ମୁଖ୍ୟ ଖବର
ଜୟପୁର : ରାଜସ୍ଥାନରେ ରାଜନୈତିକ ସଂକଟ ଜାରିରହିଛି । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ଅପରପକ୍ଷରେ ଅଛନ୍ତି ମୁଖ୍ୟମନ୍ତ୍ରୀ ଆଶାୟୀ ସଚିନ ପାଇଲଟ । ତେବେ କଂଗ୍ରେସ ପାଇଲଟଙ୍କୁ ଘରୁ ବାହାରିବାର ରାସ୍ତା ଦେଖାଇ ସାରିଥିବାବେଳେ ବିଜେପି କିନ୍ତୁ କୋଳେଇ ନେବାକୁ ବସିଛି । ଏପରିକି ଦରକାର ପଡ଼ିଲେ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇପାରେ ବୋଲି ବିଜେପି ସଭାପତି ସତୀଶ ପୁନିଆ କହିବାକୁ ପଛାଇ ନାହାନ୍ତି । ଯାହାକୁ ନେଇ ରାଜସ୍ଥାନ ରାଜନୀତିରେ ଜୋରଦାର ଚର୍ଚ୍ଚା ହେଉଥିବାବେଳେ ଏହା ବିଜେପିର ଗେମପ୍ଲାନ ବୋଲି କୁହାଯାଉଛି ।
ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେବା ଅବସରରେ ପୁନିଆଙ୍କୁ ଏନେଇ ପ୍ରଶ୍ନ କରାଯାଇଥିଲା । ପାଇଲଟ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ହୋଇପାରିବେ କି ବୋଲି ପ୍ରଶ୍ନ ହୋଇଥିଲା । ଏହାର ଉତରରେ ପୁନିଆ କହିଲେଯେ, ଯଦି ପରିସ୍ଥିତି ଅନୁମତି ଦିଏ ତେବେ ସଚିନ ପାଇଲଟ ବି ମୁଖ୍ୟମନ୍ତ୍ରୀ ହୋଇପାରନ୍ତି । ତେବେ ଏଯାବତ ସଚିନ କଂଗ୍ରେସ ଛାଡ଼ିନାହାନ୍ତି । ସେ ବିଜେପିକୁ ଯିବେ ନାହିଁ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି । କିନ୍ତୁ ପୁନିଆଙ୍କ ଏଭଳି ମନ୍ତବ୍ୟ ଖାଲି କଂଗ୍ରେସ ଶିବିରରେ ନୁହେଁ ବିଜେପି ଶିବିରରେ ବି ଆଲୋଡ଼ନ ସୃଷ୍ଟି କରିଛି ।
Comments ସମସ୍ତ ମତାମତ