Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ପ୍ରାର୍ଥୀ ନେଇ ନବୀନ ନେବେ ନିଷ୍ପତ୍ତି: ପ୍ରତାପ ଦେବ

    Share on :
    ajab-Image
    Date: Feb 3, 2021    Views: 4887

    ଭୁବନେଶ୍ୱର: ପିପିଲି ଉପନିର୍ବାଚନ ନେଇ ରାଜନୈତିକ ଉଷ୍ମତା ଧୀରେ ଧୀରେ ବଢ଼ିବାରେ ଲାଗିଛି । ଏହି ନିର୍ବାଚନ ପାଇଁ ନିଯୁକ୍ତି ବିଜେଡି ପର୍ଯ୍ୟବେକ୍ଷକ ପ୍ରତାପ ଦେବଙ୍କ ଭୁବନେଶ୍ୱର ଘରେ ପ୍ରାଥମିକ ବୈଠକ ବସିଥିଲା । ୨୦୧୯ ବିଧାନସଭା ନିର୍ବାଚନ ଫଳାଫଳ ନେଇ ଉଭୟ ପିପିଲି ଏବଂ ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ବ୍ଲକ ସଭାପତି ପ୍ରମୁଖ ବରିଷ୍ଠ ନେତାଙ୍କ ସହିତ ଶ୍ରୀ ଦେବ ଆଲୋଚନା କରିଥିବା କହିଛନ୍ତି । ଶ୍ରୀ ଦେବ କହିଛନ୍ତି ଯେ ପ୍ରାର୍ଥୀ କିଏ ଦେବ, ତାହା ଉପରେ ବିଚାରବିମର୍ଶ ପାଇଁ ଏହି ବୈଠକ ଡକାଯାଇନଥିଲା । ସେ ସଂକ୍ରାନ୍ତ ନିଷ୍ପତ୍ତି ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ ନେବେ । ଏଣୁ ଏହା ଉପରେ ନେତାମାନଙ୍କ ଠାରୁ କୌଣସି ମତାମତ ମଗାଯାଇନାହିଁ କିମ୍ବା କହିବାକୁ ସୁଯୋଗ ଦିଆଯାଇନାହିଁ । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ବିଜେଡି ନିର୍ବାଚନ କ୍ଷେତ୍ରକୁ ଓହ୍ଲାଇବା ପୂର୍ବରୁ ଏହାର ସାମଗ୍ରିକ ସ୍ଥିତି ଜାଣିବାକୁ ଚାହିଁଥିଲା । ଦିବଂଗତ ବିଧାୟକ ପ୍ରଦୀପ ମହାରଥୀ ନିର୍ବାଚନ ମଣ୍ଡଳୀରେ କି କି ପ୍ରତିଶ୍ରୁତି ଦେଇଥିଲେ, ସେ ମଧ୍ୟରୁ କେତେ ପାଳନ ହୋଇଛି, କାହିଁକି ଗତ ନିର୍ବାଚନରେ ଭୋଟ କମିଲା, କେଉଁ ନେତା ଅସୁଖୀ, କିଏ ଅକଳରେ ପକାଇପାରନ୍ତି ସେ ନେଇ ନେତାମାନଙ୍କ ଠାରୁ ତଥ୍ୟ ମାଗିଥିଲେ । ସେହିଭଳି ବିଜେପି ଓ କଂଗ୍ରେସର ନିର୍ବାଚନ ରଣଜିତ ସମ୍ପର୍କରେ ମଧ୍ୟ ତଥ୍ୟ ସଂଗ୍ରହ କରିଥିଲେ 

    ପ୍ରକାଶଯେ, ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପରେ ଏବେ ପିପିଲି ଉପନିର୍ବାଚନ ଉପରେ ସମସ୍ତଙ୍କ ନଜର ରହିଛି । ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ଏହି ବିଧାନସଭା ଆସନ ପାଇଁ ଆଗକୁ ଉପନିର୍ବାଚନ ହେବ । ଆଉ ଏହି ଉପନିର୍ବାଚନ ପାଇଁ ୩ ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଖୋଜା ଆରମ୍ଭ ହୋଇଯାଇଛି । ଆଉ ଟିକେଟ ପାଇଁ ଆଶାୟୀଙ୍କ କସରତ ମଧ୍ୟ ଆରମ୍ଭ ହୋଇଯାଇଥିବା କୁହାଯାଉଛି । ତେବେ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀ ପରୋକ୍ଷରେ ଟିକେଟ ପାଇଁ ଆଶାୟୀ ଥିବା କହିବା ପରେ ତାଙ୍କ ମା’ ଅର୍ଥାତ ଦିବଂଗତ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ ମୁଁହ  ଖୋଲିଥିଲେ ।  ସେ କହିଥିଲେ ଯେ,  ଏ ବିଷୟରେ ଆମର କିଛି କହିବାର ନାହିଁ ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି ସ୍ୱାଗତଯୋଗ୍ୟ । ଯାହା ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ, ଆମେ ମାନିବୁ ବୋଲି ପ୍ରତିଭା ମହାରଥୀ କହିଛନ୍ତି । କିଛି ଦିନ ପୂର୍ବରୁ ପ୍ରତିଭା ମହାରଥୀ ଟିକେଟ ବିଷୟରେ ମୁହଁ ଖୋଲିଥିଲେ । ତାଙ୍କୁ ଯଦି ପ୍ରାର୍ଥୀ କରାଯାଏ ତେବେ ସେ ଖୁସି ହେବେ ବୋଲି କହିଥିଲେ । 

    ରୁଦ୍ର ମହାରଥୀ କହିଥିଲେ ଯେ,  ଦଳ ଯାହାକୁ ନିଷ୍ପତ୍ତି ନେବ ଆମେ ସମର୍ଥନ କରିବୁ ।  ଆମକୁ ଯାହା ଦଳରୁ ଆଦେଶ ଆସିବ, ତାହାକୁ ମୁଁ ଓ ମା ପାଳନ କରିବୁ ।  ମା’ଙ୍କ ବି ନିର୍ବାଚନ ପରିଚାଳନା ଅଭିଜ୍ଞତା ରହିଛି ।  ବାପାଙ୍କ ସହ ମୁଁ ୨ଟି ନିର୍ବାଚନ ବୁଲିଛି । ମୋର ଅଭିଜ୍ଞତା ଅଛି ।  ମା’ଙ୍କ ବି ଅଭିଜ୍ଞତା ରହିଛି ।  ମାଟିର ଉନ୍ନତି ପାଇଁ ସର୍ବଦା ରୁଦ୍ର ମହାରଥୀ ରହିବ ବୋଲି ସେ କହିଥିଲେ । 

    Maximum 500 characters

    ରାଜନୀତି View all

    Find Us on Facebook