Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ‘ଯାହା କହିଥିଲୁ, ପ୍ରମାଣିତ ହେଲା’

    Share on :
    ajab-Image
    Date: Jan 15, 2021    Views: 6038

    ଭୁବନେଶ୍ୱର: ଆମେ ଯାହା କହିଥିଲୁ ଆଜି ତାହା ପ୍ରମାଣିତ ହେଲା । ଏଭଳି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ।  ନୟାଗଡ଼ ଯଦୁପୁରର ପରୀ ହତ୍ୟା ମାମଲାରେ ହାଇକୋର୍ଟଙ୍କୁ ସରକାରଙ୍କ ଚିଠି ନମିଳିବା ପ୍ରସଙ୍ଗରେ ଶ୍ରୀ ମହାପାତ୍ର ଏହା କହିଛନ୍ତି । 

    ସେ କହିଛନ୍ତି ଯେ, ବିଧାନସଭାରେ ରାଜ୍ୟ ସରକାର କୋର୍ଟ ମନିଟର ଏସଆଇଟି ପାଇଁ କହିଥିଲେ ।  ହେଲେ ଆଜି ରାଜ୍ୟ ସରକାରଙ୍କ କଥା ମିଥ୍ୟା ପ୍ରମାଣିତ ହେଲା ।  ତଦନ୍ତ କୋର୍ଟି ମନିଟର ନୁହେଁ ବୋଲି ଆମେ ପୂର୍ବରୁ କହିଥିଲୁ ।  ଆମେ ଯାହା କହିଥିଲୁ, ତାହା ପ୍ରମାଣିତ ହେଲା ।  ରାଜ୍ୟ ସରକାର ଚିଠି ଲେଖି ଗଣମାଧ୍ୟମକୁ ଦେଖାଇଥିଲେ ।  ଓଡ଼ିଶାବାସୀଙ୍କୁ ଭ୍ରମିତ କରିବା ପାଇଁ ବିଜେଡି କାମ କରୁଛି ।  ଜଣେ ଅରୁଣ ଆଉ ଜଣେ ଅରୁଣଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରୁଛନ୍ତି ବୋଲି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି ।

    ପ୍ରକାଶ ଯେ, ନୟାଗଡ଼ ଯଦୁପୁରର ବହୁ ଚର୍ଚ୍ଚିତ  ‘ପରୀ’ ହତ୍ୟା ମାମଲାରେ ଏକ ନୂଆ ଖୁଲାସା ହୋଇଛି ।   ତାହା ହେଲା ଏସଆଇଟି ତଦନ୍ତ ମନିଟର ଲାଗି ସିଟିଂ ଜଜ ନିଯୁକ୍ତି ପାଇଁ ଚିଠି ଲେଖାଯାଇନି ।  ରାଜ୍ୟ ସରକାର ସିଟିଂ ଜଜ ନିଯୁକ୍ତି ପାଇଁ ହାଇକୋର୍ଟଙ୍କୁ ଚିଠି ଲେଖିନାହାନ୍ତି ।   ସୂଚନା ଅଧିକାର ଆଇନ ବଳରେ ହାଇକୋର୍ଟରୁ ପ୍ରାପ୍ତ ସୂଚନାରୁ ଏହା ଜଣାପଡ଼ିଛି ।  ସୂଚନା ଅଧିକାରୀ କର୍ମୀ ହେମନ୍ତ ପଣ୍ଡା ହାଇକୋର୍ଟରୁୁ ଏ ସମ୍ପର୍କିତ ତଥ୍ୟ ମାଗିଥିଲେ ।  ହେମନ୍ତଙ୍କ ଆବେଦନର ଉତ୍ତର ଗତ ୬ ତାରିଖରେ ହାଇକୋର୍ଟରୁ ଆସିଛି ।  ଏନେଇ ହାଇକୋର୍ଟର ଜନ ସୂଚନା ଅଧିକାରୀ ସୂଚନା ଦେଇଛନ୍ତି । ମାତ୍ର ନଭେମ୍ବର ୨୮ରେ ସରକାର ଚିଠି ଲେଖିଥିବା କଥା ପଦାକୁ ଆସିଥିଲା । ଗୃହ ବିଭାଗ ସ୍ୱତନ୍ତ୍ର ସଚିବ ହାଇକୋର୍ଟ ରେଜିଷ୍ଟ୍ରାରଙ୍କୁ ଚିଠି ଲେଖିଥିବା ପଦାକୁ ଆସିଥିଲା ।

     

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook