Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    କାହିଁକି ପ୍ରଣବ ଦାସ ହେଲେ ସାଂଗଠନିକ ସମ୍ପାଦକ

    Share on :
    ajab-Image
    Date: Mar 5, 2020    Views: 26417

    ଭୁବନେଶ୍ୱର : ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ମିଳିଛି ନୂଆ ପଦବୀ । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ସାଂଗଠନିକ ସମ୍ପାଦକ ଭାବେ ଦାୟିତ୍ୱ ପ୍ରଦାନ କରିଛନ୍ତି  । ପୂର୍ବରୁ ଶ୍ରୀ ଦାସଙ୍କୁ ସାଧାରଣ ସମ୍ପାଦକ (ସଂଗଠନ) ଦାୟିତ୍ୱ ମିଳିଥିବାବେଳେ ଏବେ କେବଳ ପଦବୀରେ ନାମ ହିଁ ବଦଳିଛି  । ତେବେ ପୂର୍ବଭଳି ସେ ବିଜେଡ଼ିର ଗୁରୁ ଦାୟିତ୍ୱ ତୁଲାଇବେ  । 

    ସୂଚନାଯୋଗ୍ୟଯେ, ଗତ ନଭେମ୍ବର ୧୫ରେ ପ୍ରଣବଙ୍କୁ ନୂଆ ଦାୟିତ୍ୱ ଦେଇଥିଲେ ନବୀନ  । ସେତେବେଳେ ପ୍ରଣବଙ୍କୁ ସାଧାରଣ ସମ୍ପାଦକ (ସଂଗଠନ) ଦାୟିତ୍ୱ ଦିଆଯାଇଥିବାବେଳେ ସଂଜୟ ଦାସବର୍ମାଙ୍କୁ ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ଭାବେ ନିଯୁକ୍ତ କରାଯାଇଥିଲା । ତେବେ ସାଧାରଣତଃ ବିଜେପିରେ ସାଧାରଣ ସମ୍ପାଦକ (ସଂଗଠନ) ପଦବୀ ରହିଛି  । ବିଜେପିରେ ଆରଏସସର ଜଣେ ଆଗଧାଡ଼ିର କାର୍ଯ୍ୟକର୍ତାଙ୍କୁ ଏହି ପଦବୀ ଦିଆଯାଇଥାଏ । ଫଳରେ ବିଜେପି ଢାଂଚାରେ ବିଜେଡ଼ି ନିଜର ସାଂଗଠନିକ ପୁନର୍ବିନ୍ୟାସ କରୁଛି ବୋଲି ଚର୍ଚ୍ଚା ହେଉଥିଲା  । ସମ୍ଭବତଃ ଏଇଥିପାଇଁ ପ୍ରଣବଙ୍କ ପଦବୀର ପୁନଃ ନାମକରଣ ହିଁ କରାଯାଇଛି । କିନ୍ତୁ ପୂର୍ବରୁ ସେ ଦଳରେ ଯେଉଁ କ୍ଷମତା ଉପଭୋଗ କରୁଥିଲେ ଏବେବି ସେହି କ୍ଷମତା ଉପଭୋଗ କରିବେ  । ୨୦୧୪ ବିଜେପୁର ଉପନିର୍ବାଚନ ଓ ୨୦୧୯  ପାଟକୁରା ଉପନିର୍ବାଚନରେ ସେ ଭଲ କାମ କରିଥିବାବେଳେଳ ସେ ଦଳର ସାଂଗଠନିକ ବ୍ୟାପାର ବୁଝିବେ ବୋଲି ଦଳ ପକ୍ଷରୁ କୁହାଯାଇଛି  ।

    Maximum 500 characters

    ତାଜା ଖବର View all

    Find Us on Facebook