ମୁଖ୍ୟ ଖବର
ନୂଆଦିଲ୍ଲୀ: ଭାରତରେ ୬୦ ପ୍ରତିଶତ ମହିଳା ଯୌନ ଜୀବନରେ ସନ୍ତୋଷ ଲାଭ କରୁଥିବା ବେଳେ ୪୦ ପ୍ରତିଶତ ସନ୍ତୁଷ୍ଟ ହୋଇ ନଥାନ୍ତି । ସେହିଭଳି ୮୫ ପ୍ରତିଶତ ପୁରୁଷ ଅଶ୍ଳୀଳ ୱେବ୍ସାଇଟ୍ରୁ ଯୌନ ତୃଷ୍ଣା ମେଣ୍ଟେଇଥାନ୍ତି ବୋଲି "ଇଣ୍ଡିଆ ଟୁଡେ' ପକ୍ଷରୁ କରାଯାଇଥିବା "ସେକ୍ସ ସର୍ଭେ-୨୦୧୯'ରେ ପ୍ରକାଶ ପାଇଛି । ଦେଶର ୫୩ ପ୍ରତିଶତ ମହିଳାଙ୍କ ପାଇଁ ଭିର୍ଜିନିଟି (କୁମାରୀତ୍ୱ) ଗୁରୁତ୍ୱ ବହନ କରିଥାଏ । ଅହମ୍ମଦାବାଦର ୮୨ ପ୍ରତିଶତ ଏବଂ ଜୟପୁରର ୮୧ ପ୍ରତିଶତ ମହିଳାଙ୍କ ପାଇଁ ଭିଜିର୍ନିଟି ଗୁରୁତ୍ୱ ରଖିଥାଏ ବୋଲି ଜଣାପଡ଼ିଛି । ୩୦ ପ୍ରତିଶତ ପୁରୁଷ ଆଖିରେ ଅନ୍ଧପୁଟୁଳି ବାନ୍ଧି ସେକ୍ସ କରିଥାନ୍ତି । ୩୧ ପ୍ରତିଶତ ପୁରୁଷ ନିଜର ବାନ୍ଧବୀଙ୍କୁ ମାଡ଼ ମାରି କିମ୍ବା ଚାପୁଡ଼ା ମାରି ଯୌନକ୍ରିୟା କରିଥାନ୍ତି । ୫୧ ପ୍ରତିଶତ ପୁରୁଷ ନିଜ ଯୌନସାଥୀଙ୍କ "ଜି-ସ୍ପଟ୍' (ଶରୀରର ଅତି ସମ୍ବେଦନଶୀଳ ଅଞ୍ଚଳ) ସମ୍ପର୍କରେ ଅବଗତ ଥାନ୍ତି । ଶତକଡ଼ା ୨୫ ପ୍ରତିଶତ ପୁରୁଷ ଓ ମହିଳା କର୍ମକ୍ଷେତ୍ରରେ ସମ୍ଭୋଗ କରିବାକୁ ପସନ୍ଦ କରିଥାନ୍ତି ।
"ଇଣ୍ଡିଆ ଟୁଡେ' ପକ୍ଷରୁ ଦେଶର ୧୯ ସହରରେ ଚଳିତବର୍ଷ ଜାନୁୟାରୀ ୨୩ ତାରିଖରୁ ଫେବ୍ରୁଆରୀ ୨୦ ତାରିଖ ମଧ୍ୟରେ ୧୪ରୁ ୨୯, ୩୦ରୁ ୪୯ ଏବଂ ୫୦ରୁ ୬୯ ବର୍ଷ ବୟସ୍କ ତିନୋଟି ବର୍ଗର ମୋଟ ୪,୦୨୮ ଲୋକଙ୍କ ମତାମତକୁ ନେଇ ଏହି ସର୍ଭେ କରାଯାଇଥିଲା । ଜୟପୁର ସହରରେ ସର୍ବାଧିକ ୮୭ ପ୍ରତିଶତ ପୁରୁଷ ଏବଂ ମହିଳା ଭାଏଗ୍ରା କିମ୍ବା ସେହିଭଳି ଯୌନ ଉଦ୍ଧୀପକ ଔଷଧ ଖାଇ ସମ୍ଭୋଗ କରିଥାନ୍ତି । ଇନେ୍ଦାରରେ ସର୍ବାଧିକ ୮୫ ପ୍ରତିଶତ ମହିଳା ସେମାନଙ୍କ ପୁରୁଷ ବନ୍ଧୁଙ୍କ ଦ୍ୱାରା ପ୍ରତାରଣାର ଶିକାର ହୋଇଥାନ୍ତି । ଗୁରୁଗାଓଁର ୧୦୦ ପ୍ରତିଶତ, ଭୁବନେଶ୍ୱରର ୯୯.୫ ପ୍ରତିଶତ, ନୋଏଡାର ୧୦୦ ପ୍ରତିଶତ, ଇନେ୍ଦାରର ୯୯ ପ୍ରତିଶତ, ଚଣ୍ଡୀଗଡ଼ର ୯୯ ପ୍ରତିଶତ, କୋଲକାତାର ୯୯.୨ ପ୍ରତିଶତ ପୁରୁଷ ଓ ମହିଳା କର୍ମସ୍ଥଳୀରେ ଯୌନକ୍ରିୟା କରିବାକୁ ପସନ୍ଦ କରି ନଥାନ୍ତି । ମାତ୍ର ଦିଲ୍ଲୀର ୨୭.୬ ପ୍ରତିଶତ ଏବଂ ରାଞ୍ଚିର ୧୯.୫ ପ୍ରତିଶତ ପୁରୁଷ ଓ ମହିଳା କର୍ମସ୍ଥଳୀରେ ଯୌନକ୍ରିୟା କରିବାକୁ ପସନ୍ଦ କରିଥାନ୍ତି । ପୁନେ ଓ ଜୟପୁରର ସର୍ବାଧିକ ୬୭.୫ ପ୍ରତିଶତ, ପୁରୁଷ ଓ ମହିଳା ସର୍ବସାଧାରଣ ସ୍ଥଳରେ ଯୌନକ୍ରିୟା କରିବାକୁ ପସନ୍ଦ କରୁଥିବାବେଳେ ଚେନ୍ନାଇର ସର୍ବନିମ୍ନ ୨୭ ପ୍ରତିଶତ ପୁରୁଷ ଓ ମହିଳା ସର୍ବସାଧାରଣ ସ୍ଥଳରେ ଯୌନକ୍ରିୟା କରିବାକୁ ପସନ୍ଦ କରିଥାନ୍ତି ।
Comments ସମସ୍ତ ମତାମତ