Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଆନନ୍ଦପୁର: ଏନଏଚ ୨୦ର ବରପଦା ଛକରେ ଚାଉଳ ବୋଝେଇ ଟ୍ରକ ଧକ୍କାରେ ଅଜା ଓ ନାତି ମୃତ

ହବିଷ୍ୟାଳୀଙ୍କ ପାଇଁ କଟକଣା ଜାରି

ବାଲେଶ୍ୱରରେ ବିକାଶ ଦାୟିତ୍ୱ ମୁଁ ନିଜେ ବୁଝିବି:ନବୀନ

ପୋଲିସ ଗୁଳିରେ ପ୍ରାଣ ହରାଇଲା ନିସ୍ ଚର୍ଚ୍ଚ ଆତଙ୍କୀ

ପୁଲୱାମା ଆକ୍ରମଣରେ ପାକିସ୍ତାନର ସମ୍ପୃକ୍ତି ନେଇ ମନ୍ତ୍ରୀଙ୍କ ବଡ ଖୁଲାସା

୨ ତାରିଖରୁ ଖୋଲିବ ଏମ୍ସ ଓପିଡି

ଫ୍ରାନ୍ସ ଆକ୍ରମଣକୁ ନେଇ ମହାଥୀରଙ୍କ ବିବାଦୀୟ ବୟାନ

ଇଥାନଲର କ୍ରୟମୂଲ୍ୟ ବୃଦ୍ଧିକୁ ଧର୍ମେନ୍ଦ୍ରଙ୍କ ସ୍ୱାଗତ

banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ପୋଷ୍ଟାଲ ବାଲାଟରେ ଭୋଟ ଦେବେ ବୟସ୍କ ଓ କୋଭିଡ ଭୋଟର

    Share on :
    ajab-Image
    Date: Oct 9, 2020    Views: 3195

    ଭୁବନେଶ୍ୱର: ଚଳିତ ବର୍ଷ ୮୦ ବର୍ଷରୁ ଅଧିକ ବୟସର ଭୋଟର, ଦିବ୍ୟାଙ୍ଗ ଭୋଟର ଏବଂ କୋଭିଡ-୧୯ ଆକ୍ରାନ୍ତ ତଥା ସନ୍ଦିଗ୍ଧ କୋଭିଡ ଭୋଟର ପୋଷ୍ଟାଲ ବାଲାଟ ମାଧ୍ୟମରେ ମତଦାନ କରିବେ  । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲେହାନୀ ବାଲେଶ୍ୱର ଓ ଜଗତସିଂହପୁର ଜିଲ୍ଲାପାଳଙ୍କ ସହିତ ଏନେଇ ଭିଡିଓ କନଫରେନ୍ସିଂ ଜରିଆରେ ବିଶଦ ଆଲୋଚନା କରିଛନ୍ତି । 

    ନାମାଙ୍କ ଦାଖଲର ପ୍ରଥମ ଦିନରୁ ପାଞ୍ଚ ଦିନ ପର୍ଯ୍ୟନ୍ତ ଅର୍ଥାତ ଅକ୍ଟୋବର ୧୪ ସୁଦ୍ଧା ଏହି ଶ୍ରେଣୀର ଭୋଟରକମାନେ ପୋଷ୍ଟାଲ ବାଲାଟ ଫର୍ମ ୧୨(ଘ) ଜରିଆରେ ସମ୍ପୃକ୍ତ ନିର୍ବାଚନ ଅଧିକାରୀଙ୍କୁ ଆବେଦନ କରିବା ଲାଗି କୁହାଯାଇଛି । ଅକ୍ଟୋବର ୨୧ ତାରିଖ ଠାରୁ ନଭେମ୍ବର ପହିଲା ପର୍ଯ୍ୟନ୍ତ ସ୍ୱତନ୍ତ୍ର ଭାବେ ନିଯୁକ୍ତି ପାଇଥିବା ପୋଲିଂ ଅଧିକାରୀଙ୍କ ଦ୍ୱାରା ଘର ସମ୍ପୃକ୍ତ ବ୍ୟକ୍ତି ଦେଇଥିବା ଠିକଣାରେ ପୋଷ୍ଟାଲ ବାଲାଟ ଯୋଗାଇ ଦିଆଯିବ । ସମ୍ପୂର୍ଣ୍ଣ ଗୋପନୀୟତା ମଧ୍ୟରେ ସମ୍ପୃକ୍ତ ଭୋଟର ପୋଷ୍ଟାଲ ବାଲାଟରେ ମତଦାନ କରିସାରିବା ପରେ ମୁଦା ଲଫାପାରେ ପୋଷ୍ଟାଲ ବାଲାଟକୁ ପୁଣିଥରେ ପୋଲିଂ ଅଧିକାରୀଙ୍କୁ ଫେରାଇବେ । ଏହି ସମ୍ପୂର୍ଣ୍ଣ ପ୍ରକି୍ରୟା ନିର୍ଦ୍ଧାରିତ ଭୋଟ ଗ୍ରହଣ ଦିବସର ଏକ ଦିନ ପୂର୍ବରୁ ସରିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି । ଏହି ବୈଠକରେ ବାଲେଶ୍ୱର ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ, ଜଗତସିଂହପୁର ଜିଲ୍ଲାପାଳ ସରୋଜ କୁମାର ମିଶ୍ର, ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର, ଉପମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook