ମୁଖ୍ୟ ଖବର
ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଏବଂ କଂଗ୍ରେସ ପୂର୍ବତନ ସାଧାରଣ ସଚିବ ପିସି ଚାକୋ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି । କେରଳ ବିଧାନସଭା ନିର୍ବାଚନ ମାତ୍ର କିଛି ସପ୍ତାହ ପୂର୍ବରୁ ଚାକୋ କଂଗ୍ରେସ ଦଳରୁ ଇସ୍ତଫା ଦେବା ଦ୍ୱାରା କଂଗ୍ରେସକୁ ଶକ୍ତ ଝଟକା ଲାଗିଛି । ଦଳରୁ ଇସ୍ତଫା ଦେଇଥିବା ଚାକୋ କଂଗ୍ରେସ ବିରୋଧରେ କଡ଼ା ଅଭିଯୋଗ ଆଣିଛନ୍ତି । ଚାକୋ କହିଛନ୍ତି, କୌଣସି ସଚ୍ଚୋଟ କଂଗ୍ରେସ ନେତା ଏବଂ କର୍ମୀଙ୍କ ପାଇଁ ଦଳରେ ତିଷ୍ଠି ରହିବା ଖୁବ କଷ୍ଟଦାୟକ । ଏକ ସାମ୍ବାଦିକ ସମ୍ମଳିନୀରେ ଉଦବୋଧନ ଦେଇ ଚାକୋ କହିଛନ୍ତି, କଂଗ୍ରେସ ହେଉଛି ଏକ ଦିଗହରା ଜାହାଜ । ବର୍ଷେରୁ ଊଦ୍ଧ୍ୱର୍ ସମୟ ଧରି ଦଳ କୌଣସି ସଭାପତି ପାଇବାରେ ବିଫଳ ହୋଇଛି । କେରଳରେ କୌଣସି କଂଗ୍ରେସ ଦଳ ନାହିଁ । ସେଠି କେବଳ ଦୁଇଟି ଗୋଷ୍ଠୀ ରହିଛି । ଗୋଟିଏ ‘ଏ’ଗ୍ରୁପ ଏବଂ ଅନ୍ୟଟି ‘ଆଇ’ ଗ୍ରୁପ । ଉମେନ ଚାଣ୍ଡି ‘ଏ’ ଗ୍ରୁପ ନେତୃତ୍ୱ ନେଉଥିବା ବେଳେ ରମେଶ ଚେନ୍ନିଥିଲା ‘ଆଇ’ ଗ୍ରୁପର ନେତୃତ୍ୱ ନେଉଛନ୍ତି ବୋଲି ଚାକୋ କହିଛନ୍ତି ।
Comments ସମସ୍ତ ମତାମତ