Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ଝାରସୁଗୁଡ଼ାରୁ କୋଲକାତାକୁ ବିମାନ ଚଳାଚଳ ଆରମ୍ଭ

    Share on :
    ajab-Image
    Date: Jan 27, 2020    Views: 4023

    ଝାରସୁଗୁଡ଼ା : ଆଜିଠାରୁ ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ କୋଲକାତାକୁ ବିମାନ ଚଳାଚଳ ଆରମ୍ଭ ହୋଇଛି । ଆଜି ଏଲାଏନ୍ସ ଏୟାର୍ ବିମାନ କଂପାନି ପକ୍ଷରୁ ଏକ ବିମାନ ଯାତ୍ରା ଆରମ୍ଭ ହୋଇଛି ।  ଏନେଇ ଝାରସୁଗୁଡ଼ା ବିମାନବନ୍ଦରର ନିର୍ଦେଶକ ସ୍ବଦେଶ ଚୌହ୍ବାନ ସୂଚନା ଦେଇଛନ୍ତି । ଏହାଫଳରେ ପଶ୍ଚିମ ଓଡ଼ିଶାବାସୀଙ୍କର ଦୀର୍ଘ ଦିନର ଆଶା ପୂରଣ ହୋଇଛି । ଗତ ସେପ୍ଟେମ୍ବର ୧୧ ତାରିଖରେ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବିମାନ ଚଳାଚଳ ନେଇ ଲୋକସେବା ଭବନରେ ଆଞ୍ଚଳିକ ବିମାନ ଯୋଗାଯୋଗ ପରିଷଦର ବୈଠକ ଅନୁଷ୍ଠିତ ହୋଇଥିଲା । ସେହି ବୈଠକରେ ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଆଉ ୨ଟି ନୂଆ ସହର ତଥା କୋଲକାତା ଏବଂ ବେଙ୍ଗାଲୁରୁକୁ ବିମାନ ଉଡ଼ାଣ ପାଇଁ ନିଷ୍ପତ୍ତି ହୋଇଥିଲା।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook