Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର

    Share on :
    ajab-Image
    Date: Feb 23, 2021    Views: 4006

    ଭୁବନେଶ୍ବର:  ରାଜ୍ୟରେ ଆଜି ପୁଣି ପେଟ୍ରୋଲ ଓ ଡିଜେଲ ଦର ବଢ଼ିଛି। ଆଜି କାଲିମେଳାରେ ପେଟ୍ରୋଲ ଲିଟର ପିଛା ଦର ସର୍ବାଧିକ ୯୭ଟଙ୍କା ୧୪ ପଇସା ରହିଛି।
    ଅପରପକ୍ଷରେ କାଲିମେଳାରେ ଆଜି ଡିଜେଲ ଦର ସର୍ବାଧିକ ୯୭ ଟଙ୍କା ୧୪ ପଇସାରେ ପହଞ୍ଚିଛି। ଏହା ପଛକୁ ରହିଛି ମାଲକାନଗିରିରେ ତେଲ ଦର। ମାଲକାନଗିରରେ ସାଧାରଣ ପେଟ୍ରୋଲ ୯୬ଟଙ୍କାରୁ ଅଧିକ ରହିଥିବା ବେଳେ ଶହେ ଟପିଛି ମାରିଛି ସ୍ପିଡ୍ ପେଟ୍ରୋଲର ଦର। ମାଓ ଅଧ୍ୟୁଷିତ ଏହି ଜିଲ୍ଲାରେ ସ୍ପିଡ୍ ପେଟ୍ରୋଲର ଦର ୧୦୦ଟଙ୍କାକୁ ଟପି ଯାଇଛି।
    ଠିକ୍ ସେହିପରି ଯୋଡ଼ାରେ ପେଟ୍ରୋଲର ଲିଟର ପ୍ରତି ଦର ୯୩ଟଙ୍କା ଓ ଡିଜେଲ ୯୦ ଟଙ୍କାରୁ ଅଧିକ ରହିଥିବା ଜଣାଯାଇଛି। ସମ୍ବଲପୁର ଭୁବନେଶ୍ୱର ଓ ବ୍ରହ୍ମପୁରରେ ପେଟ୍ରୋଲ ଲିଟର ପିଛା ଦର ୯୨ଟଙ୍କାରୁ ଅଧିକ ରହିଛି। ସମ୍ବଲପୁର ଓ ବ୍ରହ୍ମପୁରରେ ଡିଜେଲ ଦର ୮୯ଟଙ୍କାରୁ ଅଧିକ ରହିଛି। ସେହିପରି ଭୁବନେଶ୍ୱରରେ ଡିଜେଲ ଲିଟର ପିଛା ଦର ୮୮ ଟଙ୍କା ୯୫ ପଇସା ହୋଇଛି।

    Maximum 500 characters

    ତାଜା ଖବର View all

    Find Us on Facebook