Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ସ୍କୁଲ ବନ୍ଦ ହୋଇନି, ମିଶ୍ରଣ ହୋଇଛି: ପ୍ରମିଳା

    Share on :
    ajab-Image
    Date: Nov 22, 2020    Views: 2903

    ଭୁବନେଶ୍ୱର:  ଆଜି ବିଧାନସଭା ଶୀତ ଅଧିବେଶନର ତୃତୀୟ ଦିନରେ ଶିକ୍ଷା ବ୍ୟବସ୍ଥା ଉପରେ ଆଲୋଚନା ହୋଇଛି । ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ପ୍ରସଙ୍ଗରେ ଆସିଥିବା ମୋସନ ଉପରେ ଆଲୋଚନା କରାଯାଇଛି ।  ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରସ୍ତାବ ଆଣିବା ପରେ ଏନେଇ ଆଲୋଚନା କରାଯାଇଥିଲା । 

    ଏହି ଅବସରରେ ଶ୍ରୀମତୀ ମଲ୍ଲିକ କହିଛନ୍ତି ଯେ, ସ୍କୁଲକୁ ବନ୍ଦ କରାଯାଇନାହିଁ । ମିଶ୍ରଣ କରାଯାଇଛି ।  ବିିଭନ୍ନ ସ୍ଥାନରେ ୮ଜଣ ଛାତ୍ରଛାତ୍ରୀରେ ୨ ଜଣ ଶିକ୍ଷକ ରହୁଛନ୍ତି । ଯାହା ଯଥାର୍ଥ ନୁହେଁ । ଯଦି ନାମଲେଖାବେଳେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢିବ ତେବେ ସେଠାରେ ସ୍କୁଲ ଚାଲିବ ।  ସମସ୍ୟା ଥିଲେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ଅଭିଯୋଗ କରିପାରିବେ ବୋଲି  ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି । 

     

    Maximum 500 characters

    ତାଜା ଖବର View all

    Find Us on Facebook