Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ରାୟଗଡ଼ା ଜିଲ୍ଲା ଗୁଣପୁର ତହସିଲଦାର ଲକ୍ଷ୍ମୀନାରାୟଣ ସାବତ ନିଲମ୍ବିତ

banner

କଳା

ମୁଖ୍ୟ ଖବର

    ଡିଜିଙ୍କ ସମୀକ୍ଷା, ଶାନ୍ତି ଶୃଙ୍ଖଳାରେ ଦୁର୍ଗାପୂଜା ସାର

    Share on :
    ajab-Image
    Date: Oct 15, 2020    Views: 3255

    କଟକ : ପୁଲିସ ଡିଜି ଅଭୟଙ୍କ ଅଧ୍ୟକ୍ଷତାରେ ରାଜ୍ୟର ସମସ୍ତ ଏସପି, ଡିସିପି, ରେଳବାଇ ଏସପି, ରେଞ୍ଜ ଆଇଜି, ଡିଆଇଜିଙ୍କ ସହିତ ଭିଡିଓ କନଫରେନ୍ସିଂରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ସମୀକ୍ଷା କରାଯାଇଛି  । ବିଶେଷ କରି ଶାନ୍ତି ଶୃଙ୍ଖଳାରେ ଦୁର୍ଗାପୂଜା ସାରିବାକୁ ବୈଠକରେ ଆଲୋଚନା କରାଯାଇଥିଲା  ।

    ବୈଠକର ଦ୍ୱିତୀୟ ପର୍ଯ୍ୟାୟରେ କମିସନରେଟ ପୁଲିସ କଟକ, ଭୁବନେଶ୍ୱର ଓ ଟ୍ରାଫିକ ଡିସିପିଙ୍କ ସହ ସ୍ୱତନ୍ତ୍ର ଭାବେ ଆଲୋଚନା କରାଯାଇଥିଲା  । କରୋନାରେ ସଂକ୍ରମିତ ହୋଇଥିବା କର୍ମଚାରୀଙ୍କ ଚିକିତ୍ସା ଓ ପ୍ରତିରୋଧକ ବ୍ୟବସ୍ଥା, ଶାନ୍ତି ଶୃଙ୍ଖଳାରେ ଦୁର୍ଗାପୂଜା ସମାପନ, ସମୟ ପୂର୍ବରୁ ଅବସର, ଆଉଟ ଅଫ ଟର୍ଣ୍ଣ ପଦୋନ୍ନତି ଓ ପ୍ରୋତ୍ସାହନ ପ୍ରଦାନ ପ୍ରସଙ୍ଗ, ପୁଲିସ ସହିଦ ସ୍ମୃତି ଦିବସ ପାଳନ ଉପରେ ଆଲୋଚନା ହୋଇଥିଲା  । ଏହାଛଡ଼ା ଘଟୁଥିବା ଅପରାଧ, ମାନବିକ ଅଧିକାର କ୍ଷୁଣ୍ଣ ବାବଦରେ ଆସୁଥିବା ଭାଇରାଲ ଭିଡିଓ ଉପରେ ତକ୍ରାଳ କାର୍ଯ୍ୟାନୁଷ୍ଠାନ, ଥାନାମାନଙ୍କରେ ସିସିଟିଭିର କାର୍ଯ୍ୟକାରିତା, ପୁଲିସ ପଦକ ପାଇଁ ନାମ ପଠାଇବା, ମୋ ସରକାର ପାଇଁ ଆସିଥିବା ପାଣ୍ଠିର ସୁବିନିଯୋଗ, ତଦନ୍ତ ପାଇଁ ପଡ଼ି ରହିଥିବା ମାମଲା, ଉତ୍ତମ କାର୍ଯ୍ୟର ପ୍ରଶଂସା, ଅମିମାଂସିତ ଇ-ଅଭିଯୋଗର ସମାଧାନ, ଜାତୀୟ ମାନବାଧିକାର କମିସନ ଓ ରାଜ୍ୟ ମାନବାଧିକାର କମିସନରେ ହୋଇଥିବା ଅଭିଯୋଗ ଗୁଡ଼ିକର ଶୀଘ୍ର ଅନୁପାଳନ କରାଯିବା ଉପରେ ପଦକ୍ଷେପ ନେବାକୁ ଡିଜିପି ସମସ୍ତଙ୍କୁ ନିଦେ୍ର୍ଧଶ ଦେଇଥିଲେ  । ଏଥିସହିତ ଇଆରଏସଏସ (ଏମର୍ଜେନ୍ସି ରେସମନ୍ସ ସପୋର୍ଟ ସିଷ୍ଟମ) ଉପରେ ମଧ୍ୟ ଡିଜିପି ଆଲୋଚନା କରିଥିଲେ  ।

    Maximum 500 characters

    କଳା View all

    Find Us on Facebook