Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପୁଲିସ ମାଗୁଛି ନ୍ୟାୟ

    Share on :
    ajab-Image
    Date: Nov 5, 2019    Views: 1152

    ନୂଆଦିଲ୍ଲୀ,: ଦିଲ୍ଲୀ ତିସ୍ ହଜାରୀ କୋର୍ଟ ବାହାରେ ଗତ ଶନିବାର ଦିନ ପୋଲିସ ଓ ଓକିଲଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା । ବର୍ତମାନ ଏହି ଘଟଣା ନୂଆ ମୋଡ ନେଇଛି । ଗତ ତିନିଦିନ ଧରି ସାରା ଦେଶର ଓକିଲ ଏହି ଘଟଣାକୁ ନିନ୍ଦା କରୁଥିବା ବେଳେ ଆଜି ଦିଲ୍ଲୀ ପୋଲିସ ମୁଖ୍ୟାଳୟ ବାହାରେ ପୋଲିସ କର୍ମୀମାନେ ବିରୋଧ ପ୍ରଦର୍ଶନ କରିଛନ୍ତି । 

    ଦିଲ୍ଲୀ ପୋଲିସକର୍ମୀମାନେ କଳାପଟି ବାନ୍ଧି ମୁଖ୍ୟାଳୟ ସାମ୍ନାରେ ନିଜ ପାଇଁ ନ୍ୟାୟ ମାଗିଛନ୍ତି । ସେମାନଙ୍କ କହିବାନୁସାରେ, ପୋଲିସ ପୋଷାକ ପଛରେ ଜଣେ ମଣିଷ ରହିଛି ଓ ସେମାନଙ୍କର ମଧ୍ୟ ପରିବାର ଅଛି । ଏପରିକି ସେମାନଙ୍କ ପୀଡା କେହି ବୁଝୁନାହାଁନ୍ତି ବୋଲି ଅଭିଯୋଗ କରିଛନ୍ତି । 

    ମାନବାଧିକାର ସେମାନଙ୍କ ପାଇଁ ନାହିଁ କି ବୋଲି ପୋଲିସକର୍ମୀମାନେ ପ୍ରଶ୍ନ କରିଛନ୍ତି । କେହି ଆକ୍ରମଣ କରିଥିଲେ ମଧ୍ୟ ସେମାନେ ଶାନ୍ତ ରହୁଛନ୍ତି । ଯଦି ପୋଲିସ କମିଶନର ନ୍ୟାୟ ଦେବାରେ ବିଫଳ ହେବେ ତେବେ ଗୃହ ମନ୍ତ୍ରାଳୟ ଆଗରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବେ ବୋଲି ସେମାନେ କହିଛନ୍ତି । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook