Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଟିଏମସି ବନ୍ଦ ଉଚିତ ନଥିଲା: ପ୍ରଦୀପ୍ତ

    Share on :
    ajab-Image
    Date: Sep 16, 2020    Views: 3111

    ଭୁବନେଶ୍ୱର: ଟିଏମସି ବନ୍ଦ ଉଚିତ ନଥିଲା ବୋଲି  ବିରୋଧୀ ଦଳ ନେତା  ପ୍ରଦୀପ୍ତ ନାୟକ କହିଛନ୍ତି ।  କୋଭିଡ କେୟାର ସେଣ୍ଟର ବନ୍ଦ ପ୍ରସଙ୍ଗରେ ଶ୍ରୀ ନାୟକ ଏହା କହିଛନ୍ତି ।   ଶ୍ରୀ ନାୟକ କହିଛନ୍ତି ଯେ, ବର୍ତ୍ତମାନ ସ୍ଥିତିରେ ଟିଏମସି ବନ୍ଦ କରାଯିବା ଉଚିତ ନଥିଲା ।  ସେପ୍ଟେମ୍ବରରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢୁଛି, ବନ୍ଦ ଉଚିତ ନଥିଲା । କଟକ, ଭୁବନେଶ୍ୱରକୁ କରୋନା ରୋଗୀଙ୍କୁ ନଅଣାଯିବା ନିନ୍ଦନୀୟ ।  ଟେଷ୍ଟ ନହେବା ଯାଏ ଡାକ୍ତରମାନେ ରୋଗୀଙ୍କୁ ଛୁଉଁ ନାହାନ୍ତି ।  ଜିଲ୍ଲାସ୍ତରରେ ଭଲ ଚିକିତ୍ସା ମିଳୁନି । ଡାକ୍ତରମାନେ ରୋଗୀଙ୍କୁ ଦେଖୁନାହାନ୍ତି ।  କଟକ, ଭୁବନେଶ୍ୱରକୁ  ଆସିବା ନେଇ ସବୁ ରୋଗୀଙ୍କ ଅଧିକାର ଅଛି । ଏହାକୁ କେହି ବନ୍ଦ କରିପାରିବେନି ବୋଲି ବିରୋଧୀ ଦଳ ନେତା  ପ୍ରଦୀପ୍ତ ନାୟକ କହିଛନ୍ତି । 

    ପ୍ରକାଶ ଯେ,  ଓଡିଶା ସରକାର ସବୁ ଜିଲ୍ଲାପାଳ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀମାନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଚିଠି ଲେଖିଛନ୍ତି । ଓଡିଶାରେ ଭର୍ଚୁଆଲ ଆଇସିୟୁ ବ୍ୟବସ୍ଥା ଆରମ୍ଭ କରିବା ପାଇଁ ଏହି ଚିଠି ଲେଖାହୋଇଛି । ଦୂରରୁ ବିଶେଷଜ୍ଞ ଡାକ୍ତର ଜିଲ୍ଲାସ୍ତରୀୟ ହସ୍ପିଟାଲକୁ ପରାମର୍ଶ ଦେବେ । ଏନେଇ ସବୁ ଜିଲ୍ଲାପାଳ ଏବଂ ସିଡିଏମଓଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର । ଏଥିସହ ସବୁ ଗୁରୁତର କରୋନା ଆକ୍ରାନ୍ତଙ୍କୁ କଟକ ଓ ଭୁବନେଶ୍ୱର ନପଠାଇବାକୁ ପରାମର୍ଶ ଦିଆଯାଇଛି । ଗୁରୁତର ଆକ୍ରାନ୍ତ କରୋନା ରୋଗୀଙ୍କୁ ପ୍ରଥମେ ଜିଲ୍ଲାସ୍ତରରେ ଥିବା ହସ୍ପିଟାଲରେ ଚିକିତ୍ସା କରାଯିବ । ଦୂରରେ ରହି ବିଶେଷଜ୍ଞ ଡାକ୍ତର ଭିଡିଓ କନଫରେନ୍ସିଂ ଯୋଗେ ପରାମର୍ଶ ଦେବେ । ସବୁ ଗୁରୁତର କରୋନା ରୋଗୀଙ୍କୁ କଟକ ଓ ଭୁବନେଶ୍ୱର ନପଠାଇବା ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି । ଆଇସିୟୁ ନିର୍ଭରଶୀଳତାକୁ କମ କରିବା ପାଇଁ ‘ଷ୍ଟେପ ଡାଉନ’ ଆଇସିୟୁର ବ୍ୟବସ୍ଥା କରିବାକୁ ଏହି ଚିଠିରେ କୁହାଯାଇଛି । ଜଣେ ରୋଗୀ ଆଇସିୟୁରେ ଟିକିଏ ଠିକ ହେବା ପରେ ତାଙ୍କୁ ‘ଷ୍ଟେପ ଡାଉନ’ ଆଇସିୟୁକୁ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ସ୍ତରର ଡାକ୍ତରମାନଙ୍କୁ ଆବଶ୍ୟକ ପ୍ରଶିକ୍ଷଣ ଦେବା ପାଇଁ ଏଥିରେ ପରାମର୍ଶ ଦିଆଯାଇଛି । ପୂର୍ବରୁ ଘରୋଇ ହସ୍ପିଟାଲଗୁଡିକରେ କୋଭିଡ ଚିକିତ୍ସା ପାଇଁ ନିର୍ଦ୍ଦେଶନାମା ଜାରି କରି ରାଜ୍ୟ ସରକାର କହିଛନ୍ତି, ସବୁ ଘରୋଇ ହସ୍ପିଟାଲରେ ୫୦ ପ୍ରତିଶତ ସାଧାରଣ ବେଡ କରୋନା ରୋଗୀଙ୍କ ପାଇଁ ସଂରକ୍ଷିତ ରହିବ । ଏହା ଛଡା ୮୦ ପ୍ରତିଶତ ଆଇସିୟୁ ବେଡ କେବଳ କରୋନା ରୋଗୀଙ୍କ ପାଇଁ ରହିବ । କଟକ ଏବଂ ଭୁବନେଶ୍ୱରରେ ବିଭିନ୍ନ କୋଭିଡ ହସ୍ପିଟାଲରେ ଆଇସିୟୁ ବେଡ ଏବଂ ସାଧାରଣ ବେଡ ସହଜରେ ଉପଲବ୍ଧ ହେଉନାହିଁ ବୋଲି ଚର୍ଚ୍ଚା ହେଉଛି । ଗତ ୮ ତାରିଖରେ ବିଏମସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ମଧ୍ୟ ଖାଲି ଥିବା ବେଡ ସଂଖ୍ୟା କମ ରହିଛି ।

     

     

    Maximum 500 characters

    ତାଜା ଖବର View all

    Find Us on Facebook