Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଗ୍ରୁପ-୩ କର୍ମଚାରୀଙ୍କ ପଦୋନ୍ନତି ପାଇଁ ସିସିଆର ଦରକାର ପଡ଼ିବନି: ମୁଖ୍ୟ ଶାସନ ସଚିବ

banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ବିଜେପିର ଡ୍ୟାମେଜ କଣ୍ଟ୍ରୋଲ: ପ୍ରତାପ

    Share on :
    ajab-Image
    Date: Jan 6, 2020    Views: 5170

    • ଭୁବନେଶ୍ୱର:  ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ଚାଲିଛି । କିଛି ସ୍ଥାନରେ ବ୍ୟାପକ ହିଂସା ବି ଦେଖାଦେଇଛି । ବିରୋଧୀ ସରକାରଙ୍କ ଉପରେ ଆକ୍ରମଣ ଜାରି ରଖିଛନ୍ତି । ତେବେ  ସିଏଏ ସପକ୍ଷରେ ବିଜେପି ପକ୍ଷରୁ ଜନଜାଗରଣ ଯାତ୍ରା ଆରମ୍ଭ କରାଯାଇଛି ।  ବିଜେପି ପକ୍ଷୀରୁ ସାରା ଦେଶରେ ସିଏଏ ଆଇନ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଉଛି । ଏହି ପରିପ୍ରେକ୍ଷୀରେ ସୋମବାର  ସିଏଏ ପାଇଁ କଟକରେ ବିଜେପି ପକ୍ଷରୁ ଏକ ଜନଜାଗରଣ ଶୋଭାଯାତ୍ରା କରାଯାଇଛି ।  ଏହି ଶୋଭାଯାତ୍ରାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇଛନ୍ତି । 
    •  
    • ଅନ୍ୟପକ୍ଷରେ ସିଏଏକୁ ନେଇ ବିଜେପିର ଜନସଚେତନତା ଅଭିଯାନକୁ  ବିଜେଡି ମୁଖପାତ୍ର ପ୍ରତାପ ଦେବ ସମାଲୋଚନା କରିଛନ୍ତି ।  ସେ ଏହାକୁ ବିଜେପିର ଡ୍ୟାମେଜ କଣ୍ଟ୍ରୋଲ ପାଇଁ ଏକ ପ୍ରୟାସ ବୋଲି କହିଛନ୍ତି ।  ପୂର୍ବରୁ ସଚେତନ କରିଥିଲେ ଏଭଳି ସମସ୍ୟା ସୃଷ୍ଟି ହୋଇନଥାନ୍ତା ବୋଲି ପ୍ରତାପ ଦେବ କହିଛନ୍ତି । 
    •  
    • ଅନ୍ୟପଟେ କଟକରେ ଆୟୋଜିତ ଶୋଭାଯାତ୍ରା ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ,  ସିଏଏକୁ  ନେଇ କଂଗ୍ରେସ ଅପପ୍ରଚାର କରୁଛି । ମୁସଲମାନମାନେ ଏହାକୁ ବିରୋଧ କରୁନାହାନ୍ତି ।  ମୋଦି ସରକାର ନ୍ୟାୟ ଦେବା ପାଇଁ ଏହି ଆଇନ କରିଛନ୍ତି ।  ନାଗରିକତା ଅଧିକାର ପ୍ରଦାନ କେନ୍ଦ୍ରର, ରାଜ୍ୟର କ୍ଷମତା ନାହିଁ ।  ଦେଶରେ ନର୍କ ଯନ୍ତ୍ରଣା ଭୋଗୁଥିବା ପ୍ରାୟ ୧ କୋଟି ଲୋକ ଉପକୃତ ହେବେ ।  ରାଜନୈତିକ ଉଦେ୍ଧଶ୍ୟ ରଖି ଏହାକୁ ବିରୋଧ କରାନଯାଉ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook