ଯାହା କହନ୍ତି ସେୟା କରନ୍ତି: ପ୍ରତାପ

    Share on :
    ajab-Image
    Date: Jun 3, 2020    Views: 4457

    ଭୁବନେଶ୍ୱର:  ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯାହା କହନ୍ତି ସେୟା କରନ୍ତି । କାମ ମୋଦୀଙ୍କ କଥା ମାନେ ।  ଏଭଳି କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ।  ମୋଦୀ ସରକାରଙ୍କ  ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଷଡ଼ଙ୍ଗୀ  ଏହା କହିଛନ୍ତି । 

    ସେ କହିଛନ୍ତି ଯେ,  ପୂର୍ବରୁ ଜଣେ ପ୍ରଧାନମନ୍ତ୍ରୀ ଥିଲେ । ତାଙ୍କ ପାଖକୁ ଲୋକ ପ୍ରତିନିଧି ଯାଇଥିଲେ ।  ଓଡ଼ିଶାର ସବୁ ଦଳର ପ୍ରତିନିଧି ତାଙ୍କ ପାଖକୁ ଯାଇ ଅନୁଦାନ ମାଗିଥିଲେ ।  ତେବେ ଟଙ୍କା କ’ଣ ଗଛରେ ଫଳେ କି ବୋଲି ସମ୍ପୃକ୍ତ ପ୍ରଧାନମନ୍ତ୍ରୀ ତାଚ୍ଛଲ୍ୟ କରି କହିଥିଲେ । 

    ତେବେ ମୋଦୀ ସରକାରଙ୍କୁ କିଛି କଥା ମାଗିବାକୁ ପଡେ଼ନାହିଁ । ସେ ଛାଏଁ ଦିଅନ୍ତି ।  ମଇ ୨୧ରେ ବାତ୍ୟା ସରିଲା । ୨୨ରେ ମୋଦୀ ପହଞ୍ଚି ୫୦୦ କୋଟି ଘୋଷଣା କଲେ ।  ଘୋଷଣାର ୨୪ ଘଣ୍ଟା ନପୁରୁଣୁ ଓଡ଼ିଶାକୁ ୫୦୦କୋଟି ମିଳିଗଲା ।  ରେଳ ବଜେଟରେ ଓଡ଼ିଶାକୁ ପୂର୍ବରୁ ୭ଶହ, ୮ଶହ କୋଟି ମିଳୁଥିଲା ।  ଏବେ ଓଡ଼ିଶାକୁ କୌଣସି ବର୍ଷ ୫ ହଜାର କୋଟି ତଳକୁ ମିଳୁନି ।  ଓଡ଼ିଶାରେ ତଳ ସ୍ତରରେ ଥିବା ପ୍ରତିଭାଙ୍କୁ ମୋଦୀ ଖୋଜି ବାହାର କରିଛନ୍ତି ବୋଲି  କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି । 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook