Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଷଡ଼ଯନ୍ତ୍ର କରିଛନ୍ତି ଅରୁଣ ବୋଥ୍ରା: ପ୍ରଦୀପ

    Share on :
    ajab-Image
    Date: Jan 6, 2021    Views: 5226

    ଭୁବନେଶ୍ୱର: ବହୁ ଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟା ମାମଲାରେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ଷଡ଼ଯନ୍ତ୍ର କରିଛନ୍ତି । ରାଜନୈତିକ ଲୋକଙ୍କ ଚାପରେ ପଡ଼ି ସେ ଷଡ଼ଯନ୍ତ୍ର କରିଛନ୍ତି ।  ତଦନ୍ତ ଠିକଭାବେ ନକରି ଜଣଙ୍କ ମୁଣ୍ଡରେ ଅଠା ବୋଳୁଛନ୍ତି । ବୁଧବାର ଏଭଳି ଅଭିଯୋଗ ଆଣିଛନ୍ତି  କଂଗ୍ରେସର ବରିଷ୍ଠ ନେତା ପ୍ରଦୀପ ମାଝୀ  । 

    ଶ୍ରୀ ମାଝୀ କହିଛନ୍ତି ଯେ,  ପରୀ ଘଟଣାରେ ସବୁ କିଛି ସନେ୍ଦହଜନକ ଲାଗୁଛି ।  ଏସଆଇଟି ତଦନ୍ତ ଉପରେ ବିଶ୍ୱାସ ହେଉନାହିଁ । ତେଣୁ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦରକାର ।  ଏସଆଇଟି ତଦନ୍ତରେ କେହି ସନ୍ତୁଷ୍ଟ ନୁହନ୍ତି । ପ୍ରତି ଦିନ ନୂଆ ନୂଆ ତଥ୍ୟ ଦେଉଛନ୍ତି ।  ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ସବୁ ନୀତି ନିୟମ ଉଲ୍ଲଂଘନ କରିଛନ୍ତି ।  ରାଜନୈତିକ ଲୋକଙ୍କ ଚାପରେ ସେ ଷଡ଼ଯନ୍ତ୍ର କରିଛନ୍ତି । ତଦନ୍ତ ଠିକଭାବେ ନକରି ଜଣଙ୍କ ମୁଣ୍ଡରେ ଅଠା ବୋଳୁଛନ୍ତି । ଏସଆଇଟି ତଦନ୍ତ ଦିଗହରା ହୋଇଛି ବୋଲି ପ୍ରଦୀପ ମାଝୀ କହିଛନ୍ତି । 

    ଏହା ପୂର୍ବରୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ  ପରୀ ହତ୍ୟା ମାମଲାରେ ଏସଆଇଟିର ଉଦେ୍ଧଶ୍ୟ ଓ ପାରିବାପଣିଆକୁ ନେଇ ପ୍ରଶ୍ନ ଉଠାଇ କହିଥିଲେ ଯେ, କାହିଁକି ଏସଆଇଟି ଜଣେ ନାବାଳକକୁ ସାବାଳକ ଦେଖାଇବାକୁ ଚେଷ୍ଟା କରୁଥିଲେ ।  ମାଟ୍ରିକ ପାସ ସାର୍ଟିଫିକେଟର ଜନ୍ମ ପ୍ରମାଣ ସତ୍ତ୍ୱେ ଅଦ୍ଭୂତ କାରଣ ଦର୍ଶାଇଲେ କାହିିଁକି । ଏହା ବେଆଇନ, ଅରୁଣ ବୋଥ୍ରାଙ୍କ ବିରୋଧରେ ଫୌଜଦାରୀ ମାମଲା ହେଉ ।  ହାଡ଼ ଓସିଫିକେସନ ପରୀକ୍ଷା ପାଇଁ ବୋଥ୍ରାଙ୍କୁ କିଏ ଅନୁମତି ଦେଲା ।  ମନ୍ତ୍ରୀ ଅରୁଣ ସାହୁ ଓ ବିଜେଡିକୁ ରକ୍ଷା କରିବା ପାଇଁ ଏଭଳି ଉଦ୍ୟମ  କରାଯାଇଛି ।  ବିନା ପ୍ରମାଣରେ ଜଣେ ଦଳିତ ନାବାଳକୁ ଫସାଇ ଦିଆଯାଇଛି ।  ଅଙ୍ଗ ତସ୍କରୀକୁ ଲୁଚାଇବା ପାଇଁ  ଏସଆଇଟି  ମନଗଢା କାହାଣୀ କହୁଛି ।  ଏସଆଇଟି ତଦନ୍ତକୁ ପରୀର ବାପା ଓ ମା’ ବିଶ୍ୱାସ କରୁନାହାନ୍ତି ।  ସାଧାରଣ ଲୋକଙ୍କ ଭିତରେ ଏସଆଇଟିର ବିଶ୍ୱସନୀୟତା ଆଉ ନାହିଁ । ଘଟଣାର ସଠିକ ତଦନ୍ତ ପାଇଁ ସିବିଆଇକୁ ଦିଆଯାଉ ବୋଲି  ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଥିଲେ । 

    ପ୍ରକାଶ ଯେ, ବହୁ ଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟା ମାମଲାରେ ମଙ୍ଗଳବାର ଏକ ଭିନ୍ନ ମୋଡ଼ ଆସିଥିଲା । ଅଭିଯୁକ୍ତକୁ ମଙ୍ଗଳବାର କୋର୍ଟ ନାବାଳକଭାବେ ଗ୍ରହଣ କରିଥିଲେ । ପୂର୍ବରୁ ଏସଆଇଟି ଓସିଫିକେସନ ସାର୍ଟିଫିକେଟ ବଳରେ ଅଭିଯୁକ୍ତ ସାବାଳକ ବୋଲି କୋର୍ଟରେ ହାଜର କରିଥିବାବେଳେ ଗତ ସୋମବାର ଅଭିଯୁକ୍ତର ଓକିଲ ଏନେଇ ପିଟିସନ ଦାଖଲ କରିଥିଲେ । ଅଭିଯୁକ୍ତର ଜନ୍ମ ପ୍ରମାଣପତ୍ର ଓ ମାଟ୍ରିକ ସାର୍ଟିଫିକେଟ ଦାଖଲ କରିଥିଲେ । ମଙ୍ଗଳବାର କୋର୍ଟ ଏନେଇ ତଦନ୍ତ କରିଥିଲେ । ଅଭିଯୁକ୍ତର ମାଆଙ୍କୁ କୋର୍ଟକୁ ଡକାଇ ପଚରାଉଚୁରା କରିବା ସହ ପକସୋ କୋର୍ଟ ବିଚାରପତି ଉଦୟଭାନୁ ଜେନା ଗିରଫ ହତ୍ୟା ଅଭିଯୁକ୍ତକୁ ସାବାଳକ ନୁହେଁ, ନାବାଳକ ବୋଲି ରାୟ ଦେଇଥିଲେ । 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook