Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବିରୋଧୀଙ୍କୁ ଏଭଳି କହିଲେ ପ୍ରତାପ ଦେବ

    Share on :
    ajab-Image
    Date: Nov 22, 2020    Views: 3285

    ଭୁବନେଶ୍ୱର: ସ୍କୁଲ ବନ୍ଦ ପ୍ରସଙ୍ଗରେ ବିଧାନସଭା ହୁଲସ୍ତୁଲ ହେଉଛି ।  ସ୍କୁଲ ବନ୍ଦ ନିଷ୍ପତ୍ତିର ପୁନର୍ବିଚାର ପାଇଁ ବିରୋଧୀ ଦାବି କରୁଛନ୍ତି ।  ଗୃହକୁ ମଧ୍ୟଭାଗକୁ ଆସି ନାରାବାଜି କରିବା ସହ ଗୃହକୁ ଅଚଳ କରିଦେଉଛନ୍ତି ।  ତେବେ ବିରୋଧୀଙ୍କ ଏପରି ଆଚରଣକୁ ନେଇ ବିଜେଡି ବିଧାୟକ ପ୍ରତାପ ଦେବ ସମାଲୋଚନା କରିଛନ୍ତି ।  ଚାଲି ନଜାଣି  ବିରୋଧୀ ବାଟକୁ ଦୋଷ ଦେଉଛନ୍ତି ବୋଲି ପ୍ରତାବ ଦେବ କହିଛନ୍ତି ।
    ସ୍କୁଲ ମିଶ୍ରଣ ପ୍ରସଙ୍ଗରେ  ଶ୍ରୀ ଦେବ କହିଛନ୍ତି ଯେ, ଏ ଉଦ୍ଭଟ ଚିନ୍ତାଧାରା  କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସିଛି ।  ସ୍କୁଲ ମିଶ୍ରଣ ପାଇଁ ୨୦୧୭ ମସିହାରୁ ନୀତି ଆୟୋଗ କହିଛନ୍ତି । ନୀତି ଆୟୋଗ ଏନେଇ ବାରମ୍ବାର ରାଜ୍ୟ ସରକାରଙ୍କୁ କହିଛନ୍ତି ।  ନୂତନ ଶିକ୍ଷା ନୀତିରେ ମଧ୍ୟ ଏ ବିଷୟରେ ଉଲ୍ଲେଖ ରହିଛି ।  ଉଦେ୍ଧଶ୍ୟମୂଳକ ଭାବେ କୌଣସି ସ୍କୁଲକୁ ବନ୍ଦ କରାଯାଉନାହିଁ ।  ସ୍କୁଲ ମିଶ୍ରଣ ପାଇଁ ରାଜ୍ୟ ସରକାର ବିଭିନ୍ନ କମିଟି ଗଠନ କରିଛନ୍ତି ।  ଅଭିଯୋଗ କଲେ ସମାଧାନର ବାଟ ବାହାର କରାଯାଉଛି ।  ତେବେ ବିରୋଧୀ ଚାଲି ନଜାଣି ବାଟକୁ ଦୋଷ ଦେଉଛନ୍ତି ବୋଲି ପ୍ରତାବ ଦେବ କହିଛନ୍ତି । 

    Maximum 500 characters

    ତାଜା ଖବର View all

    Find Us on Facebook