Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ମୁଖ୍ୟମନ୍ତ୍ରୀ ଜଣେ ଭଦ୍ର ଲୋକ: କାହିଁକି ଏଭଳି କହିଲେ ପ୍ରଦୀପ୍ତ ଜାଣନ୍ତୁ

    Share on :
    ajab-Image
    Date: Jan 15, 2021    Views: 6302

    ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ଭଦ୍ର ଲୋକ ।  ମୁଖ୍ୟମନ୍ତ୍ରୀଙ୍କୁ ଏଭଳି ପ୍ରଶଂସା ତାଙ୍କର କେହି ପ୍ରଶଂସକ କରିନାହାନ୍ତି । ବରଂ ବିଭିନ୍ନ ପ୍ରସଙ୍ଗଙ୍କୁ ନେଇ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଆସୁଥିବା ଜଣେ ବିରୋଧୀ ଦଳର ରାଜନେତା ଏଭଳି ପ୍ରଶଂସା କରିଛନ୍ତି । ସେ ହେଉଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ  । ତେବେ ସବୁ ବେଳେ  ବିଭିନ୍ନ ଦୁର୍ନୀତି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରୁଥିବା ଶ୍ରୀ ନାଏକ କାହିଁକି ହଠାତ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ ତାହାର କାରଣ ଜାଣିଲେ ବି ସମସ୍ତେ ଆଶ୍ଚର୍ଯ୍ୟ ହେବେ । ନିଜ ବିରୋଧରେ ୱିକିପିଡିଆରେ ଆପତ୍ତିଜନକ ଲେଖା ନେଇ ଶ୍ରୀ ନାଏକ ମୁଖ୍ୟମନ୍ତ୍ରୀଙ୍କୁ ଜଣେ ଭଲ ଲୋକ ବୋଲି କହିଛନ୍ତି । 

    ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଜଣେ ଭଦ୍ର ଲୋକ । ରାଜ୍ୟର ଜଣେ ଜନପ୍ରତିନିଧିଙ୍କ ପ୍ରତି ସାମାଜିକ ଜୀବନରେ ଏପରି ଅପମାନକୁ ସେ ବରଦାସ୍ତ କରିବେନି ବୋଲି ମୋର ବିଶ୍ୱାସ ଅଛି । ମୁଁ ତାଙ୍କୁ ବିଶେଷ ଭାବରେ ଅନୁରୋଧ କରୁଛି ଏହି ଘଟଣାର ତଦନ୍ତ  କରି ଯିଏ ବି ଏପରି କରିଛି ତାହାର ସତ୍ୟାସତ୍ୟ ଉନ୍ମୋଚିତ କରନ୍ତୁ ବୋଲି ଶ୍ରୀ ନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦେ୍ଧଶ୍ୟରେ କହିଛନ୍ତି ।
    ପ୍ରକାଶ ଯେ, ୱିକିପିଡିଆରେ ପ୍ରଦୀପ୍ତ ନାଏକଙ୍କ ବିରୋଧରେ ଆପତ୍ତିଜନକଭାବେ  ଲେଖାଯାଇଛି । ଯାହାକୁ ନେଇ ସେ ମର୍ମାହତ ବୋଲି କହିଛନ୍ତି  । ମୋ ବାବଦରେ ଯାହା ଲେଖାଯାଇଛି, ତାହା ଅତ୍ୟନ୍ତ ଦୁଃଖ ଦେଇଛି ।  ବ୍ୟକ୍ତିଗତ ଜୀବନରେ ମୁଁ କାହାର ଅମଙ୍ଗଳ ଚାହିଁନି । କେବେ ଭାବେ ବି ନାହିଁ ।  ରାଜନୀତିରେ ଥିବାରୁ ରାଜନୈତିକ ଓ ସାମାଜିକ କତ୍ତବ୍ୟ  କରିଛି ।  ମୋ ବିରୋଧରେ କାହିଁକି ନୀଚ ଷଡ଼ଯନ୍ତ୍ର କରାଯାଉଛି  ମୁଁ  ବୁଝି ପାରୁନାହିଁ ବୋଲି  ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ  କହିଛନ୍ତି । 

    ଏହାଛଡ଼ା ଶ୍ରୀ ନାୟକ କହିଛନ୍ତି ଯେ, ଏବେ ରାଜ୍ୟର ବିରୋଧୀ ଦଳର ନେତା ଦାୟୀତ୍ୱରେ ଥିବା କାରଣରୁ ଲୋକଙ୍କ ପ୍ରଶ୍ନ, ଲୋକଙ୍କ ପ୍ରତି ହେଉଥିବା ଅନ୍ୟାୟ, ଲୋକଙ୍କର ଅଧିକାର ବିଷୟରେ ସରକାରଙ୍କୁ ପ୍ରଶ୍ନ ପଚାରିବା ମୋର ପରମ କର୍ତ୍ତବ୍ୟ । ଯାଜପୁରର ପିଇଓ ସ୍ମୀତାରାଣି ବିଶ୍ୱାଳର ହତ୍ୟା ଘଟଣାକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ସରକାରୀ କଳ ଚେଷ୍ଟା କରୁଥିଲା । ଏହାକୁ ବିରୋଧ କରି ସେ ପ୍ରସଙ୍ଗରେ ଆମେ ସରକାରଙ୍କୁ ବିଧାନସଭାରେ ଘେରିଲୁ । ଏହା କଣ ଆମର ଭୁଲ ଥିଲା  ବୋଲି ଶ୍ରୀ ନାୟକ ପ୍ରଶ୍ନ କରିଛନ୍ତି । 

    ସେହିପରି ନୟାଗଡର ଯଦୁପୁରର ୫ ବର୍ଷର କୁନି ଝିଅ ପରୀର ହତ୍ୟା ଘଟଣାରେ ଆମ ଦଳ ରାଜରାସ୍ତାରେ ଲଢାଇ କରିଲା । ପରୀର ହତ୍ୟା ଅଙ୍ଗତସ୍କରି ପାଇଁ ହୋଇଥିଲା, ଏ ଅଭିଯୋଗ ଆଣି ଆମେ ବିଧାୟକମାନେ ବିଧାନସଭା ଅଚଳ କରିଲୁ । ଆମେ ସେହି ଘଟଣାରେ ଏକ ନିର୍ଣ୍ଣାୟକ ଲଢାଇ ଲଢିବୁ ଯେବେ ଯାଏଁ ପରୀକୁ ନ୍ୟାୟ ମିଳିନି । ଏଥିରେ ଯଦି କିଏ ଅସହ୍ୟ ହେବ ତାହେଲେ ମୁଁ କଣ କରିପାରିବି ? 
    ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଦୁର୍ନୀତି ଅଭିଯୋଗ ଉଠାଇବାରୁ ମାହାଙ୍ଗାରେ ଆମ ଦଳର ଦୁଇ ବରିଷ୍ଠ ନେତାଙ୍କର ହତ୍ୟା ହେଲା । ଘଟଣାରେ ମନ୍ତ୍ରୀଙ୍କର ସମ୍ପୃକ୍ତି ଥିବା କଥା ଆମେ ଅଭିଯୋଗ ଆଣିଲୁ । ଦଳର ଜଣେ ସାମାନ୍ୟ କର୍ମୀ ହିସାବରେ ମୁଁ ମୋର କର୍ତବ୍ୟ କରିଲି । ଏଥିରେ ଯଦି ପ୍ରତିପକ୍ଷ ରାଜନୈତିକ ଦଳମାନେ ଅସହିଷ୍ଣୁ ହେବେ, ସେଥିରେ ମୁଁ ନିରୁପାୟ । 
    ଗତକାଲି ଆମ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ଯାଇଥିଲେ । କଳାହାଣ୍ଡିର କିଛି ମୌଳିକ ସମସ୍ୟା ଯେପରିକି ଇନ୍ଦ୍ରାବତି ରାଇଟ କେନାଲ ଓ ରେତ ମେଗା ଲିଫ୍ଟ ଇରିଗେସନରେ ପାଣି ଆସୁନଥିବା, କଳାହାଣ୍ଡିରେ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାରେ ବିଳମ୍ବ, କେସିଙ୍ଗା ସ୍ପିନିଙ୍ଗ ମିଲ ଚାଲୁ କରିବା ଆଦି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ କିଛି ପ୍ରଶ୍ନ ପଚାରିଥିଲି । କଳାହାଣ୍ଡିମାଟିର ପୁଅ ହିସାବରେ ମୋର କଣ ଏହା ଅଧିକାର ନୁହେଁ କି ?
    ଏ ସମସ୍ତ ପ୍ରସଙ୍ଗରେ ସରକାରଙ୍କୁ ପ୍ରଶ୍ନ କରିବା ବୋଧହୁଏ କିଛି ରାଜନୈତିକ ପ୍ରତିପକ୍ଷଙ୍କ ଆଖିରେ ଯାଉନି । ମୁହାଁମୁହିଁ ବିତର୍କରେ ବିଶ୍ୱାସ କରୁନଥିବା ଲୋକମାନେ ହିଁ କେବଳ ଇଣ୍ଟରନେଟ ଟେରୋରିଜିମର ଏପରି ହୀନ କାମ କରନ୍ତି । ମୋର ଯାହା ସନେ୍ଦହ ପ୍ରତିପକ୍ଷ ରାଜନୈତିକ ଦଳର ଆଇଟି ସେଲ ଏପରି  କାମ କରିଥିବେ ।
    ରାଜନୈତିକ ବିମର୍ଷ, ବାଦବିବାଦର ଏକ ସ୍ତର ରହିଛି । କିଏ କାହାକୁ ରାଜନୈତିକ ସ୍ତରରେ ବିରୋଧ କରିବ ବୋଲି ତାହା ବିରୋଧରେ ଯେ ଏପରି କରାଯାଇପାରେ ତାହା ମୁଁ କେବେ ଭାବିନଥିଲି । ୨୦ ବର୍ଷର ନିରଙ୍କୁଶ ସରକାର ରହିଥିବା କାରଣରୁ ବୋଧହୁଏ କିଛି ଲୋକମାନେ ଅସହିଷ୍ଣୁ ହୋଇଯାଇଛନ୍ତି ।  
    ମୁଖ୍ୟମନ୍ତ୍ରୀଙ୍କୁ ବିଶେଷ ଭାବରେ ଅନୁରୋଧ କରୁଛି ଏହି ଘଟଣାର ତଦନ୍ତ କରି ଯିଏ ବି ଏପରି କରିଛି ତାହାର ସତ୍ୟାସତ୍ୟ ଉନ୍ମୋଚିତ କରନ୍ତୁ ବୋଲି ଶ୍ରୀ ନାୟକ କହିଛନ୍ତି । 

     

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook