Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଭୁଲ ମାନଚିତ୍ର ଦେଖାଇଲା ପାକିସ୍ତାନ : ଏସସିଓ ବୈଠକ ଅଧାରୁ ଓହରିଲେ ଡୋଭାଲ

    Share on :
    ajab-Image
    Date: Sep 15, 2020    Views: 3645

    ନୂଆଦିଲ୍ଲୀ : ସାଂଘାଇ ସହଯୋଗୀ ସଙ୍ଗଠନ ପକ୍ଷରୁ ଅନୁଷ୍ଠିତ ବୈଠକରେ ପାକିସ୍ତାନ ପକ୍ଷରୁ ଭୁଲ ମାନଚିତ୍ର ପ୍ରଦର୍ଶନ କରାଯାଇଥିଲା । ଏହାର ପ୍ରତିବାଦରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏହି ବୈଠକରୁ ଓହରି ଯାଇଛନ୍ତି । ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ବୈଠକରେ ପାକିସ୍ତାନର  ସୁରକ୍ଷା ପରାମର୍ଶଦାତା ଏକ ବିବାଦୀୟ ମାନଚିତ୍ର ଦେଖାଇଥିଲେ । ଏହାର ପ୍ରତିବାଦରେ ଅଜିତ ଡୋଭାଲ ତୁରନ୍ତ ବୈଠକରୁ ଓହରି ଯାଇଥିଲେ । ଋଷ ପକ୍ଷରୁ ଏହି ବୈଠକରେ ଅଧ୍ୟକ୍ଷତା କରାଯାଇଥିଲା । ବିଗତ କିଛି ଦିନ ହେବ ମାନଚିତ୍ରର ଭୁଲ ନକ୍ସା ପାକିସ୍ତାନ ପ୍ରଦର୍ଶିତ କରିବାର ଚେଷ୍ଟା କରୁଛି ବୋଲି ବୈଦେଶିକ ମନ୍ତ୍ରାଳୟ ପ୍ରବକ୍ତା ଅନୁରାଗ ଶ୍ରୀବାସ୍ତବ କହିଛନ୍ତି । ଏହି ବୈଠକରେ ଭାରତ ଓ ପାକିସ୍ତାନ ବ୍ୟତିତ ଋଷ, ଚୀନ, କାଜାକିସ୍ତାନ, କିର୍ଗିସ୍ତାନ, ତିଜିକିସ୍ତାନ, ଉଜବେକିସ୍ତାନ, ଆଫଗାନିସ୍ତାନ, ବେଲାଋଷ, ଇରାନ ଏବଂ ମଙ୍ଗୋଲିଆର ରାଷ୍ଟ୍ରୀୟ ପରାମର୍ଶଦାତା ଯୋଗ ଦେଇଥିଲେ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook