Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବରିଷ୍ଠ ଆଇନଜୀବୀ ସୁରେନ୍ଦ୍ର ନାଥ କର ପିସିସି ଆଇନ ପ୍ରକୋଷ୍ଠର ଅଧ୍ୟକ୍ଷ

    Share on :
    ajab-Image
    Date: Nov 9, 2020    Views: 3075

    ଭୁବନେଶ୍ୱର : ପିସିସି ଆଇନଜୀବୀ ପ୍ରକୋଷ୍ଠର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଲେ ହାଇକୋର୍ଟର ବରିଷ୍ଠ ଆଇନଜୀବି ସୁରେନ୍ଦ୍ର ନାଥ କର  । ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କ ପରାମର୍ଶ କ୍ରମେ ଏଆଇସିସି ଆଇନ ପ୍ରକୋଷ୍ଠର ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ବିବେକ ଟାଙ୍ଖା ହାଇକୋର୍ଟର ବରିଷ୍ଠ ଆଇନଜୀବି  ସୁରେନ୍ଦ୍ର ନାଥ କରଙ୍କୁ ଓଡ଼ିଶା ଆଇନ ପ୍ରକୋଷ୍ଠର ଅଧ୍ୟକ୍ଷଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି । ବରିଷ୍ଠ ଆଇନଜୀବି ହିସାବରେ ତାଙ୍କର ଅଭିଜ୍ଞତା ଏବଂ କଂଗ୍ରେସ ସହିତ ଜଡ଼ିତ ଥିବା ଶ୍ରୀ କର ପିସିସି ଆଇନ ବିଭାଗକୁ ସୁସଂଗଠିତ କରିବା ସହିତ କଂଗ୍ରେସ ଦଳକୁ କିପରି ମଜବୁତ ଓ କ୍ରିୟାଶୀଳ କରାଯାଇ ପାରିବ ସେଥିପାଇଁ ସେ କାର୍ଯ୍ୟକରିବେ ବୋଲି ଏକ ପ୍ରେସ ବିଜ୍ଞପ୍ତିରେ ପିସିସି ରାଜ୍ୟ ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି । 

    Maximum 500 characters

    ରାଜନୀତି View all

    Find Us on Facebook