Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ପାଳଙ୍ଗ ଜୁସ ପିଇବାର ଆଶ୍ଚର୍ୟ୍ୟଜନକ ଲାଭ

    Share on :
    ajab-Image
    Date: Oct 18, 2020    Views: 3047

    ପାଳଙ୍ଗ ଶାଗ ଖାଇବା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। ମାତ୍ର ପାଳଙ୍ଗକୁ ଜୁସ ଭାବେ ପିଇବା ଦ୍ୱାରା ଏହା ସ୍ୱାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ। ଏଥିରେ ଥିବା ଭିଟାମିନ ଓ ମିନେରାଲ୍ସ ଶରୀରକୁ ସୁସ୍ଥ ରଖିବା ସହ ସତେଜ ଓ ଶକ୍ତି ଯୋଗାଇଥାଏ।
    ପାଳଙ୍ଗରେ ମାଙ୍ଗାନିଜ, ଆଇରନ, ଆୟୋଡ଼ିନ, କ୍ୟାଲସିୟମ, ମ୍ୟାଗ୍ନେସିୟମ, ପୋଟାସିୟମ ଓ ଆବଶ୍ୟକୀୟ ଏମିନୋ ଏସିଡ଼ ମଧ୍ୟ ରହିଛି। ଏହା ଶରୀରକୁ ବିଭିନ୍ନ ସ୍ୱାସ୍ଥ୍ୟ ଜନିତ ସମସ୍ୟାରୁ ରକ୍ଷା କରିଥାଏ।
    ପାଳଙ୍ଗ ଜୁସ ନିୟମିତ ପିଇବା ଦ୍ୱାରା ଏହା କର୍କଟ ରୋଗରୁ ରକ୍ଷା ମିଳିଥାଏ।
    ପାଳଙ୍ଗରେ ଭିଟାମିନ ଏ ପ୍ରଚୁର ପରିମାଣରେ ଥିବାରୁ ଏହା ଦୃଷ୍ଟି ଶକ୍ତି ବୃଦ୍ଧି ପାଇଁ ସାହାଯ୍ୟ କରିଥାଏ।
    ପାଳଙ୍ଗରେ ଫାଇବର ଥିବାରୁ ଏହା ପେଟ ଜନିତ ବହୁ ସମ୍ୟା ଦୂର କରିଥାଏ।
    ଏହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରି ଥାଏ।
    ପାଳଙ୍ଗ ସେବନ କରିବା ଦ୍ୱାରା ସ୍ମରଣଶକ୍ତି ପ୍ରଖର ହୋଇଥାଏ।
    ଏଥିରେ ଆଣ୍ଟି-ଅକ୍ସିଡ଼ାଣ୍ଟ ଥିବାରୁ ତ୍ୱଚା ପାଇଁ ମଧ୍ୟ ଲାଭଦାୟକ।
    ଏହାକୁ ପିଇବା ଦ୍ୱାରା ଶରୀରକୁ ପ୍ରଚୁର ଆଇରନ ମିଳିଥାଏ।
    ପାଳଙ୍ଗ ଜୁସ ପିଇବା ଦ୍ୱାରା ହାଡ଼ ମଜଭୂତ ହୋଇଥାଏ। ମୋଟାପଣ ହ୍ରାସ ହୋଇଥାଏ।

    Maximum 500 characters

    ବିଶେଷ View all

    Find Us on Facebook