ମୁଖ୍ୟ ଖବର
ଭୁବନେଶ୍ୱର: ପ୍ରବାସୀ ଶ୍ରମିକମାନେ ରହୁଥିବା ସଙ୍ଗରୋଧ କେନ୍ଦ୍ର ଗୁଡ଼ିକରେ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା କରିବାକୁ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଦାବି କରିଛନ୍ତି । ଏ ସମ୍ପର୍କରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖିଛନ୍ତି । ଏଥିରେ ଶ୍ରୀ ଷଡଙ୍ଗୀ ଦର୍ଶାଇଛନ୍ତି, ପ୍ରବାସୀ ଶ୍ରମିକମାନେ ଆସିଲା ପରେ ସଙ୍ଗରୋଧ କେନ୍ଦ୍ରଗୁଡ଼ିକ କିପରି ପରିଚାଳନା କରାଯିବା ସେ ସମ୍ପର୍କରେ ସରପଞ୍ଚମାନଙ୍କୁ ଅବଗତ କରାଯାଇଥିଲା । ଫଳପ୍ରଦ ପରିଚାଳନା ପାଇଁ ସେମାନଙ୍କ ଜିଲ୍ଲାପାଳଙ୍କ କ୍ଷମତା ଦିଆଯାଇଥିଲା । କିନ୍ତୁ ସଙ୍ଗରୋଧ କେନ୍ଦ୍ରଗୁଡ଼ିକର ସୁରକ୍ଷା ବ୍ୟବସ୍ଥାକୁ ଆଦୌ ଗୁରୁତ୍ୱ ଦିଆଯାଇନଥିଲା । ଫଳରେ ବିଭିନ୍ନ ସ୍ଥାନରେ ସଙ୍ଗରୋଧ କେନ୍ଦ୍ରର ଫାଟକ ଭାଙ୍ଗି ଅନ୍ତେବାସୀ ବାହାରକୁ ଆସୁଛନ୍ତି । ଏହା ଲୋକମାନଙ୍କ ମଧ୍ୟରେ ଆତଙ୍କ ଖେଳାଉଛି । ସରକାରୀ ପରିଚାଳନା ଯୋଜନାରେ ଥିବା ତ୍ରୁଟିକୁ ଏହା ପଦାରେ ପକାଉଛି । ଓଡ଼ିଶା ଆସିବା ପୂର୍ବରୁ ପ୍ରବାସୀମାନଙ୍କ କୋଭିଡ ପରୀକ୍ଷାକୁ ଓଡ଼ିଶା ହାଇକୋର୍ଟ ବାଧ୍ୟତାମୂଳକ କରିଥିଲା ବେଳେ ସୁପି୍ରମକୋର୍ଟ ତାହା ଉପରେ ରହିତାଦେଶ ଜାରି କରିଛନ୍ତି । ଗୃହ ମନ୍ତ୍ରାଳୟର ଗାଇଡଲାଇନ ଅନୁଯାୟୀ ପ୍ରବାସୀ ଶ୍ରମିକ ନିଜ ରାଜ୍ୟକୁ ଫେରିବେ ବୋଲି କୁହାଯାଇଛି । ଏହି ନ୍ୟାୟିକ ପ୍ରକି୍ରୟା ପରେ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ରହୁଛି । ଏହି ପ୍ରସଙ୍ଗରେ ସ୍ପଷ୍ଟ ମତ ରଖିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିଦେ୍ର୍ଧଶ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ କେନ୍ଦ୍ର ମନ୍ତ୍ରୀ କହିଛନ୍ତି । ତୁରନ୍ତ ଅନ୍ୟ ରାଜ୍ୟ ସହ ଯୋଗାଯୋଗ କରି ପ୍ରବାସୀଙ୍କୁ ଆଣିବାର ବନେ୍ଦାବସ୍ତ କରାଯାଉ । ସଙ୍ଗରୋଧ କେନ୍ଦ୍ରରେ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉ । ସଙ୍ଗରୋଧ କେନ୍ଦ୍ରର ନିକଟସ୍ଥ ଗ୍ରାମର ଲୋକଙ୍କୁ ସୁରକ୍ଷା ଦାୟିତ୍ୱରେ ରଖିଲେ ତାହା ଅଧିକ ଫଳପ୍ରଦ ହେବ ବୋଲି ଶ୍ରୀ ଷଡଙ୍ଗୀ ପ୍ରସ୍ତାବ ଦେଇଛନ୍ତି ।
Comments ସମସ୍ତ ମତାମତ