Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଚୁନା ଥିଲେ ତ ପିଠା କରିବୁ: ପଦ୍ମନାଭ

    Share on :
    ajab-Image
    Date: Jun 1, 2020    Views: 4330

    ଭୁବନେଶ୍ୱର:  ଚୁନା ଥିଲେ ତ ପିଠା କରିବୁ । ସୋମବାର ଏଭଳି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ମୋଟର ଚାଳକ ସଂଘର ଆନେ୍ଦାଳନ ପରିପ୍ରେକ୍ଷୀରେ ନିଜ ପ୍ରତିକ୍ରିୟା ରଖି ଶ୍ରୀ ବେହେରା ଏହା କହିଛନ୍ତି ।

     ସେ କହିଛନ୍ତି ଯେ, ସଂଘର ଦାବି ଯୁକ୍ତିଯୁକ୍ତ । ସେମାନଙ୍କ ପାଇଁ ବୀମା ଆବଶ୍ୟକ ରହିଛି ।  ଏନେଇ ସେମାନେ ଲିଖିତଭାବେ ଜଣାଇଥିବାବେଳେ ଦାବି ମୁଖ୍ୟମନ୍ତ୍ରୀଙ୍କ ବିଚାରାଧୀନ ରହିଛି । 
    ତେବେ ଆର୍ଥିକ ସ୍ଥିତି ଦେଖି ଏନେଇ ନିଷ୍ପତ୍ତି ନିଆଯିବ ବୋଲି କହିବା ସହ ପାଖରେ ଚୁନା ଥିଲେ ତ ପିଠା କରିବୁ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ।

    ଏହାଛଡ଼ା ସେ କହିଛନ୍ତି ଯେ,  ରାଜ୍ୟର ରାଜସ୍ୱ ଆଦାୟ କମିଯାଇଛି । ସମସ୍ତଙ୍କ ଦରମା କାଟ ଚାଲିଛି ।  ଆମେ ବି ଦରମା ପାଉନୁ । ୭୦% ଦରମା ଆମର ବି କଟିଛି ।  ବିଧାୟକ ପାଣ୍ଠି ବନ୍ଦ । ସମସ୍ତେ କରୋନା ତାଲା ବନ୍ଦରେ ପ୍ରଭାବିତ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି । 

      ପ୍ରକାଶ ଯେ,  ୩ ମାସର କ୍ଷତିପୂରଣ ସମେତ ୫୦ ଲକ୍ଷ ଟଙ୍କାର ବୀମା କଲ୍ୟାଣ ପାଣ୍ଠି ଓ ଶ୍ରମ ବିଭାଗ ଦ୍ୱାରା ପରିବହନ କର୍ମଚାରୀ ମାନ୍ୟତା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛି  ଓଡିଶା ମୋଟର ଚାଳକ ସଂଘ  । ଧର୍ମଘଟରେ ଗାଡି ଗାଡି ଡ୍ରାଇଭର, କଣ୍ଡକ୍ଟର, ହେଲପର ସମେତ ସମସ୍ତ କର୍ମଚାରୀ ସାମିଲ ହୋଇଛନ୍ତି । ଏହା ସହ କର୍ମଚାରୀଙ୍କୁ କରୋନା ଯୋଦ୍ଧା ଘୋଷଣା କରିବା ସହ ୧ କୋଟି ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କଲେ କର୍ମଚାରୀ କାର୍ୟ୍ୟ ଆରମ୍ଭ କରିବେ ବୋଲି କହିଛନ୍ତି । ଫଳରେ ବସ ଚଳାଚଳ ବାଧାପ୍ରାପ୍ତ ହୋଇଛି । ସେପଟେ ଧର୍ମଘଟ ଯୋଗୁଁ କାକଟପୁର ଅସ୍ତରଙ୍ଗ, କୋଣାର୍କ ଓ ପିପିଲିରୁ କୌଣସି ବସ ଚଳାଚଳ କରୁନାହିଁ । ମା ରାମଚଣ୍ଡୀ ବସ କର୍ମଚାରୀ ସଂଘର ଡ୍ରାଇଭର ହେଲପୁର ଓ କଣ୍ଡକ୍ଟର ସାମିଲ ହୋଇଛନ୍ତି । ଦାବି ପୂରଣ ହେଲେ ହିଁ ବସ ଚଳାଚଳ କରିବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook