Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସିନେମା

ମୁଖ୍ୟ ଖବର

    ବାହୁବଲୀ ଷ୍ଟାର ‘ମସ୍ତ ମସ୍ତ ଗର୍ଲ’ଙ୍କ ପ୍ରଶଂସକ

    Share on :
    ajab-Image
    Date: Sep 13, 2020    Views: 4199

    ବାହୁବଲୀ ଫେମ ସାଉଥ ସୁପରଷ୍ଟାର ପ୍ରଭାସଙ୍କର ବହୁ ସଂଖ୍ୟାରେ ପ୍ରଶସଂକ ଅଛନ୍ତି । କିନ୍ତୁ ପ୍ରଭାସ ନିଜେ କାହାର ପ୍ରଶଂସକ ଜାଣିବାକୁ ସମସ୍ତଙ୍କର ଇଚ୍ଛା  । ତେବେ ବଲିଉଡର ମସ୍ତ ମସ୍ତ ଗର୍ଲ ଅଭିନେତ୍ରୀ ରବୀନା ଟଣ୍ଡନଙ୍କର ସେ ବଡ଼ ପ୍ରଶଂସକ ବୋଲି ଏକ ସାକ୍ଷାତକାରରେ କହିଛନ୍ତି ପ୍ରଭାସ  । ମୁଁ ଯେତେବେଳେ ‘ଅନ୍ଦାଜ ଅପନା ଅପନା’ର ଗୀତ ‘ଏଲୋ ଜୀ ସନମ’ରେ ତାଙ୍କୁ ଦେଖେ, ମୋ ମୁହଁ ବନ୍ଦ ହୋଇଯାଏ । ତାଙ୍କ ଭଳି ପରିଶ୍ରମୀ ଅଭିନେତ୍ରୀ ବିରଳ । ସେ ଖୁବ ସହଜରେ ନିଜ ଚରିତ୍ରରେ ହଜିଯାଆନ୍ତି । ଖାସ ସେଇଥିପାଇଁ ଦର୍ଶକଙ୍କ ହୃଦୟରେ ସେ ଆଜି ବି ସ୍ୱତନ୍ତ୍ର ସ୍ଥାନର ଅଧିକାରିଣୀ । ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ ପ୍ରଭାସଙ୍କୁ ଆଗକୁ ଫିଲ୍ମ ‘ରାଧେ ଶ୍ୟାମ’ରେ ଦେଖିବାକୁ ମିଳିବ  ।

    Maximum 500 characters

    ସିନେମା View all

    Find Us on Facebook