Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଯାହା କରାଯାଇଛି, ଠିକ କରାଯାଇଛି: ପରିବହନ ମନ୍ତ୍ରୀ

    Share on :
    ajab-Image
    Date: May 17, 2020    Views: 3349

    ଭୁବନେଶ୍ୱର: ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭାଟ ବଢାଯାଇଛି । ମଝିରେ ତେଲ ଦର କମିଥିଲା, ଏବେ ଯାହା କରାଯାଇଛି ତାହା ଠିକ କରାଯାଇଛି ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ।  ପେଟ୍ରୋଲ ଓ ଡିଜେଲ ଦର ଉପରେ ଭାଟ ବଢାଯିବା ପ୍ରସଙ୍ଗରେ  ରାଜ୍ୟ ସରକାରଙ୍କୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଟାର୍ଗେଟ କରିବା ପରେ ମନ୍ତ୍ରୀ ଶ୍ରୀ ବେହେରା ଏଭଳି କହିଛନ୍ତି । 
    ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ଯେ,  ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭାଟ ବଢାଯାଇଛି ।  ମଝିରେ ତେଲ ଦର କମିଥିଲା, ଏବେ ଯାହା କରାଯାଇଛି ତାହା ଠିକ କରାଯାଇଛି ।  କାହାକୁ ବାଧିଲା ଭଳି ବୃଦ୍ଧି କରାଯାଇ ନାହିଁ ବୋଲି ସେ କହିଛନ୍ତି । 

    ପୂର୍ବରୁ ନିରଞ୍ଜନ ପଟ୍ଟନାୟକ ପେଟ୍ରୋଲ ଓ ଡିଜେଲ ଦର ଉପରେ ଭାଟ ବୃଦ୍ଧି ପ୍ରସଙ୍ଗରେ  ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଥିଲେ ଯେ, ତୈଳ ଦର ବଢାଇ ସରକାର ଲୋକଙ୍କୁ ଲୁଟୁଛନ୍ତି ।  ସାରା ବିଶ୍ୱରେ ଅଶୋଧିତ ତୈଳ ଦର ମୂଲ୍ୟ ବ୍ୟାରେଲ ପିଛା ୧୧୦ ଟଙ୍କା ଥିଲା ।  ପେଟ୍ରୋଲରେ କେନ୍ଦ୍ରର ଭାଗ ୩୩ ଓ ରାଜ୍ୟର ଭାଗ ୧୭ ଟଙ୍କା । ଡିଜେଲରେ କେନ୍ଦ୍ରର ୩୨ ଓ ରାଜ୍ୟ ୧୪ ଟଙ୍କା ପାଉଛି ।  କେନ୍ଦ୍ର ହେଉଛି ବୋଝ ଓ ରାଜ୍ୟ ନଳିତା ବିଡ଼ା ବୋଲି   ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ । 

    ପ୍ରକାଶ ଯେ, ଓଡ଼ିଶାରେ ପେଟ୍ରାଲ ଲିଟର ପିଛା ୩ଟଙ୍କା ୧ ପଇସା ବୃଦ୍ଧି ଘଟିଛି । ଡିଜେଲ ୧ଟଙ୍କା ୩ ପଇସା ମହଙ୍ଗା ହୋଇଛି ।  ରାଜ୍ୟ ସରକାର ପେଟ୍ରୋଲ ଉପରେ ୬% ଓ ଡିଜେଲ ଉପରେ ୨% ଭାଟ ବଢାଇଥିବାରୁ ତେଲ ଦର ଏଭଳି ମହଙ୍ଗା ହୋଇଛି ।  ଓଡ଼ିଶା ସରକାର ପେଟ୍ରୋଲ ଉପରେ ଭାଟ(ମୂଲ୍ୟଯୁକ୍ତ କର) ୨୬%ରୁ ୩୨%କୁ ବୃଦ୍ଧି କରିଛନ୍ତି । ଏହା ଅର୍ଥ  ପେଟ୍ରାଲ ଲିଟର ପିଛା ୩ଟଙ୍କା ୧ ପଇସା ବଢିବ । ସେହିପରି ଡିଜେଲ ଉପରେ ଭାଟ ପରିମାଣ ୨୬%ରୁ ୨୮%କୁ ବଢାଇଛନ୍ତି । ଅର୍ଥାତ ଡିଜେଲ ମୂଲ୍ୟ ଲିଟର ପିଛା  ୧ଟଙ୍କା ୩ ପଇସା ମହଙ୍ଗା ହେବ । 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook