Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ‘ଏମଏସଏମଇ ପ୍ୟାକେଜ ନୂଆ ଆଶା ଆଣିଛି’

    Share on :
    ajab-Image
    Date: May 14, 2020    Views: 3272

    ଭୁବନେଶ୍ୱର: ଏମଏସଏମଇ ପ୍ୟାକେଜ ନୂଆ ଆଶା ଆଣିଛି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି । ଏମଏସଏମଇ କ୍ଷେତ୍ରକୁ ୩ ଲକ୍ଷ କୋଟିର ଋଣ ପ୍ରଦାନ ଘୋଷଣା ପ୍ରସଙ୍ଗରେ ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ଏହା କହିଛନ୍ତି ।  ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଘୋଷଣାକୁ ସ୍ୱାଗତ କରିବା ସ ହ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ଯେ,  କେନ୍ଦ୍ରର ଏମଏସଏମଇ ପ୍ୟାକେଜ ଲଘୁ, ମଧ୍ୟମ ଶିଳ୍ପ ଲାଗି ନୂଆ ଆଶା ଆଣିଛି ।  ଏହି ପ୍ୟାକେଜ ଦେଶର ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେବ ।  ବହୁ ସଂଖ୍ୟାରେ କର୍ମନିଯୁକ୍ତି ସୃଷ୍ଟି ହେବା ସହ  ଶ୍ରମିକଙ୍କ ସମସ୍ୟା ଦୂର ହେବ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ପ୍ୟାକେଜକୁ ବିରୋଧ କରୁଥିବାରୁ କଂଗ୍ରେସକୁ ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ସମାଲୋଚନା କରିଛନ୍ତି । 

    ପ୍ରକାଶ ଯେ, କରୋନା ଯୋଗୁଁ ସୃଷ୍ଟି ହୋଇଥିବା ଆର୍ଥିକ ସଙ୍କଟର ମୁକାବିଲା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଯେଉଁ ୨୦ ଲକ୍ଷ କୋଟି ଟଙ୍କାର ପ୍ୟା‌କେଜ୍‌ ଘୋଷଣା କରିଥିଲେ ସେଥିରେ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମଇ)କୁ ବିଶେଷ ଗୁରୁତ୍ବ ଦିଆଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏସଂପର୍କରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଲକ୍ ଡାଉନ୍ ଯୋଗୁଁ ସର୍ବାଧିକ କ୍ଷତିଗ୍ରସ୍ତ ଏମ୍ଏସ୍‌ଏମ୍‌ଇ ଶିଳ୍ପ ପାଇଁ ୩ ଲକ୍ଷ କୋଟି ଟଙ୍କାର ବନ୍ଧକମୁକ୍ତ ଋଣ ଦିଆଯିବ।  ଏମ୍ଏସ୍‌ଏମ୍‌ଇ ଶିଳ୍ପ ପାଇଁ ୩ ଲକ୍ଷ କୋଟି ଟଙ୍କାର ବନ୍ଧକମୁକ୍ତ ଋଣ, ୨୦ ହଜାର କୋଟି ଟଙ୍କାର ସବଅର୍ଡିନେଟ୍ ଋଣ ଓ ୫୦ ହଜାର କୋଟି ଟଙ୍କାର ଫଣ୍ଡସ୍‌ ଅଫ୍‌ ଫଣ୍ଡ୍‌ ବିଷୟରେ ଘୋଷଣା କରାଯାଇଛି। ସରକାରୀ କ୍ରୟ ପ୍ରକ୍ରିୟାର ଲାଭ ଏମ୍ଏସ୍‌ଏମ୍ଇ ପର୍ୟ୍ୟନ୍ତ ପହଞ୍ଚାଇବା ଲାଗି ୨୦୦ କୋଟି ଟଙ୍କା ପର୍ୟ୍ୟନ୍ତ କାରବାର ପାଇଁ ବିଶ୍ବ ସ୍ତରୀୟ ‌ଟେଣ୍ଡର୍‌ ଆହ୍ବାନ ନକରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥି ସହିତ ସରକାର ଏମ୍ଏସ୍‌ଏମ୍‌ଇଗୁଡ଼ିକର ସଂଜ୍ଞା ବଦଳାଇ ଦେଇଛନ୍ତି। ନିବେଶ ଏବଂ କାରବାର ଆଧାରରେ ସେମାନଙ୍କ ବର୍ଗୀକରଣ କରାଯାଇଛି।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook