Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    କରୋନା ପାଇଁ ଲୋକ ଛଟପଟ : ହେଲେ ତାଜ ହୋଟେଲରେ ୮୪ ଲକ୍ଷ ଖର୍ଚ୍ଚ କରିଥିଲେ ପ୍ରଦୀପ ପାଣିଗ୍ରାହୀ !

    Share on :
    ajab-Image
    Date: Dec 1, 2020    Views: 4276

    ଭୁବନେଶ୍ୱର : କରୋନା ବେଳେ କିଏ ଚାକିରୀ ହରାଇଥିଲା ତ କିଏ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ  । ଆଉ କିଏ ସ୍କୁଲ ଘର କୋଭିଡ଼ ସେଂଟରରେ ଦିନ ଦିନ ରହିବାକୁ ବାଧ୍ୟ ହୋଇଥିଲେ  । ହେଲେ ବିଜେଡ଼ି ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ କିନ୍ତୁ ତାଜ ହୋଟେଲରେ ଅୟସ କରୁଥିଲେ । ତାଜରେ ରହିବା ପାଇଁ ସେ ଖର୍ଚ୍ଚ କରିଥିଲେ ୮୪ ଲକ୍ଷ ଟଙ୍କା  । ଯାହାକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । 

    ସେହି ସମୟରେ ଲୋକେ ଚାଲିଚାଲି ଘରକୁ ଫେରୁଥିବାବେଳେ ଚାର୍ଟାଡ଼ ପ୍ଲେନରେ ଉଡ଼ୁଥିଲେ ପ୍ରଦୀପ  । ଅଗଷ୍ଟ ୫ରେ ସେ ନିଜ ପରିବାରର ୧୩ ଜଣଙ୍କୁ ନେଇ ପୁଣେରୁ ପାଟନା ଓ ପରେ ପାଟନାରୁ ଭୁବନେଶ୍ୱରକୁ ଯାତ୍ରା କରିଥିଲେ  । ଭିନ୍ନ ଭିନ୍ନ କମ୍ପାନୀର ବିମାନରେ ଉଡ଼ୁଥିଲେ ପ୍ରଦୀପ  । ଚଳିତ ବର୍ଷ ୨୬ ଅଗଷ୍ଟରେ ୧୦ ଜଣ ସଦସ୍ୟଙ୍କୁ ନେଇ ସେ ମୁମ୍ବାଇରୁ ଦିଲ୍ଲୀ, ଅଗଷ୍ଟ ୨୮ରେ ଦିଲ୍ଲୀରୁ ଭୁବନେଶ୍ୱର  ଯାତ୍ରା କରିଛନ୍ତି  । ଖାଲି ସେତିକିନୁହେଁ ମାଚ୍ଚ ୨୩ରେ ସେ ପରିବାରର ୫ ସଦସ୍ୟଙ୍କ ସହ ପୁଣେରୁ ଭୁବନେଶ୍ୱରକୁ ବିମାନ ଯାତ୍ରା କରିଥିଲେ  । ଅଗଷ୍ଟରେ କେବଳ ମୁମ୍ବାଇରେ ତାଜ ହୋଟେଲରେ ସେ ୮୪ ଲକ୍ଷ ଟଙ୍କା ଉଡ଼ାଇ ଦେଇଥିଲେ । 

    Maximum 500 characters

    ତାଜା ଖବର View all

    Find Us on Facebook