Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ପ୍ରଦୀପଙ୍କ ପରେ ପ୍ରମିଳା ଲେଖିଲେ ଚିଠି

    Share on :
    ajab-Image
    Date: May 15, 2020    Views: 3820

    ଭୁବନେଶ୍ୱର:  କରୋନା ପାଇଁ ଓଡ଼ିଶାରେ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି । କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ସତ୍ତ୍ୱେ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଛି ।  ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରଥମେ ନିଜାମୁଦ୍ଧିନ, ତା’ପରେ ପଶ୍ଚିମବଙ୍ଗ ଓ ଏବେ ସୁରଟ ଫେରନ୍ତା ରାଜ୍ୟ ସରକାରଙ୍କ ଚିନ୍ତା ବଢାଛନ୍ତି । ଏହାକୁ ମୁକାବିଲା ପାଇଁ ବହୁ କରୋନା ଯୋଦ୍ଧାଙ୍କ ସହ ବହୁ ସରକାରୀ  ଅଧିକାରୀ ଏଥିରେ ନିୟୋଜିତ ହୋଇଛନ୍ତି । ତେବେ ବର୍ତ୍ତମାନ କରୋନା ମୁକାବିଲାରେ  ଜନପ୍ରତିନିଧିମାନଙ୍କୁ ସାମିଲ କରିବାକୁ ଦାବି ଉଠୁଛି ।

    ଏନେଇ ନିକଟରେ  ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଥିବାବେଳେ ଏବେ ସାଂସଦ ପ୍ରମିଳା ବିଶୋଇ ସମାନ ଦାବି କରି ଜିଲ୍ଲାପାଳଙ୍କୁ ଚିିଠି ଲେଖିଛନ୍ତି ।  କ୍ୱାରେଣ୍ଟାଇନ କେନ୍ଦ୍ର ପରିଚାଳନାରେ ଲୋକପ୍ରତିନିଧିଙ୍କୁ ସାମିଲ ପାଇଁ ପ୍ରମିଳା ବିଶୋଇ ଦାବି କରିଛନ୍ତି । ଏଥିସହ  କ୍ୱାରେଣ୍ଟାଇନ କେନ୍ଦ୍ରରେ ବହୁ ଅସୁବିଧା ଥିବା କହିଛନ୍ତି । 

    ସେ କହିଛନ୍ତି ଯେ, ପଞ୍ଚାୟତ କ୍ୱାରେଣ୍ଟାଇନରେ ପର୍ଯ୍ୟାନ୍ତ ଲୋକଙ୍କୁ ରଖିବା ସୁବିଧା ନାହିଁ ।  ପ୍ରବାସୀଙ୍କ ଆଗମନ ବଢୁଥିବାରୁ ଅଧିକ ଲୋକଙ୍କ ପାଇଁ ବ୍ୟବସ୍ଥା ହେଉ ।  କ୍ୱାରେଣ୍ଟାଇନରେ ପାଇଖାନା ଓ ପରିମଳ ବ୍ୟବସ୍ଥା ଯଥେଷ୍ଟ ମାତ୍ରାରେ ନାହିଁ ।  ତୁରନ୍ତ ସ୍କୁଲଗୁଡ଼ିକରେ ଅସ୍ଥାୟୀ ପାଇଖାନା ବ୍ୟବସ୍ଥା କରିବାକୁ ସେ ଦାବି କରିଛନ୍ତି ।  ଏହାଛଡ଼ା ଉଚିତ ପରିଚାଳନା ପାଇଁ ୱାର୍ଡମେମ୍ବରମାନଙ୍କୁ ମଧ୍ୟ ନିୟୋଜିତ କରିବାକୁ ସେ ଦାବି କରିଛନ୍ତି ।  ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ଆଶଙ୍କା ଥିବାବେଳେ ସୁରକ୍ଷାକୁ ବୃଦ୍ଧି କରିବାକୁ ପ୍ରମିଳା ବିଶୋଇ ଦାବି କରିଛନ୍ତି । 

    ପ୍ରକାଶ ଯେ,  ମହାମାରୀ କରୋନାର ମୁକାବିଲା ପାଇଁ ସରକାର ଜୋରଦାର ପ୍ରୟାସ କରୁଥିବା ବେଳେ ନିକଟରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଥିଲେ ଗୋପାଳପୁର ବିଧାୟକ । ସେ କହିଥିଲେ ଗଂଜାମ ଜିଲ୍ଲାକୁ ଆସୁଥିବା ପ୍ରବାସୀ ଶ୍ରମିକଙ୍କୁ ସଙ୍ଗରୋଧ କେନ୍ଦ୍ରରେ ଠିକ୍ ଭାବରେ ରଖିବା ପ୍ରସଙ୍ଗରେ, ସ୍ଥାନୀୟ ବିଧାୟକଙ୍କୁ ବିଶ୍ୱାସକୁ ନିଆଯାଉ । ଏନେଇ ଦୟାକରି ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଅନ୍ତୁ ।

    ଗଂଜାମ ଜିଲ୍ଲା ବର୍ତମାନ ସଂକ୍ରମଣ ସଂଖ୍ୟାରେ ଏକ ନମ୍ବର ସ୍ଥାନରେ ରହିଛି । ସେପଟେ ରାଜ୍ୟ ସରକାରଙ୍କ ନିୟମ ଅନୁସାରେ କରୋନା ମୁକାବିଲା ନେଇ ଜିଲ୍ଲା ପ୍ରଶାସନ ବି ଯୁଦ୍ଧକାଳୀନ ଭିତିରେ କାମରେ ଲାଗିଛି । ସରପଂଚ ମାନଙ୍କୁ ବି ଜିଲ୍ଲାପାଳ କ୍ଷମତା ବି ଦିଆଯାଇଛି । କିନ୍ତୁ ଏହି ଲଢେଇରେ ବିଧାୟକ ଓ ସାଂସଦ ଭଳି ନେତାଙ୍କ ସ୍ଥାନ କେଉଁଠି ରହିଛି ତାହା କେହି ଜାଣନ୍ତି ନାହିଁ ।  ସେ ଆହୁରି ଲେଖିଥିଲେ କରୋନା ମୁକାବିଲା ପରିଚାଳନାରେ କମିଟି ଗଠନ କରି ବିଧାୟକ ଓ ସାଂସଦ ମାନଙ୍କୁ ଦାୟିତ୍ୱ ଦିଆଯାଉ ।

    Maximum 500 characters

    ରାଜନୀତି View all

    Find Us on Facebook