Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

୨ ଛାତ୍ରଙ୍କ ସଲିଳ ସମାଧି

୨୦ରେ ପୱନର ଏସଏଲପି ଣୁଣାଣି

ବ୍ରାଉନ ସୁଗାର ଜବତ, ୩ ଗିରଫ

ବିଜେବି ଆନେ୍ଦାଳନ ପଛରେ ଅଧ୍ୟାପକ!

ଚନ୍ଦ୍ରଭାଗା ପାଇଁ ମାଷ୍ଟରପ୍ଲାନ : ମୁଖ୍ୟ ଶାସନ ସଚିବ

ଜାନୁଆରୀ ୨୦ରୁ କୃଷି ଓଡିଶା

ରବିବାର ଠାରୁ ଶିରିଡ଼ି ବନ୍ଦ

ମାସକରେ ରେଳ ଦୁର୍ଘଟଣା ତଦନ୍ତ ରିପୋର୍ଟ

ଆମକୁ କ’ଣ ବାଉନସର ବଳିଯିବେ: ସୁର

ନାବାଳିକାକୁ ଦୁଷ୍କର୍ମ, କନଷ୍ଟେବଳ ଗିରଫ

ପଛରେ ବସିଲେ ହେଲମେଟ ବାଧ୍ୟ: ମନ୍ତ୍ରୀ

banner

ଖେଳ ଖବର

ମୁଖ୍ୟ ଖବର

    ମ୍ୟାଚ୍ ବେଳେ ପାଣି ବୋହିଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

    Share on :
    ajab-Image
    Date: Oct 26, 2019    Views: 370

    କାନବେରା :  ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ ଗୁରୁବାର ଏକ ୱାର୍ମ ଅଫ୍ ମ୍ୟାଚ୍ ବେଳେ ପଡ଼ିଆ ଭିତରକୁ ପାଣି ବୋହି ନେବାର ନୃଶ୍ୟ ଏବେ ସାମାଜିକ ଗଣମାଧ୍ୟମରେ ଚକ୍କର କାଟୁଛି । ବିଭିନ୍ନ ବର୍ଗରୁ ପ୍ରଶଂସା ବି ସାଉଁଟିଛନ୍ତି ୫୧ ବର୍ଷୀୟ ଏହି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ । ରବିବାରଠାରୁ ଅଷ୍ଟ୍ରେଲିଆ ଏବଂ ଶ୍ରୀଲଙ୍କା ମଧ୍ୟରେ ୩ ମ୍ୟାଚ ଟି ୨୦ ଶୃଙ୍ଖଳା ଖେଳାଯିବ । ଗୁରୁବାର କିନ୍ତୁ ପ୍ରଧାନମନ୍ତ୍ରୀ ଏକାଦଶ ଏବଂ ଶ୍ରୀଲଙ୍କା ଏକାଦଶ ମଧ୍ୟରେ ଖେଳାଯାଇଥିଲା । ଶ୍ରୀଲଙ୍କା ପାଳି ବେଳେ ଦାସୁନ ଶଶକାଙ୍କୁ ଡାନିଏଲ ଫଲିନ୍ସ ଆଉଟ୍ କରିବା ମାତ୍ରେ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ ତୁରନ୍ତ ପାଣି ବୋତଲ ଧରି ପଡ଼ିଆ ଭିତରକୁ ପଶି ଆସିଥିଲେ । କିଛି ଅଷ୍ଟ୍ରେଲିଆ ଖେଳାଳି ବି ପ୍ରଧାନମନ୍ତ୍ରୀଙ୍କ ସହ ହାତ ମିଳାଇଥିଲେ ଆଉ କିଛି ପାଣି ପିଇଥିଲେ । ମୋରିସନଙ୍କ ଏଭଳି ଆଚରଣ ଏକ ମହନୀୟ ବାର୍ତ୍ତା ଦେଇଥିଲା । ବିଶ୍ୱରେ କୌଣସି କାମ ଛୋଟ ନୁହେଁ ବୋଲି ସେ ପ୍ରମାଣିତ କରି ଦେଇଥିଲେ । ଆଇସିସି ସହିତ ବିଶ୍ୱ ବ୍ୟାପୀ କି୍ରକେଟ ପ୍ରଶଂସକମାନେ ମଧ୍ୟ ଏହାକୁପ୍ରଶଂସା କରିଛନ୍ତି । ଏହି ମ୍ୟାଚକୁ ମଧ୍ୟ ପ୍ରଧାନମନ୍ତ୍ରୀ ଏକାଦଶ ଶେଷ ଓଭର ରୋମାଞ୍ଚ ସହିତ ୧ ୱିକେଟରେ ଜିତି ନେଇଥିଲା ।

    Maximum 500 characters

    ଖେଳ ଖବର View all

    Find Us on Facebook