Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ପ୍ରସନ୍ନ ଆଚାର୍ଯ୍ୟ ରାଜ୍ୟସଭା ପିଟିସନ୍ କମିଟି ଅଧ୍ୟକ୍ଷ

    Share on :
    ajab-Image
    Date: Nov 1, 2019    Views: 287

    ନୂଆଦିଲ୍ଲୀ: ରାଜ୍ୟସଭା ପିଟିସନ୍ କମିଟିର ଅଧ୍ୟକ୍ଷ ରୂପେ ରାଜ୍ୟସଭାରେ ବିଜେଡି ନେତା ତଥା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କେୟା ନାଇଡୁ ମନୋନୀତ କରିଛନ୍ତି । ରାଜ୍ୟସଭା ଅଧ୍ୟକ୍ଷଙ୍କ ଦ୍ୱାରା ରାଜ୍ୟସଭାର ୮ଟି କମିଟିର ପୁନଃଗଠନ କରାଯାଇଛି । ପ୍ରଭାତ ଝା’ଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଥିବା ଏଥିକ୍ସ କମିଟିରେ ପ୍ରସନ୍ନ ଆଚାର୍ଯ୍ୟ ସଦସ୍ୟ ରୂପେ ମନୋନୀତ ହୋଇଛନ୍ତି । ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଥିବା ପି୍ରଭିଲେଜ କମିଟି ସଦସ୍ୟ ରୂପେ ସାଂସଦ ସସ୍ମିତ ପାତ୍ର ମନୋନୀତ ହୋଇଛନ୍ତି । ଡ.ଟି ସୁବିରାମି ରେଡ୍ଡିଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଅନ୍ ସବ୍ଅର୍ଡିନେଟ୍ ଲେଜିସ ଲେସନର ସଦସ୍ୟ ରୂପେ ସାଂସଦ ଅମର ପଟ୍ଟନାୟକ ସ୍ଥାନ ପାଇଛନ୍ତି । ପ୍ରସନ୍ନ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଗଠିତ ପିଟିସନ୍ କମିଟିରେ ଓଡ଼ିଶାର ବିଜେପି ସାଂସଦ ଅଶ୍ୱିନୀ ବୈଷ୍ଣବ ସଦସ୍ୟ ରୂପେ ମନୋନୀତ ହୋଇଛନ୍ତି ।

    Maximum 500 characters

    ରାଜନୀତି View all

    Find Us on Facebook