Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ସରକାର ଫେଲ: ପ୍ରଦୀପ୍ତ

    Share on :
    ajab-Image
    Date: Sep 30, 2020    Views: 3638

    ଭୁବନେଶ୍ୱର: ରାଜ୍ୟରେ କରୋନା ମହାମାରୀ ଏବେ କିଛି ଶୁଣୁନାହିଁ ।  ରାଜ୍ୟରେ ପରିସ୍ଥିତି ଏପରି ହେଲାଣି ଯେ, ସଂକ୍ରମଣ ଦିନ କେଇଟାରେ ସବୁ ଅଙ୍କକୁ ଓଲଟପାଲଟ କରିଦେଇଛି ।  ପୂର୍ବରୁ ଜଣେ ଆକ୍ରାନ୍ତ ବାହାରିଲେ ତା’ର ଠିକଣା ଖୋଜି ଲୋକେ ତୁଣ୍ଡରେ ଘୋଷି ଦେଉଥିଲେ । ଏବେ ଆକ୍ରାନ୍ତଙ୍କ ସଂଖ୍ୟା ଆଉ ଗଣି ହେଉନାହିଁ । ସବୁଠାରୁ ବଡ଼ କଥା ହେଲା ଏବେ ସବୁ ବର୍ଗର ଲୋକେ ସଂକ୍ରମିତ ହୋଇସାରିଲେଣି ।  ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ରାଜନେତାଙ୍କ ପର୍ଯ୍ୟନ୍ତ, ଏମିତିକି ଡାକ୍ତର, ପୁଲିସ, ଯବାନଙ୍କୁ ମଧ୍ୟ କରୋନା ଛାଡ଼ି ନାହିଁ । କରୋନାର କଲବଲ ରୂପକୁ ଦେଖି ରାଜ୍ୟ ସରକାର ମଧ୍ୟ ହଡ଼ବଡ଼ ହୋଇଗଲେଣି । କୋଭିଡ ପରିଚାଳନାରେ ସରକାର ସମ୍ପୂର୍ଣ୍ଣ ଫେଲ ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି । 

    ସେ କହିଛନ୍ତି ଯେ, ପ୍ରବାସୀ ଓଡ଼ିଆଙ୍କୁ ଆଣିବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାର୍ଥପରଭାବେ କାମ କଲେ ।  ଟିଏମସିରୁ ୭ ଦିନ ଭିତରେ ଛାଡ଼ିଦେଲେ ।  ଫଳରେ ସଂକ୍ରମଣ ବ୍ୟାପିଲା ।  ଅଣ-କୋଭିଡ ରୋଗୀ ମେଡିକାଲରେ ଚିକିତ୍ସା ପାଉନାହାନ୍ତି ।  କେନ୍ଦ୍ର ସରକାର ୫୬୭ଟି ଭେଣ୍ଟିଲେଟର ଦେଇଥିବାବେଳେ ୪୨୦ଟିର ବ୍ୟବହାର ହେଲା ନାହିଁ ।  ଜଣେ ରୋଗୀ ପିଛା କେତେ ଖର୍ଚ୍ଚ ହେଉଛି ସରକାର ସେ ସମ୍ପର୍କରେ ଜଣାନ୍ତୁ  ବୋଲିି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି । 

    ପ୍ରକାଶ ଯେ, ବୁଧବାର  ବିଧାନସଭା ଅଧିବେଶନର ଦ୍ୱିତୀୟ ଦିନରେ  କୋଭିଡ ପରିଚାଳନାରେ ବିଫଳତା ନେଇ ବିରୋଧୀଙ୍କ ପକ୍ଷରୁ ଆଗତ ମୁଲତବୀ ଆଲୋଚନାରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଥିଲେ ଯେ,  ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ କୋଭିଡ ନିୟନ୍ତ୍ରଣରେ ରହିଛି ।  ରାଜ୍ୟରେ ମୋଟ ସକ୍ରିୟ କେସ ୩୬ ହଜାରରୁ ଅଧିକ । ୨୯ ହଜାର କରୋନା ଆକ୍ରାନ୍ତ ହୋମ ଆଇସୋଲେସନରେ ଅଛନ୍ତି ।  ୭୩୪୮ ଆକ୍ରାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।  ଯଦି ରାଜ୍ୟ ସରକାର  କୋଭିଡ ପରିଚାଳନାରେ ବିଫଳ ହୋଇଛନ୍ତି ତେବେ କରୋନା ଆକ୍ରାନ୍ତ କିପରି ସୁସ୍ଥ ହେଉଛନ୍ତି  । ଦେଶରେ କୋଭିଡ ମୃତୁ୍ୟହାର ୧.୬% । ମାତ୍ର ଓଡ଼ିଶାରେ ୦.୩୮% । ଲକଡାଉନ ଯୋଗୁଁ କରୋନା ସଂକ୍ରମଣ ନିୟନ୍ତ୍ରଣରେ ଥିଲା । କିନ୍ତୁ ପ୍ରବାସୀ ଫେରିବା ପରେ ରାଜ୍ୟରେ ଆକ୍ରାନ୍ତ ବଢିତôଲା ।  କୋଭିଡ କିଟ ଦୁର୍ନୀତି ଅଭିଯୋଗ ବିଚାରାଧୀନ ରହିଛି ।  ଯିଏ ଦୋଷୀ ହେବେ କାର୍ଯ୍ୟାନୁଷ୍ଠାନ ହେବ  । କରୋନା ରୋଗୀଙ୍କୁ ସମସ୍ତ ସୁବିଧା ଦିଆଯାଉଛି । ଅବ୍ୟବସ୍ଥା ନାହିଁ ।  କୋଭିଡର ସଫଳ ପରିଚାଳନା ନେଇ ଆମକୁ ସମସ୍ତେ ପ୍ରଶଂସା କରୁଛନ୍ତି ବୋଲି ଶ୍ରୀ ଦାସ କହିଥିଲେ ।

     

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook