Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଧୋନିଙ୍କ ପାଖକୁ ଚାଟାର୍ଡ ବିମାନରେ ଯାଇଥିଲେ ପାଣ୍ଡ୍ୟା ଭ୍ରାତା, କାହିଁକି ଜାଣନ୍ତୁ

    Share on :
    ajab-Image
    Date: Jul 10, 2020    Views: 3494

    ମୁମ୍ବାଇ: ପାଣ୍ଡ୍ୟା ଭ୍ରାତା କୃନାଲ ଓ ହାର୍ଦ୍ଧିକ ଗତ ମଙ୍ଗଳବାର ମହେନ୍ଦ୍ର ସିଂହ ଧୋନିଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇବା ପାଇଁ ଉଦୋଦରାରୁ ଏକ ଚାଟାର୍ଡ ବିମାନରେ ରାଞ୍ଚିରେ ପହଞ୍ଚିଥିଲେ । ଏମାନଙ୍କ ସହ କୃନାଲଙ୍କ ପତ୍ନୀ ପଙ୍ଖୁରୀ ଏବଂ ହାର୍ଦ୍ଧିକଙ୍କ ପତ୍ନୀ ନତାସା ଷ୍ଟାନକୋଭିକ୍ ମଧ୍ୟ ଯାଇଥିଲେ । ବିମାନ ବନ୍ଦରରେ ପାଣ୍ଡ୍ୟାଙ୍କ ବିମାନ ସନ୍ଧ୍ୟା ପ୍ରାୟ ୫ଟା ଅବତରଣ କରିଥିଲା । ସେଠାରୁ ୧୦ କିମି ଦୂରରେ ଥିବା ଧୋନିଙ୍କ ଫାର୍ମ ହାଉସକୁ ସେମାନେ ସିଧାସଳଖ ଯାଇଥିଲେ । ଲକଡାଉନ କଟକଣା ଯୋଗୁଁ ସେମାନେ ମାସ୍କ ପିନ୍ଧିଥିବା ବେଳେ ସାମାଜିକ ଦୂରତା ବଜାୟ ରଖିଥିଲେ ଏବଂ ଫୁଲତୋଡ଼ା ଦିନିନିଆ କି ହାତ ମିଳାମିଳି ହୋଇନଥିଲେ । ଧୋନି ଏମାନଙ୍କ ପାଇଁ ବିମାନ ବନ୍ଦରରୁ ତାଙ୍କ ଫାର୍ମ ହାଉସକୁ ଯାତ୍ରା ପାଇଁ ସବୁ ବ୍ୟବସ୍ଥା କରିଥିଲେ । ଉଭୟ ଧୋନିଙ୍କ ସହ ଫାର୍ମ ହାଉସରେ ରାତ୍ରୀ ଯାପନ କରିଥିଲେ । ହେଲେ ନତାସା ଗର୍ଭବତୀ ଥିବାରୁ ଦୂରେଇ ରହିଥିଲେ ବୋଲି ଜଣାପଡ଼ିଛି ।
    ଉଭୟ ପାଣ୍ଡ୍ୟା ଭ୍ରାତା ସେମାନଙ୍କ ଏହି ଗସ୍ତ ବିଷୟରେ ବିସିସିଆଇ, ଆଇସିସିକୁ ସୂଚନା ଦେଇଥିଲେ । ଅନ୍ୟ ସମସ୍ତ ଲକଡାଉନ ନିଦେ୍ର୍ଧଶାବଳୀ ମଧ୍ୟ ଅନୁସରଣ କରିଛନ୍ତି । ରାଞ୍ଚିରେ ପହଞ୍ଚିବା ପରେ ସେଠାରେ ଥିବା ଲକଡାଉନ କଟକଣାକୁ ମାନିଥିଲେ । ୭୨ ଘଣ୍ଟାରେ ଫେରିବା ଲାଗି ମଧ୍ୟ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ।

    Maximum 500 characters

    ଖେଳ ଖବର View all

    Find Us on Facebook