Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଭଉଣୀ ଗାଳି ଦେଲା ବୋଲି ନିଜ ଦେହରେ ନିଅାଁ ଲଗାଇ ଦେଲା ନବମ ଶ୍ରେଣୀର ଛାତ୍ର

ଟଙ୍କା ପାଇଁ ହାଣିଲେ, ବାଇକ ଲୁଟିନେଲେ

ଉଠା ଦୋକାନୀଙ୍କ ତାଲିକା ମିଳିବା ପରେ ଥଇଥାନ ବ୍ୟବସ୍ଥା କରାଯିବ : ମନ୍ତ୍ରୀ

ବୋକୋରୋରେ ଦୁଇ ଯବାନ ସହିଦ, ଜଣେ ଆହତ

ଉତର ପୂର୍ବାଂଚଳରେ ୧୧ ଘଂଟିଆ ବନ୍ଦ ଡାକରା : ଦୋକାନ, କଲେଜ ସବୁ ବନ୍ଦ

ଗୁମ୍ଫା ଭିତରୁ ଯୁବକଙ୍କ ଶବ ଉଦ୍ଧାର

ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଉଚ୍ଛେଦକୁ ବିରୋଧ କଲେ ବ୍ୟବସାୟୀ ଓ ନେତା, ଦାବି : ‘ଆଗ ଥଇଥାନ, ପଛରେ ଉଚ୍ଛେଦ’

banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ରାଜ୍ୟ ସରକାର ଚୁପ ବସିନାହାନ୍ତି: ପ୍ରତାପ ଜେନା

    Share on :
    ajab-Image
    Date: Oct 29, 2019    Views: 1149

    ଭୁବନେଶ୍ୱର: ରାଜ୍ୟ ସରକାର ଚୁପ ବସିନାହାନ୍ତି ।  ଶ୍ରୀମନ୍ଦିରର ସୁରକ୍ଷା ପାଇଁ ରାଜ୍ୟ ସରକାର ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି ବୋଲି ଆଇନମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ।  ରତ୍ନଭଣ୍ଡାର ଯାଞ୍ଚ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିରୋଧୀ ଦଳ ନେତା ପ୍ରଦୀପ୍ତ  ନାୟକଙ୍କ ଚିଠି ପ୍ରସଙ୍ଗରେ ମନ୍ତ୍ରୀ ଶ୍ରୀ ଜେନା ଏହା କହିଛନ୍ତି ।   
    ଏହାଛଡ଼ା ସେ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ଚିଠି ମିଳିନାହିଁ । ମିଳିଲେ ତର୍ଜମା କରାଯିବ । ରାଜ୍ୟ ସରକାର ଚୁପ ବସିନାହାନ୍ତି । ତଦନ୍ତ କମିଶନ ଗଠନ କରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି । 
    ପ୍ରକାଶ ଯେ, ଆଜି ବିରୋଧୀ ଦଳ ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକଙ୍କୁ ରତ୍ନଭଣ୍ଡାର ଯାଞ୍ଚ ପାଇଁ ଚିଠି ଲେଖିଥିଲେ ।  

    ପ୍ରଦୀପ୍ତ କହିଛନ୍ତି କି, ରାଜ୍ୟ ସରକାର ଏବେ ୫ଟି ଉପରେ ଗୁରୁତ୍ୱ ଦେଉଛନ୍ତି । ସେହି ୫ଟି ବ୍ୟବସ୍ଥାକୁ ମନ୍ଦିର ପ୍ରଶାସନିକ ବ୍ୟବସ୍ଥାରେ ଲାଗୁ କରନ୍ତୁ । ୫ଟିରେ ଥିବା ଦୁଇଟି ଟି, ଟ୍ରାନସପରେନ୍ସି ଓ ଟାଇମ କୁ ରାଜ୍ୟ ସରକାର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଲାଗୁ କରନ୍ତୁ । ନିର୍ଦ୍ଦିଷ୍ଟ ସମୟସୀମା ଓ ପୁରା ସ୍ୱଛତାରେ ରତ୍ନଭଣ୍ଡାରକୁ ଖୋଲି ଏହାର ଯାଂଚ ହେଉ । 

    ସେ ପୁଣି କହିଛନ୍ତି ଯେ, ୨୦୧୮ ମାର୍ଚ୍ଚ ୨୨ ରେ ରତ୍ନଭଣ୍ଡାର ଚାବି ହଜିଥିବା କଥା ପ୍ରଶାସନ ସ୍ୱୀକାର କରିଥିଲା । ବଢୁଥିବା ଜନଆକ୍ରୋଶ ଏବଂ ପ୍ରତିବାଦକୁ ପ୍ରଶମିତ କରିବା ପାଇଁ ରାଜ୍ୟ ସରକାର ଜୁନ ୮ରେ ଏକ ବିଚାର ବିଭାଗୀୟ ତଦନ୍ତ କମିଶନ ଘୋଷଣା କରିଲେ । ୩ ମାସ ଭିତରେ ରିପୋର୍ଟ ପ୍ରଦାନ ପାଇଁ ସମୟ ଧାର୍ୟ୍ୟ ହୋଇଥିଲା । ହେଲେ ରାଜ୍ୟ ସରକାର ଏହାର କାର୍ୟ୍ୟକାଳକୁ ଆଉ ୩ ମାସ ବୃଦ୍ଧି କରିଲେ । ୬ ମାସ ପରେ ୨୦୧୮ ନଭେମ୍ବର ୩୦ ରେ କମିଶନ ରିପୋର୍ଟ ପ୍ରଦାନ କଲେ । ରିପୋର୍ଟ ଆସିଲା  ହେଲେ ଫଳ ଶୂନ । ସରକାର ସେହି ତଦନ୍ତ ରିପୋର୍ଟକୁ ଚାପିଦେଲେ । ରତ୍ନଭଣ୍ଡାର କେବେ ଖୋଲାଯିବ ରାଜ୍ୟ ସରକାର ଏହା ଉପରେ କିଛି ପଦକ୍ଷେପ ନେଉନାହାନ୍ତି ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook