Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ବିଜେପି ଯାହା କରିବା କଥା କରୁ: ପ୍ରତାପ

    Share on :
    ajab-Image
    Date: Jan 4, 2021    Views: 3882

    ଭୁବନେଶ୍ୱର: ବିଜେପି ଯାହା କରିବା କଥା କରୁ । ଆମେ ଯାହା କରିବା କଥା କରିବୁ । ମହାଙ୍ଗା ବିଜେପି ନେତାଙ୍କ ହତ୍ୟା ଓ  ନିଜ ନାମରେ ଏତଲା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଏହା କହିଛନ୍ତି  ଆଇନମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା । 

    ସେ କହିଛନ୍ତି ଯେ, ଓଡ଼ିଶାରେ କିଛି ଘଟିଲେ ଦୋଷୀ ଗିରଫ ହୋଇ ଦଣ୍ଡପାଇବା ଲକ୍ଷ୍ୟ ହେଉ ।  ବିରୋଧୀ ରାଜନୈତିକ ଦଳ ଏହା ଚାହାନ୍ତି କି ନାହିଁ ତାହା ବଡ଼ ପ୍ରଶ୍ନବାଚୀ ।  ବିଜେପି ଘଟଣାକୁ ରାଜନୈତିକ ରୂପ ଦେବାକୁ ଚାହୁଁଛି ।  ଆମ ନାମରେ ଯେଉଁ ଏତଲା ହୋଇଛି, ତଦନ୍ତ ହେଲେ ତାହାର ସତ୍ୟାସତ୍ୟ ଜଣାପଡ଼ିବ ।  ବ୍ୟକ୍ତିଗତ ଭାବେ ଉଦ୍ୟମ ରହିବ କି ଦୋଷୀ ଗିରଫ ହୋଇ ଦଣ୍ଡ ପାଆନ୍ତୁ ।  ବିଜେପି ଯାହା କରିବା କଥା କରୁ । ଆମେ ଯାହା କରିବା କଥା କରିବୁ ବୋଲି ଆଇନମନ୍ତ୍ରୀ  ପ୍ରତାପ ଜେନା କହିଛନ୍ତି । 

    ପ୍ରକାଶ ଯେ, ଶନିବାର ରାତି ପ୍ରାୟ ସାଢେ଼ ୭ଟା ସମୟରେ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଗାଁ ନୃତ୍ତାଙ୍ଗକୁ ଫେରୁଥିଲେ । ଯଁକୋଟି ବ୍ରାହ୍ମଣସାହି ନିକଟରେ ୬ ରୁ ଅଧିକ ଦୁର୍ବୃତ୍ତ ଅତର୍କିତ ଭାବେ ମାରଣାସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲେ । କୁଳମଣି ଓ ଦିବ୍ୟସିଂହ ବାଇକରୁ ପଡ଼ିଯିବା ପରେ ଦୁର୍ବୃତ୍ତମାନେ ଉଭୟଙ୍କ ମୁଣ୍ଡ ଓ ମୁହଁକୁ ହାଣି ଫେରାର ହୋଇଯାଇଥିଲେ । ୧୦୮ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ ମାହାଙ୍ଗା ଡାକ୍ତରଖାନାକୁ ନେଇଥିଲା । ଏଥିରେ ବିଜେଡ଼ିର ହାତ ରହିଛି ବୋଲି କୁଳମଣିଙ୍କ ପୁଅ ଅଭିଯୋଗ କରିଛନ୍ତି  ।

      ଏଥିରେ ମନ୍ତ୍ରୀଙ୍କର ହାତ ରହିଛି ବୋଲି କୁଳମଣିଙ୍କ ପୁଅ ଅଭିଯୋଗ ଆଣିଛନ୍ତି  । ତେବେ ଏନେଇ ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା  । ସେ ଘଟଣାକୁ ନିନ୍ଦା କରିଛନ୍ତି । ସେ କହିଛନ୍ତିଯେ, ଘଟଣାକୁ ନେଇ ସେ ଦୁଃଖିତ ଓ ମର୍ମାହତ  । ରାଜନୀତିରେ ହିଂସାର ସ୍ଥାନ ନାହିଁ  । କୁଳମଣିଙ୍କୁ ଯିଏ ହତ୍ୟା କରିଛନ୍ତି ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତାପ କହିଛନ୍ତି  ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook