Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଆତଙ୍କିତ ହୁଅନ୍ତୁନି, ସାମାଜିକ ଦୂରତା ଅବଲମ୍ବନ ନକଲେ ଜିରୋ ଟୋଲେରାନ୍ସ :CMO

ଓଡ଼ିଶାରେ ପୁଣି 16ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ସମସ୍ତେ ଭୁବନେଶ୍ୱର ଅଂଚଳର ,ମୋଟ ହେଲା 39

14ରେ ନିଆଯିବ ସ୍କୁଲ ଓ କଲେଜ ଖୋଲିବା ନିଷ୍ପତ୍ତି: ପିଟିଆଇ ସୂତ୍ରରୁ ପ୍ରକାଶ

ସୁନ୍ଦରପଦା ଅଂଚଳକୁ ସିଲ କଲା ବିଏମସି

ଭୁବନେଶ୍ୱରରେ ଆଉ 2 ପଜିଟିଭ ଚିହ୍ନଟ. ମୋଟ ହେଲା 23

ଗୋଷ୍ଠୀ ସଂକ୍ରମଣର ଭୟ ନାହିଁ.8ରେ ସଟ ଡାଉନ ଉଠିବ, ଗହଳି କରିବେନି : ମୁଖ୍ୟ ଶାସନ ସଚିବ

ଭାରତରେ କରୋନା ମୃତ୍ୟୁ ସଂଖ୍ୟା 79କୁ ବୃଦ୍ଧି

କଳାହାଣ୍ଡି କରୋନା ଆକ୍ରାନ୍ତଙ୍କ ଗାଁ ସିଲ

କଟକ କେଶବପୁରରେ ପୁଲିସ ଉପରକୁ ଢେଲା ପଥର ମାଡ

banner

ଅର୍ଥନୀତି

ମୁଖ୍ୟ ଖବର

    ଏପ୍ରିଲରୁ ପେଟ୍ରୋଲ, ଡିଜେଲ୍ ମହଙ୍ଗା

    Share on :
    ajab-Image
    Date: Jan 31, 2020    Views: 2451

    ନୂଆଦିଲ୍ଲୀ: ଦେଶରେ ଏପ୍ରିଲ୍ ପହିଲାରୁ ଭାରତ ଷ୍ଟେଜ୍ (ବିଏସ୍) ୬ ନିୟମ ଲାଗୁ ହେବ । ଏହା ପରଠାରୁ ପେଟ୍ରୋଲ୍ ଓ ଡିଜେଲର ଲିଟର ପିଛା ଦାମ୍ ୫୦ ପଇସାରୁ ଏକ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇବ । ବିଏସ୍-୬ ହେଉଛି ଗାଡ଼ି ଜନିତ ପ୍ରଦୂଷଣକୁ କମ୍ କରିବା ଲାଗି ଏକ କଠୋର ନିୟମ । ଏଥିରେ ସ୍ୱଚ୍ଛ ଇନ୍ଧନ ବ୍ୟବହାର କରାଯିବାର ବ୍ୟବସ୍ଥା ରହିଛି । ବିଏସ୍-୬ ହେଉଛି ୟୁରୋ-୬ ମାନର ଇନ୍ଧନ । ଗାଡ଼ି ଜରିଆରେ ହେଉଥିବା ପ୍ରଦୂଷଣକୁ କମ୍ କରିବାରେ ଏହା ବିଶେଷ ସହାୟକ ହେବ । ୨୦୨୦ ଏପ୍ରିଲ୍ ଠାରୁ ସାରା ଦେଶରେ ଏହି ତେଲ ଯୋଗାଣ ଆରମ୍ଭ ହୋଇଯିବ । ଭାରତୀୟ ତୈଳ ନିଗମର ଅଧ୍ୟକ୍ଷ ସଞ୍ଜୀବ ସିଂହ କହିଛନ୍ତି ଯେ, କମ୍ପାନିର ବିଶୋଧନାଗାରରେ ବିଏସ୍-୬ ମାନର ଇନ୍ଧନ ଉତ୍ପାଦନ ଆରମ୍ଭ ହୋଇଗଲାଣି । ଆସନ୍ତା ମାସ ଠାରୁ ତାହା ଡିପୋଗୁଡ଼ିକରେ ପହଞ୍ଚିବ । ଆସନ୍ତା ଏପ୍ରିଲ୍ ୧ ସୁଦ୍ଧା ଏହି ତେଲ ଦେଶର ସମସ୍ତ ଅଞ୍ଚଳରେ ପହଞ୍ଚାଇବାକୁ ଆମେ ପ୍ରତିବଦ୍ଧ ବୋଲି ସେ କହିଛନ୍ତି ।

    ବର୍ତ୍ତମାନ ଦିଲ୍ଲୀରେ ପେଟ୍ରୋଲର ଲିଟର ପିଛା ଦାମ୍ ୭୩.୩୬ ଟଙ୍କା ଓ ଡିଜେଲ୍ ୬୬.୩୬ ଟଙ୍କା ରହିଛି । ବିଏସ୍-୬ ମାନର ତୈଳ ଉତ୍ପାଦନ କରିଥିବା ଲାଗି ବିଶୋଧନାଗାରଗୁଡ଼ିକର ଉନ୍ନତୀକରଣ ବାବଦରେ ଇଣ୍ଡିଆନ୍ ଅଏଲ୍ ୧୭ ହଜାର କୋଟି ଟଙ୍କା ଖର୍ଚ୍ଚ କରିଛି । ତୈଳ ଶିଳ୍ପ ଜଗତ ଏବାବଦରେ ୩୦ ହଜାର କୋଟି ଟଙ୍କା ବିନିଯୋଗ କରିଛି । ପ୍ରଦୂଷଣକୁ ବିଚାରକୁ ନେଇ ୧୯୯୦ର ପ୍ରାରମ୍ଭରେ ଦେଶରେ ସ୍ୱଚ୍ଛ ଇନ୍ଧନ ନିୟମ ଲାଗୁ କରାଯାଇଥିଲା । ବର୍ଷ ଗଡ଼ି ଚାଲିବା ସହିତ ଏହି ନିୟମ କଠୋର ହୋଇଥିଲା । ୧୯୯୦ରେ ବିଏସ୍-୧, ୨୦୦୫ରେ ବିଏସ୍-୨, ୨୦୧୦ରେ ବିଏସ୍-୩ ଓ ୨୦୧୭ରେ ବିଏସ୍-୪ ନିୟମ ଲାଗୁ କରାଯାଇଥିଲା । ବିଏସ୍-୬ ନିୟମ ବଳଦରେ ସରକାର ସିଧାସଳଖ ବିଏସ୍-୬ ନିୟମ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି ଯାହା ଚଳିତ ବର୍ଷ ଏପ୍ରିଲରୁ ଲାଗୁ ହେବ । ବିଏସ୍-୬ ମାନର ତେଲ ହେଉଛି ବିଏସ୍-୬ ତୁଳନାରେ ଅଧିକ ସ୍ୱଚ୍ଛ । ସେଥିରେ ସଲଫର୍ ମାତ୍ରା ୧୦ ପିପିଏମ୍ ରହିଛି ।

    Maximum 500 characters

    ଅର୍ଥନୀତି View all

    Find Us on Facebook