Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ୧୯ରେ ପିସିସି କିଷାନ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ

    Share on :
    ajab-Image
    Date: Nov 18, 2020    Views: 3121

    ଭୁବନେଶ୍ୱର : ଓଡିଶା ପ୍ରଦେଶ କିଷାନ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ଆସନ୍ତା ତା ୧୯.୧୧.୨୦୨୦ ରିଖ ଗୁରୁବାର ଦିନ ୧୧ ଘଟିକା ସମୟରେ କଂଗ୍ରେସ ଭବନ, ଭୁବନେଶ୍ୱର ଠାରେ ପିସିସି କିଷାନ କଂଗ୍ରେସ ଅଧ୍ୟକ୍ଷ ଶ୍ରୀ ଅମୀୟ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ । ଉକ୍ତ ବୈଠକରେ ଖରିପ୍ ଧାନର ଅଭାବୀ ବିକ୍ରୀ ଓ ଟୋକନ୍ ସମସ୍ୟା, କୃଷକ ବିରୋଧି ତିନୋଟି କଳା କୃଷି ଆଇନ୍ର ପ୍ରତ୍ୟାହାର, କୃଷି ଋଣ ଛାଡ ଓ ରାଜ୍ୟର ବିଭିନ୍ନ ଜିଲ୍ଲାରେ କୃଷି ଓ କୃଷକମାନଙ୍କ ସମସ୍ୟା ଓ ଏହାର ସମାଧାନ ଏବଂ ସାଂଗଠନିକ କାର୍ଯ୍ୟକ୍ରମ ସଂପର୍କରେ ବିସ୍ତୃତ ଆଲୋଚନା କରାଯିବ । ଏଣୁ ପିସିସି କିଷାନ କଂଗ୍ରେସର ରାଜ୍ୟ କାର୍ଯ୍ୟକାରିଣୀ କମିଟିର ସମସ୍ତ କର୍ମକର୍ତା ଓ ସମସ୍ତ ଜିଲ୍ଲା କିଷାନ କଂଗ୍ରେସର ଅଧ୍ୟକ୍ଷମାନେ ନିର୍ଦ୍ଧାରିତ ସମୟରେ ଉକ୍ତ ବୈଠକରେ ଯୋଗଦେବାକୁ ଏକ ପ୍ରେସ୍ ବିବୃତିରେ ସୂଚୀତ କରାଯାଇଛି ।

    Maximum 500 characters

    ରାଜନୀତି View all

    Find Us on Facebook