Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଦିଲ୍ଲୀ ଦଙ୍ଗା: ମୃତ୍ୟୁ ସଂଖ୍ୟା ୪୨କୁ ବୃଦ୍ଧି

କଟକ: କାର କାଚ ଭାଙ୍ଗି ୪ଲକ୍ଷ ଲୁଟ

ରାଜକନିକା: ବାଇକକୁ ପିଟି ଓଲଟିଲା ଓଟୋ, ମହିଳା ମୃତ, ୨ ଗୁରୁତର

ଭୁବନେଶ୍ୱର: ଶିଶୁ ବିକ୍ରି ଘଟଣାରେ ଆଉ ୩ ଗିରଫ

କୋରାପୁଟ: ଜଙ୍ଗଲରେ ଜୁଆ:୩ ଗିରଫ, ୧୫ ଫେରାର

ସ୍ପେଶାଲ ଫୋକସ ଷ୍ଟେଟ ଦାବି କଲେ ନବୀନ

ଭୁବନେଶ୍ୱରରେ ଅମିତ ଶାହା

banner

ଅର୍ଥନୀତି

ମୁଖ୍ୟ ଖବର

    ଥାଳି ଅର୍ଥନୀତି: ନିରାମିଷ ଥାଳି ୨୯%, ଆମିଷ ଥାଳି ୧୮% ସୁଲଭ ହୋଇଛି, ଆମିଷ ଥାଳିରେ ଅଧିକ ସଞ୍ଚୟ

    Share on :
    ajab-Image
    Date: Feb 1, 2020    Views: 2713

    ଦୀର୍ଘ ମିଆଦି ଭିତ୍ତିରେ ସମ୍ପତ୍ତି ସୃଷ୍ଟି କରିବା ଉପରେ ଜୋର ଦେବା, ଶିକ୍ଷାର ଘରୋଇକରଣ କରିବା, ଶ୍ରମ କ୍ଷେତ୍ରରେ ସଂସ୍କାର ଆଣିବା ମୁକ୍ତ ବାଣିଜ୍ୟ ରାଜିନାମାକୁ ଭୟ ନ କରି ସେଥିରୁ କିଭଳି ଲାଭ ହାସଲ କରିହେବ ତାହା ଉପରେ ଧ୍ୟାନ ଦେବା ଲାଗି ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୧୯-୨୦ରେ ଦେଶର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କେଭି ସୁବ୍ରମଣିଅନ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ଜିଡିପି ତଥ୍ୟକୁ ନେଇ ଯେଉଁ ଚର୍ଚ୍ଚା ହେଉଛି ତାହା ଭିତ୍ତିହୀନ ବୋଲି ସେ ଜଣାଇଛନ୍ତି । ଥାଳି ଅର୍ଥନୀତି ଜରିଆରେ ସେ ସାଧାରଣ ଲୋକଙ୍କୁ ଜଟିଳ ଅର୍ଥନୀତିକୁ ସରଳ ଭାବେ ବୁଝାଇବାକୁ ପ୍ରଚେଷ୍ଟା କରିଛନ୍ତି ।

    ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୧୯-୨୦ ଉପସ୍ଥାପନ କରିଛନ୍ତି । ଚଳିତ ବର୍ଷ ସର୍ଭେରେ ଏକ ସ୍ୱତନ୍ତ୍ର ଅଧ୍ୟାୟ ରଖାଯାଇଛି ତାହାର ନାମ ହେଲା ଥାଳିନୋମିକ୍ସ ବା ଥାଳି ଅର୍ଥନୀତି । ୨୦୦୭ ରୁ ୨୦୧୯ ମଧ୍ୟରେ ଦେଶରେ ଖାଦ୍ୟ ସାମଗ୍ରୀର ଦରଦାମ କିଭଳି କମିଛି ତାକୁ ଯେଭଳି ଜଣେ ସାଧାରଣଲୋକ ବୁଝିପାରିବ ସେହି ଅନୁସାରେ ଏହି ଅଧ୍ୟାୟ ପ୍ରସ୍ତୁତ କରାଯାଇଛି । ଏଥିରେ ଏକ ଖାଦ୍ୟ ଥାଳିକୁ ଉଦାହରଣ ଭାବେ ନିଆଯାଇଛି । ଦେଶରେ ସାଧାରଣ ଲୋକଙ୍କ ପାଇଁ ଖାଦ୍ୟ ସାମଗ୍ରି ଅଧିକ ସୁଲଭ ବୋଲି ଏଥିରେ କୁହାଯାଇଛି । ପ୍ରତ୍ୟେକ ବ୍ୟକ୍ତି ସେମାନଙ୍କ ଦୈନନ୍ଦିନ ଜୀବନରେ ଯଦିଓ ଅର୍ଥନୀତି ଦ୍ୱାରା ପ୍ରଭାବିତ ହେଉଛନ୍ତି ତଥାପି ଏହାକୁ ସମସ୍ତେ ଜାଣିପାରି ନଥାନ୍ତି ବୋଲି ସର୍ଭେରେ କୁହାଯାଇଛି । ଏକ ୫ ଜଣିଆ ପରିବାର ଯଦି ଦିନକୁ ଦୁଇଥର ନିରାମିଷ ଥାଳି ଖାଉଥାନ୍ତି ତେବେ ସେମାନେ ବର୍ଷକୁ ୧୦,୮୮୭ ଟଙ୍କା ସଞ୍ଚୟ କରିଥିବେ ବୋଲି ସର୍ଭେରେ କୁହାଯାଇଛି । ସେହିଭଳି ଆମିଷ ଥାଳି ବାବଦରେ ୧୧,୭୮୭ ଟଙ୍କା ସଞ୍ଚୟ କରିପାରିଛନ୍ତି । ନିରାମିଷ ଖାଦ୍ୟ ଥାଳି ୨୯ ପ୍ରତିଶତ ସୁଲଭ ହୋଇଥିବା ବେଳେ ଆମିଷ ଖାଦ୍ୟ ଥାଳି ୧୮ ପ୍ରତିଶତ ସୁଲଭ ହୋଇଛି । ଅର୍ଥାତ ସାଧାରଣ ଲୋକଙ୍କ ସୁଖ ଓ ସ୍ୱାଚ୍ଛନ୍ଦ୍ୟରେ ଉନ୍ନତି ଆସିଥିବା ଦର୍ଶାଇବା ପାଇଁ ଏଭଳି ତୁଳନାତ୍ମକ ଅର୍ଥନୈତିକ ସର୍ଭେରେ ଉପସ୍ଥାପନ କରାଯାଇଛି । ନିରାମିଷ ଥାଳିରେ ପରଷା ଯାଉଥିବା ଖାଦ୍ୟର ମୂଲ୍ୟ ଆକଳନ ପାଇଁ ୨୦୦୬ ଏପି୍ରଲରୁ ୨୦୧୯ ଅକ୍ଟୋବର ପର୍ଯ୍ୟନ୍ତ ପ୍ରାୟ ୧୩ ବର୍ଷର ତଥ୍ୟକୁ ବିଚାରକୁ ନିଆଯାଇଛି । ଦେଶର ୨୫ଟି ରାଜ୍ୟ / କେନ୍ଦ୍ର ଶାସିତ ଅଞ୍ଚଳର ପ୍ରାୟ ୮୦ଟି କେନ୍ଦ୍ରରୁ ଶିଳ୍ପ ଶ୍ରମିକ ମାନଙ୍କ ପାଇଁ ଉଦ୍ଧିଷ୍ଟ ଖାଉଟି ମୂଲ୍ୟସୂଚୀକୁ ସଂଗ୍ରହ କରାଯାଇ ଖାଦ୍ୟର ମୂଲ୍ୟ ହିସାବ କରାଯାଇଛି ।

    Maximum 500 characters

    ଅର୍ଥନୀତି View all

    Find Us on Facebook