Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ରାୟଗଡ଼ା ଜିଲ୍ଲା ଗୁଣପୁର ତହସିଲଦାର ଲକ୍ଷ୍ମୀନାରାୟଣ ସାବତ ନିଲମ୍ବିତ

banner

ରାଜ୍ୟ ଖବର

ମୁଖ୍ୟ ଖବର

    ପୂର୍ବତନ ବାଲିଆ ସରଂପଚ ତଥା ବିଶିଷ୍ଟ ସମାଜସେବୀଙ୍କ ବିୟୋଗ

    Share on :
    ajab-Image
    Date: Sep 18, 2020    Views: 5383

    ଭୁବନେଶ୍ୱର : ପୂର୍ବତନ ବାଲିଆ ସରଂପଚ ତଥା ବିଶିଷ୍ଟ ସମାଜସେବୀ ଶିଶିର କୁମାର ଦାସଙ୍କର ପରଲୋକ ହୋଇଯାଇଛି  । ମୃତୁ୍ୟବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା  । ଦୀର୍ଘଦିନ ଧରି ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ  । 

    ଆଜି ସଂଧ୍ୟା ୭ଟାରେ ତାଙ୍କର ପରଲୋକ ହୋଇଯାଇଛି  । କୁଜଙ୍ଗ ବ୍ଲକ ଅନ୍ତର୍ଗତ ବାଲିଆ ପଂଚାୟତ ପାନପଲ୍ଲୀ ଗ୍ରାମରେ ଜନ୍ମିତ ସ୍ୱର୍ଗତ ଦାସ ଜଣେ ପରୋପକାରୀ ଓ ସମାଜସେବୀ ଭାବେ ଆଖପାଖ ଅଂଚଳରେ ବେଶ ପ୍ରତିଷ୍ଠା ଅର୍ଜନ କରିଥିଲେ  । ସ୍ୱକୀୟ ପ୍ରତିଷ୍ଠା ଓ ନେତୃତ୍ୱ ଦକ୍ଷତା ପାଇଁ ସେ ୧୯୯୫ରୁ ୨୦୦୫ ପର୍ଯ୍ୟନ୍ତ ଲଗାତର ୨ ଥର ବାଲିଆ ଗ୍ରାମପଂଚାୟତର ସରଂପଚ ଭାବେ ନିର୍ବାଚିତ ହୋଇପାରିଥିଲେ  । ତାଙ୍କ ସମୟରେ ଗ୍ରାମ ପଂଚାୟତରେ ଅନେକ ବିକାଶମୂଳକ କାର୍ଯ୍ୟ ହୋଇପାରିଥିଲା  । ବିଶେଷକରି ବାଲିଆ ମହିଳା ମହାବିଦ୍ୟାଳୟ ପ୍ରତିଷ୍ଠା କରି ସେ ନାରୀ ଶିକ୍ଷାକୁ ପ୍ରୋତ୍ସାହିତ କରିପାରିଥିଲେ  । ତାଙ୍କ ବିୟୋଗରେ କୁଜଙ୍ଗ ତଥା ଜଗତସିଂହପୁର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି  । ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି  । ସ୍ୱର୍ଗତ ଦାସଙ୍କ ଭଣଜା   ମାନସ ଚୌଧୁରୀ ବରିଷ୍ଠ କଂଗ୍ରେସ ନେତା ଭାବେ ପ୍ରତିଷ୍ଠା ଅର୍ଜନ କରିଛନ୍ତି  । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook