Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଖୋର୍ଦ୍ଧା: ହାତୀ ଆକ୍ରମଣରେ ୩ ଭାଇ ଆହତ, ୨ ଗୁରୁତର

କଟକ: ମର୍କତନଗର ଥାନା କାଠଯୋଡ଼ି ବିହାର ବସ୍ତିରେ ଦୁଷ୍ଟାମୀ ପାଇଁ ୬ ବର୍ଷର ଝିଅକୁ ଚେଙ୍କ ଦେଲା ମା’

ରାଜ୍ୟରେ ଆଉ ୧୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭାରତରେ ୪ ହଜାର ଟପିଲା ମୃତ୍ୟୁ ସଂଖ୍ୟା

ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଇଦ ଶୁଭେଚ୍ଛା

କାମାକ୍ଷାନଗର: ଭୁଜାଲି ଦେଖାଇ ୩ ଲକ୍ଷ ଲୁଟ

ଶୀଘ୍ର ଚାଲିବ ‘ମୋ ବସ’, କେଉଁ ରୁଟରେ କେତେ ବସ ଚାଲିବ ମଙ୍ଗଳବାର ନିଷ୍ପତ୍ତି

banner

ବିଶେଷ

ମୁଖ୍ୟ ଖବର

    ମାତୃଭୂମି ମୋହ, ଟାଣିଲେ ବଳଦ ଗାଡ଼ି

    Share on :
    ajab-Image
    Date: May 14, 2020    Views: 2729

    କରୋନା ଭାଇରସ ସଂକ୍ରମଣରୁ ରକ୍ଷା ପାଇବା ଲାଗି ସାରା ଦେଶରେ ଲକଡାଉନ ଲାଗୁ କରାଯାଇଛି । ଏହି ସମୟରେ ଅନ୍ୟ ରାଜ୍ୟରେ ଫସିଥିବା ପ୍ରବାସୀ ଶ୍ରମିକମାନେ ନିଜ ନିଜର ରାଜ୍ୟକୁ ଫେରିବା ଲାଗି ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କିଏ ଚାଲି ଚାଲି ଘରକୁ ଫେରୁଛନ୍ତି ତ କିଛି ଲୋକ ସାଇକେଲ ଆଉ କିଲୋକ ଟ୍ରଲି ଦ୍ୱାରା ପଳାଇ ଆସୁଛନ୍ତି । ଇନେ୍ଦାର ବାଇପାସ ଅଞ୍ଚଳରେ ସେଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଯାହାକି ଆଖିରେ ଲୁହ ଆଣିଦେବ । ଭିଡିଓରେ ଘରଯାଏଁ ପହଞ୍ଚିବା ଲାଗି ଏକ ଶ୍ରମିକ ପରିବାରର ଲୋକେ ପାଳି କରି ବଳଦଗାଡ଼ି ଟାଣୁଥିବାର ଦେଖାଯାଇଛି ।
    ଘଟଣାଟି ଏହିପରି । ଏକ ଶ୍ରମିକ ପରିବାର ମହାରାଷ୍ଟ୍ରରୁ ବଳଦଗାଡ଼ି ସାହାଯ୍ୟରେ ରାଜସ୍ଥାନ ସ୍ଥିତ ନିଜ ଘରକୁ ବାହାରିଛନ୍ତି । ପରିବାରରେ ମୋଟ ୩ ଜଣ ସଦସ୍ୟ ଅଛନ୍ତି । ରାସ୍ତାରେ ସେମାନଙ୍କର ବଳଦଗାଡ଼ି ଟାଣୁଥିବା ଗୋଟିଏ ବଳଦର ମୃତୁ୍ୟ ହୋଇଯାଇଛି । ବଳଦଗାଡ଼ି ଟାଣିବା ପାଇଁ ୨ଟି ବଳଦର ଆବଶ୍ୟକତା ଥିବାରୁ ଏବେ ପରିବାରର ଲୋକମାନେ ପାଳିକରି ତାକୁ ଟାଣୁଛନ୍ତି । ଅସହ୍ୟ ଗରମରେ କେବେ ବାପା ତ କେବେ ମାଆ ଆଉ କେତେବେଳେ ପୁଅ ବଳଦଗାଡ଼ି ଟାଣିବାକୁ ବାଧ୍ୟ ହେଉଛନ୍ତି । ଇନେ୍ଦାରର ମଙ୍ଗାଲିଆ ବାଇପାସ ନିକଟରେ ସେମାନେ ଯାଉଥିବା ବେଳେ କିଛି ଲୋକ ତାର ଭିଡିଓ ସୁଟିଂ କରିଥିଲେ । ଇନେ୍ଦାର ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ନିକଟରେ କିନ୍ତୁ ଏ ସମ୍ପର୍କରେ କିଛି ଖବର ନାହିଁ । ସୂଚନା ଥାଉ କି ମହାରାଷ୍ଟ୍ରର ଉତ୍ତରପ୍ରଦେଶ, ବିହାର ଏବଂ ରାଜସ୍ଥାନ ଯାଉଥିବା ଲୋକମାନେ ଇନେ୍ଦାର ହୋଇ ଯାଇଥାନ୍ତି ।

    Maximum 500 characters

    ବିଶେଷ View all

    Find Us on Facebook