Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ନିରଞ୍ଜନ ଛୋଟ ପିଲା ଭଳି ମନ୍ତବ୍ୟ ଦେଇଛନ୍ତି: ପ୍ରତାପ

    Share on :
    ajab-Image
    Date: Oct 15, 2020    Views: 3952

    ଭୁବନେଶ୍ୱର:  ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଛୋଟ ପିଲା ଭଳି ମନ୍ତବ୍ୟ ଦେଉଛନ୍ତି । ଏକଥା  ଆମେ କହୁ ନାହୁଁ, ଆଇନ ମନ୍ତ୍ରୀ ପ୍ରତାପ ଜେନା ଏଭଳି କହିଛନ୍ତି । ପୂର୍ବତନ ବାଚସ୍ପତି ଶରତ କରଙ୍କୁ ଗାର୍ଡ ଅଫ ଅନର ଦିଆନଯିବା ପ୍ରସଙ୍ଗରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ଆରୋପର ଜବାବ ରଖିବା ଅଭିଯୋଗରେ ପ୍ରତାପ ଜେନା  ଏଭଳି କହିଛନ୍ତି ।

    ଶ୍ରୀ ଜେନା କହିଛନ୍ତି ଯେ,  ଗାର୍ଡ ଅଫ ଅନର ପାଇଁ  ପ୍ରସ୍ତୁତି ସରିଥିଲା । କିନ୍ତୁ ସନ୍ଧ୍ୟା ଯୋଗୁଁ ଦିଆଯାଇପାରିଲା ନାହିଁ ।  ପରିବାରର ଇଚ୍ଛା ଓ କୋଭିଡ କଟକଣା ମାନି ସବୁ କିଛି କରାଗଲା ।  କୋଭିଡ ଆକ୍ରାନ୍ତ ଥିବାରୁ ମରଶରୀରକୁ ବିଧାନସଭା ନିଆଯାଇ ପାରିଲା ନାହିଁ ।  ଶେଷ ସମ୍ପାନ ଜଣାଇବାକୁ ମୁଖ୍ୟମନ୍ତ୍ରୀ ନବୀନ  ପଟ୍ଟନାୟକ ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ପଠାଇଥିଲେ ବୋଲି ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । 

    ପ୍ରକାଶ ଯେ,  ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବାଚସ୍ପତି  ସ୍ୱର୍ଗତଃ ଶରତ କୁମାର କରଙ୍କୁ ରାଜ୍ୟ ସରକାର ଉପଯୁକ୍ତ ସମ୍ମାନ ​‌ଦେଇ ନାହାନ୍ତି ବୋଲି  ଅଭିଯୋଗ କରିଥିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଏ ସମ୍ପର୍କରେ ପିସିସି ସଭାପତି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ନିଜର କ୍ଷୋଭ ବ୍ୟକ୍ତ କରିଥିଲେ । ଏହି ଚିଠିରେ ସେ କେତେକ ଗୁରୁତ୍ଵପୂଣ୍ଣ ପ୍ରସଙ୍ଗ ଉଲ୍ଲେଖ କରିଛନ୍ତି । ପିସିସି ସଭାପତି କହିଥିଲେ ଯେ   ସ୍ୱର୍ଗତ କର ଜଣେ ବରିଷ୍ଠ ରାଜନୈତିକ ନେତା ଥିଲେ। ଏହାକୁ କେହି ଅସ୍ୱୀକାର କରିବେ ନାହିଁ। ସେ ବିଧାୟକ ଥିଲେ, ମନ୍ତ୍ରୀ ଥିଲେ, ସାଂସଦ, ଏପରିକି ବିଧାନସଭାର ବାଚସ୍ପତି ମଧ୍ୟ ଥିଲେ। ଜଣେ ସୁସାହିତ୍ୟିକ, ସୁବକ୍ତା ଓ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ ଥିଲେ। ତାଙ୍କର ଦେହତ୍ୟାଗ ପରେ ପିଲାମାନେ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ଇଚ୍ଛା ପୂରଣ କରିବା ପାଇଁ ସରକାରଙ୍କୁ ପ୍ରାର୍ଥନା କଲେ। ମାତ୍ର ପୂର୍ବତନ ବାଚସ୍ପତି  ଶରତବାବୁଙ୍କ ଶରୀରକୁ  ସ୍ବର୍ଗଦ୍ବାରରେ ଦାହ କରିବା ପାଇଁ ଅନୁମତି  ମିଳିଲା ନାହିଁ ।

    ସେହିପରି ବହୁ ପୂର୍ବତନ ବିଧାୟକ ଓ ବିଧାୟକଙ୍କ ପରଲୋକପରେ ତାଙ୍କୁ ଅନ୍ତିମ ବିଦାୟ କାଳରେ ରାଷ୍ଟ୍ରୀୟ ମର୍ୟ୍ୟାଦା ଦିଆଯାଇଥିବା ନଜିର ରହିଛି । ମାତ୍ର କ’ଣ ପାଇଁ ଶରତବାବୁଙ୍କ ଭଳି ଏପରି ଜଣେ ବିଶିଷ୍ଟ ଲୋକଙ୍କୁ ରାଷ୍ଟ୍ରୀୟ ମର୍ୟ୍ୟାଦା ସରକାରଙ୍କ ତରଫରୁ ଦିଆଗଲା ନାହିଁ ତାହା ଅବୋଧ୍ୟ । ଏହା ମୁଖ୍ୟମନ୍ତ୍ରୀ ଜାଣିଛନ୍ତି କି ନାହିଁ ମୁଁ ଜାଣେ ନାହିଁ। ଯଦି ମୁଖ୍ୟମନ୍ତ୍ରୀ ଏ ସଂପର୍କରେ ନ ଜାଣିଛନ୍ତି ଦୟାକରି ଏହାର କାରଣ ବୁଝନ୍ତୁ, କାହା ସ୍ୱାର୍ଥରେ ଓ କେଉଁମାନଙ୍କ ଦାୟିତ୍ୱହୀନତା ପାଇଁ ଆଜି ଓଡିଶାରେ ଏଭଳି ଏକ ଅପମାନସୂଚକ କାର୍ୟ୍ୟ ହୋଇଛି ସେ ସଂପର୍କରେ ତଦନ୍ତ କରି ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ଜଣେ ସୁନାମଧନ୍ୟ ବ୍ୟକ୍ତି ଏବଂ ବିଧାନସଭାର ବାଚସ୍ପତି ଥିବା ସତ୍ୱେ ତାଙ୍କ ମରଶରୀରକୁ ବିଧାନସଭାକୁ ମଧ୍ୟ ନିଆଗଲା ନାହିଁ। ଏହା କିପରି ମନୋଭାବ? ସରକାର କିପରି କାର୍ୟ୍ୟ କରୁଛନ୍ତି ଏହାକୁ ଓଡିଶାବାସୀ ବିଚାର କରିବା ଦରକାର ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook