Share on :
0
Date: Jan 12, 2021 Views: 5002
ପଟ୍ଟାମୁଣ୍ଡାଇ :-କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରପରିଷଦ ଅନ୍ତର୍ଗତ ୯,୧0 ଓ ୧୧ ୱାର୍ଡ ନମ୍ବରର ଶତାଧିକ ଦଳିତ ମହିଳା ଏକ ଶୋଭାଯାତ୍ରାରେ ଆସି ମୁନସିପାଲିଟି ଅଫିସ ଘେରାଉ କରିବା ସହ ପୌରନିର୍ବାହୀ ଅଧିକାରୀ ସମ୍ପଦ ସ୍ୱାଇଁଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି l ଏହି ଦାବି ପତ୍ରରେ ଦୀର୍ଘ ୨0ବର୍ଷ ହେବ ପିଡ଼ିଏସ ଚାଉଳ ଯୋଗାଇ ଆସୁଥିବା ଡିଲର ବନମାଳୀ ଲେଙ୍କାଙ୍କ ଡିଲର ଲାଇସେନ୍ସ ପୁନଃକାର୍ଯ୍ୟକ୍ରମ କରାଇ ତୁରନ୍ତ ଖାଦ୍ୟ ନିରାପତ୍ତା ଆଇନ ଅନୁସାରେ ପୂର୍ବଭଳି ଯୋଗାଇ ଦେବାପାଇଁ ଦାବି ରହିଛି l ଖବର ମୁତାବକ ଡିଲର ଲେଙ୍କାଙ୍କ ଲାଇସେନ୍ସ ରାସନସାମଗ୍ରୀ ଯୋଗାଣରେ ଅନିୟମିତତା ଅଭିଯୋଗ କାରଣରୁ କିଛିଦିନ ହେବ ବାତିଲ କରାଯାଇଛି ସେଥିପାଇଁ ରାସନ ସାମଗ୍ରୀ ପାଇବାରେ ହିତାଧିକାରୀ ଅସୁବିଧାର ସମ୍ମୁଖୀନ ହେଇଛନ୍ତି lବିଭାଗୀୟ ଅଧିକାରୀ ରାସନ ସାମଗ୍ରୀ ପାଇଁ ପାଖ ଡିଲରଙ୍କ ପାଖକୁ ଯିବାପାଇଁ ହିତାଧିକାରୀଙ୍କୁ କହିଥିଲେ l ଏ ନେଇ ଅସନ୍ତୋଷ ଦେଖାଦେଇଥିଲା,ଯାହାକୁ ନେଇ ଏଭଳି ପରିସ୍ଥିତି ଉପୁଜିଥିବା ଜଣାପଡିଛି l ଏହି ଶୋଭାଯାତ୍ରା ଓ ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ରାଜନଗରର ପୂର୍ବତନ ବିଧାୟକ ତଥା କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ସଭାପତି ଅଂଶୁମାନ ମହାନ୍ତି ଓ କଂଗ୍ରେସ ଜିଲ୍ଲା ଯୁବମୋର୍ଚା ସଭାପତି ସତ୍ୟପ୍ରିୟ ସାମଲ ଉପସ୍ଥିତ ରହି ନିଜର ସମର୍ଥନ ଜଣାଇବା ସହ ବିକ୍ଷୋଭରତ ଦଳିତ ମହିଳାଙ୍କ ପକ୍ଷରୁ ଦାବିପତ୍ର ପୌରଅଧିକାରୀଙ୍କୁ ପ୍ରଦାନ କରିଥିବା ନଜର ଆସିଥିଲା l
ରିପୋର୍ଟ :- ସୌମ୍ୟରଞ୍ଜନ ଗିରି
Comments ସମସ୍ତ ମତାମତ