Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ତୈଳ ଦର ବୃଦ୍ଧି ଉଚିତ ହୋଇନି: ପ୍ରଦୀପ୍ତ ନାଏକ

    Share on :
    ajab-Image
    Date: May 17, 2020    Views: 3665

    ଭୁବନେଶ୍ୱର: କରୋନା ଲକଡାଉନ ପାଇଁ ଲୋକ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।  ଲୋକଙ୍କ ପାଖରେ ପଇସା ନାହିଁ ।  ଏଭଳି ସମୟରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି  କରିବା ଉଚିତ ହୋଇନଥିବା  ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଛନ୍ତି । 

    ସେ କହିଛନ୍ତି ଯେ, ପେଟ୍ରୋଲ ଓ ଡିଜେଲ ଦର ପରେ ବଢାଯାଇ ପାରିଥାନ୍ତା । ଏବେ କାହାରି ପାଖରେ ପଇସା ନାହିଁ ।  କେଉଁ କ୍ଷେତ୍ରରେ ରାଜସ୍ୱ କମିଲା, ସେ ନେଇ ସରକାର ତର୍ଜମା କରନ୍ତୁ ।  କୋଭିଡ ଖର୍ଚ୍ଚର ୯୦ ଭାଗ କେନ୍ଦ୍ର ଦେଉଛି, ରାଜ୍ୟ କାହିଁକି ଦର ବଢାଇଲା । ଦର ବୃଦ୍ଧି ନେଇ ରାଜ୍ୟ ସରକାର ପୁନଃବିଚାର କରନ୍ତୁ ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଛନ୍ତି । 

    ପ୍ରକାଶ ଯେ,  ପୂର୍ବରୁ ନିରଞ୍ଜନ ପଟ୍ଟନାୟକ ପେଟ୍ରୋଲ ଓ ଡିଜେଲ ଦର ଉପରେ ଭାଟ ବୃଦ୍ଧି ପ୍ରସଙ୍ଗରେ  ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଥିଲେ ଯେ, ତୈଳ ଦର ବଢାଇ ସରକାର ଲୋକଙ୍କୁ ଲୁଟୁଛନ୍ତି ।  ସାରା ବିଶ୍ୱରେ ଅଶୋଧିତ ତୈଳ ଦର ମୂଲ୍ୟ ବ୍ୟାରେଲ ପିଛା ୧୧୦ ଟଙ୍କା ଥିଲା ।  ପେଟ୍ରୋଲରେ କେନ୍ଦ୍ରର ଭାଗ ୩୩ ଓ ରାଜ୍ୟର ଭାଗ ୧୭ ଟଙ୍କା । ଡିଜେଲରେ କେନ୍ଦ୍ରର ୩୨ ଓ ରାଜ୍ୟ ୧୪ ଟଙ୍କା ପାଉଛି ।  କେନ୍ଦ୍ର ହେଉଛି ବୋଝ ଓ ରାଜ୍ୟ ନଳିତା ବିଡ଼ା ବୋଲି   ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ । 

    ଏନେଇ  ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା  ନିଜ   ପ୍ରତିକ୍ରିୟା ରଖି କହିଥିଲେ ଯେ,   ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭାଟ ବଢାଯାଇଛି ।  ମଝିରେ ତେଲ ଦର କମିଥିଲା, ଏବେ ଯାହା କରାଯାଇଛି ତାହା ଠିକ କରାଯାଇଛି ।  କାହାକୁ ବାଧିଲା ଭଳି ବୃଦ୍ଧି କରାଯାଇ ନାହିଁ ବୋଲି ସେ କହିଥିଲେ । 

    ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଓଡ଼ିଶାରେ ପେଟ୍ରାଲ ଲିଟର ପିଛା ୩ଟଙ୍କା ୧ ପଇସା ବୃଦ୍ଧି ଘଟିଛି । ଡିଜେଲ ୧ଟଙ୍କା ୩ ପଇସା ମହଙ୍ଗା ହୋଇଛି ।  ରାଜ୍ୟ ସରକାର ପେଟ୍ରୋଲ ଉପରେ ୬% ଓ ଡିଜେଲ ଉପରେ ୨% ଭାଟ ବଢାଇଥିବାରୁ ତେଲ ଦର ଏଭଳି ମହଙ୍ଗା ହୋଇଛି ।  ଓଡ଼ିଶା ସରକାର ପେଟ୍ରୋଲ ଉପରେ ଭାଟ(ମୂଲ୍ୟଯୁକ୍ତ କର) ୨୬%ରୁ ୩୨%କୁ ବୃଦ୍ଧି କରିଛନ୍ତି । ଏହା ଅର୍ଥ  ପେଟ୍ରାଲ ଲିଟର ପିଛା ୩ଟଙ୍କା ୧ ପଇସା ବଢିବ । ସେହିପରି ଡିଜେଲ ଉପରେ ଭାଟ ପରିମାଣ ୨୬%ରୁ ୨୮%କୁ ବଢାଇଛନ୍ତି । ଅର୍ଥାତ ଡିଜେଲ ମୂଲ୍ୟ ଲିଟର ପିଛା  ୧ଟଙ୍କା ୩ ପଇସା ମହଙ୍ଗା ହେବ । 

    Maximum 500 characters

    ରାଜନୀତି View all

    Find Us on Facebook