Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଆଉ ଏକ ବିବାଦରେ ଛନ୍ଦି ହୋଇପଡିଛନ୍ତି ପ୍ରତାପ

    Share on :
    ajab-Image
    Date: Feb 25, 2021    Views: 4602

    କଟକ:  ମାହାଙ୍ଗା ଡବଲ ମର୍ଡରକୁ ନେଇ ଅଡୁଆ ତୁଟିନଥିବା ବେଳେ ଆଉ ଏକ ବିବାଦରେ ଛନ୍ଦି ହୋଇ ପଡିଛନ୍ତି ମନ୍ତ୍ରୀ ପ୍ରତାପ ଜେନା ।
    ମାହାଙ୍ଗା ଭିତରକୁ ପଶିଲେ ମନ୍ତ୍ରୀଙ୍କ ଗାଡି ଆଗରେ ଆତ୍ମହତ୍ୟା କରିବାକୁ ଧମକ୍ ଦେଇଛନ୍ତି ବାଜପୁର ପଞ୍ଚାୟତର ମୃତ ଦିପ୍ତିକାନ୍ତ ସାହୁଙ୍କ ଭାଇ ଦିଲ୍ଲୀପ ସାହୁ । ତେବେ ଦିପ୍ତିକାନ୍ତ ସାହୁଙ୍କୁ ୨୦୧୪ ମସିହାରେ ଅତି ନିର୍ମମ ଭାବରେ ହତ୍ୟା କରାଯାଇଥିଲା  । ସେତେବେଳେ ମଧ୍ୟ ଏହି ହତ୍ୟାକାଣ୍ଡ ପଛରେ ମନ୍ତ୍ରୀଙ୍କ ହାତ ଥିବା ଅଭିଯୋଗ ହୋଇଥିବା ବେଳେ ଏପର୍ୟ୍ୟନ୍ତ ଏହି ମାମଲାର ତଦନ୍ତ ହେଉନାହିଁ କି ଅଭିଯୁକ୍ତମାନଙ୍କୁ ବି ଗିରଫ କରାଯାଉନାହିଁ । ଦୀର୍ଘ ୭ ବର୍ଷ ପରେ ବି ଏହି ମାମଲାରେ ମାହାଙ୍ଗା ପୋଲିସ୍ ର ହାତ ଖାଲି ଯାହାକୁ ନେଇ ଏବେ ପ୍ରତିବାଦର ସ୍ୱର ଉଠାଇଛନ୍ତି ମୃତ ଦିପ୍ତିକାନ୍ତଙ୍କ ପରିବାର ଲୋକ । ଏହି ମାମଲାରେ ଦିପ୍ତିକାନ୍ତଙ୍କ ପରିବାର ବାରମ୍ବାର ପୋଲିସ୍ ରେ ଅଭିଯୋଗ କରିବା ପରେ ବି ପୋଲିସ୍ ଏହି ଦିଗରେ ତଦନ୍ତ କରୁନଥିବା ଅଭିଯୋଗ ଦିପ୍ତିକାନ୍ତଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ୨୮ ଫେବୃଆରୀ ୨୦୧୪ରେ ବାଜପୁର ପଞ୍ଚାୟତରେ ଦିଲ୍ଲୀପଙ୍କ ଭାଇ ଦିପ୍ତିକାନ୍ତଙ୍କୁ ହତ୍ୟା କରାଯାଇଥିଲା ମାତ୍ର କାହିଁକି ଏ ପର୍ୟ୍ୟନ୍ତ ପ୍ରକୃତ ଦୋଷୀ ମାନଙ୍କୁ ଦରାଯାଇ ପାରିନାହିଁ ବୋଲି ପ୍ରଶ୍ନ କରିଛନ୍ତି ଦିଲ୍ଲୀପ ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook