Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ରାଜ୍ୟର ସଂପତିକୁ ଟାଟା କମ୍ପାନୀ ହାତରେ ଟେକି ଦିଆନଯାଉ - ପ୍ରଦୀପ ମାଝୀ

    Share on :
    ajab-Image
    Date: Jan 7, 2021    Views: 3513

    • ଇଲେକ୍ଟି୍ରସିଟି ଅଧିନିୟମ ୨୦ ଓ ୬୦ କୁ ଅବମାନନା କରି ଗୋଟିଏ ବିଡରକୁ କେଉଁ ପରିସ୍ଥିତିରେ ଓ.ଇ.ଆର.ସି., ଟାଟାର ସିଙ୍ଗିଲ୍ ବିଡିଂକୁ ଅନୁମଦି ଦେଲା ।
    • ସାରା ଭାରତବର୍ଷରେ ଇଲେକ୍ଟ୍ରୋନିକ୍ ବିଡିଂ ଚାଲିଥିବା ସମୟରେ ଓ.ଇ.ଆର.ସି. ଫିଜିକାଲି ବିଡ୍କୁ କିପରି ଅନୁମତି ଦେଲା ।
    • ଆଦାନୀ ପାୱାର, ଟେରେଂଟ୍, ଷ୍ଟେରଲାଇଟ୍, ସି.ଇ.ଏସ୍.ଇ (କଲିକତା) ଭଳି କମ୍ପାନୀମାନେ ମୂଲ୍ୟ ନିର୍ଦ୍ଧାରଣ ଏବଂ ଆକଳନ ପାଇଁ ୨ ମାସର ସମୟ ଲିଖିତ ଭାବରେ ମାଗିବାରୁ ସେମାନଙ୍କୁ କାହିଁକି ଦିଆଗଲା ନାହିଁ?
    • ୪ଟି ଡିସ୍କମ୍ କମ୍ପାନୀର ବାର୍ଷିକ କାରବାର ୧୧ ହଜାର କୋଟି ଟଙ୍କା । ତତ୍ ସହିତ ଏମାନଙ୍କ ପାଖରେ ଥିବା ସମ୍ପତିର ମୂଲ୍ୟ ୧୫ ହଜାର କୋଟି ଟଙ୍କା ଥିବା ସତ୍ୱେ ଉକ୍ତ କମ୍ପାନୀଗୁଡିକୁ ୨୫ ବର୍ଷ ପାଇଁ କିପରି ଭାବରେ ଟାଟା କମ୍ପାନୀକୁ ୧ ହଜାର କୋଟି ଟଙ୍କାରୁ କମ୍୍ ମୂଲ୍ୟରେ ବିକ୍ରୀ କରିଦିଆଯାଉଛି?
    • ୪ଟି ଡିସ୍କମ୍ କମ୍ପାନୀର କର୍ମଚାରୀମାନଙ୍କ ପାଖରେ ଥିବା ୧୦ ପ୍ରତିଶତ ଅଂଶଧନକୁ ସରକାର କେଉଁ ପରିସ୍ଥିତିରେ ରଦ୍ଧ କରିଦେଲେ?
    • ୪୦ ହଜାର ଆଉଟ୍ସୋର୍ସିଂ କର୍ମଚାରୀମାନଙ୍କର ଭବିଷ୍ୟତ ପ୍ରତି ସରକାର କାହିଁକି ଚିନ୍ତା କଲେନାହିଁ?
    • ରାଜ୍ୟ ଉପଦେଷ୍ଟା କମିଟି ଏବଂ ଅନ୍ୟାନ୍ୟ ସେୟାରହୋଲଡରଙ୍କ ପରାମର୍ଶ କାହିଁକି ନିଆଗଲା ନାହିଁ?
     
    ଭୁବନେଶ୍ୱର  – ରାଜ୍ୟରେ ଓଡିଶା ବିଦୁ୍ୟତ୍ ନିୟାମକ ଆୟୋଗ (ଓ.ଇ.ଆର.ସି.) ସମସ୍ତ ନୀତି ନିୟମକୁ ଉଲ୍ଲଘନ କରି ସେସୁ, ସାଉଥ୍କୋ ଓ ୱେସ୍କୋ ଭଳି ସଂସ୍ଥାକୁ ଟାଟା କମ୍ପାନୀ ସମୂହକୁ ବିକ୍ରୀ କରି ମୁନାଫା ଉଠାଇଛନ୍ତି । ଯାହା ରାଜ୍ୟବାସୀଙ୍କ ସ୍ୱାର୍ଥ ବିରୋଧି ବୋଲି ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ସଭାପତି ଶ୍ରୀ ପ୍ରଦୀପ ମାଝୀ ଅଭିଯୋଗ କରିଛନ୍ତି । ଏହି ଉପଲକ୍ଷେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମାଝୀ କହିଛନ୍ତି ଯେ ଏହା ପୁଞ୍ଜିବାଦରେ ମଧ୍ୟ ଗୋଟିଏ ଏକଛତ୍ରବାଦ । ବିଦୁ୍ୟତ୍ ନିୟମ ୨୦୦୩ ର ଧାରା ୨୦ ଅନୁଯାୟୀ ଏହା ସ୍ପଷ୍ଟ ଉଲ୍ଲେଖ ଅଛି ଯେ ଜଣେ ବିଡର ଗୋଟିଏ ସଂସ୍ଥାକୁ ଦୁଇଟି କମ୍ପାନୀକୁ ବିକ୍ରୀ କରିପାରିବ ନାହିଁ । ସେହିଭଳି ବିଦୁ୍ୟତ୍ ନିୟମ ଧାରା ୬୦ ରେ ସ୍ପଷ୍ଟ ଉଲ୍ଲେଖ ଅଛି ଯେ କୌଣସି ଗୋଟିଏ ଘରୋଇ ସଂସ୍ଥା ସମସ୍ତ ବିଦୁ୍ୟତ୍ ବଜାରକୁ ନିୟନ୍ତ୍ରଣ କରିପାରିବ ନାହିଁ । ତେଣୁ ଏଥିରେ ବେନିୟମ ଭାବରେ ଗଫଲତି ହୋଇଥିବାର ସ୍ପଷ୍ଟ ଅନୁମେୟ ହେଉଛି । ଏହି ବିକ୍ରୀ ସମୟରେ ପୂର୍ବରୁ କର୍ମଚାରୀମାନଙ୍କର ଥିବା ୧୦ ପ୍ରତିଶତ ଅଂଶଧନକୁ ମଧ୍ୟ ବେନିୟମ ଭାବରେ ରଦ୍ଧ କରାଯାଇଛି । ଏହି କାର୍ଯ୍ୟରେ ରାଜ୍ୟ ସରକାର ମଧ୍ୟ ଓ.ଇ.ଆର.ସି.କୁ ପ୍ରୋତ୍ସାହନ ଦେଇ ଘରୋଇ କମ୍ପାନୀମାନଙ୍କ ପାଇଁ ପଥ ପରିଷ୍କାର କରି ଦେଇଛନ୍ତି । ଏପରିକି ବର୍ତମାନ ଟାଟା କମ୍ପାନୀକୁ ଲାଇସେନ୍ସ ଦେଇ ସରକାର ଓ ଓ.ଇ.ଆର.ସି. ରାଜ୍ୟବାସୀଙ୍କ ସ୍ୱାର୍ଥକୁ ଅଣଦେଖା କରିଛନ୍ତି । ଏହି ବେନିୟମ କାର୍ଯ୍ୟକୁ ରାଜ୍ୟବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଶ୍ରୀ ମାଝୀ ଦାବି କରିଛନ୍ତି ।
    ଦେଶ ବର୍ତମାନ କୋଭିଡ୍ ଜନିତ ସମସ୍ୟା ମଧ୍ୟରେ ଗତି କରୁଥିବା ବେଳେ ନିୟାମକ ଆୟୋଗ ଖୁବ୍ ତରବରିଆ ଭାବେ ଘରୋଇ କମ୍ପାନୀକୁ ଆହ୍ୱାନ କରିବା ଅତ୍ୟନ୍ତ କ୍ଷୋଭର ବିଷୟ । ଏ ସଂପର୍କରେ ଅନ୍ୟମାନଙ୍କ ପରାମର୍ଶକୁ ବେଖାତିର କରି ଟାଟା କମ୍ପାନୀ ପ୍ରତି ଦରଦ ଦେଖାଇବା ଉଦେ୍ଧଶ୍ୟ ପ୍ରଣୋଦିତ । ବିଭିନ୍ନ ଶିଳ୍ପସଂସ୍ଥା ଉପରେ ଥିବା ବକେୟାକୁ ଖୁବ୍ଶୀଘ୍ର ଆଦାୟ କରାଯାଉ ଏବଂ ରାଜ୍ୟବାସୀଙ୍କୁ ସୁହାଇଲା ଭଳି ଏକ ନୂତନ ନିୟମ ପ୍ରଣୟନ କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ମାଝୀ କହିଛନ୍ତି ।
    ଏହି ସାମ୍ବାଦିକ ସମ୍ମିଳନୀରେ ରଶ୍ମି ମହାପାତ୍ର, ସ୍ମୃତିରେଖା ପହି ଓ ଆଇନ୍ଜୀବୀ ଆକାଶ ଭୂୟାଁ ଉପସ୍ଥିତ ଥିଲେ ।

    Maximum 500 characters

    ରାଜନୀତି View all

    Find Us on Facebook