Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ସହିଦନଗର ଭବାନୀ ମଲ ନିକଟରେ ବିଏମସି ସ୍ପେଶାଲ ସ୍କ୍ୱାଡର ଚଢଉ, ୫୦ ଲକ୍ଷର ପଲିଥିନ ଜବତ

ପୁଲିସ କବଳରୁ ବାଳ ଅପରାଧୀ ଛୁ

୫-ଟି କୃଷି ବିଭାଗ

୫-ଟିରେ ସାମିଲ ହେବ ଉଚ୍ଚଶିକ୍ଷା ବିଭାଗ

ତେଲେଙ୍ଗାନା ଏନକାଉଣ୍ଟରର ବିଚାର ବିଭାଗୀୟ ତଦନ୍ତ ନିଦେ୍ର୍ଧଶ

ଏସଆଇଙ୍କ ଘରେ ଭିଜିଲାନ୍ସ ଚଢାଉ

ଘର ଭିତରୁ ମହିଳାଙ୍କ ଝୁଲନ୍ତା ମୃତ ଦେହ ଠାବ

୩୨ ଦାଦନ ଶ୍ରମିକ ଉଦ୍ଧାର

banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ନଭେମ୍ବର ୧ରୁ ଖରିଫ୍ ଧାନ ସଂଗ୍ରହ

    Share on :
    ajab-Image
    Date: Oct 30, 2019    Views: 1122

    - ଚଳିତ ବର୍ଷ ୬୦ ଲକ୍ଷ ମାଟ୍ରିକ୍ ଟନ୍ ଧାନ କିଣିବା ଲକ୍ଷ୍ୟ
    ଭୁବନେଶ୍ୱର : ଆସନ୍ତା ନଭେମ୍ବର ୧ ତାରିଖ ଠାରୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଖରିଫ ଧାନ ସଂଗ୍ରହ କରିବା ପାଇଁ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତି ନିଆଯାଇଛି । ଚଳିତ ବର୍ଷ ୬୦ ଲକ୍ଷ ମାଟ୍ରିକ୍ ଟନ୍ ଧାନ ସଂଗ୍ରହ କରାହେବ ।

    ବୁଧବାର ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଧାନ କିଣା କମିଟି ବୈଠକରେ ଏ ବିଷୟରେ ନିଷ୍ପତି ହୋଇଛି  । ଧାନ କିଣା ପାଇଁ କରାଯାଇଥିବା ପ୍ରଶାସନିକ ପ୍ରସ୍ତୁତିର ସମୀକ୍ଷା କରି ଧାନ କିଣାର ୪୮ ଘଂଟା ମଧ୍ୟରେ ଧାନର ମୂଲ୍ୟ ସଂପୃକ୍ତ ·ଷୀମାନଙ୍କର ବ୍ୟାଙ୍କ୍ ଖାତାରେ ସିଧାସଳଖ ଜମା କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗଙ୍କୁ ନିଦେ୍ର୍ଧଶ ଦେଇଥିଲେ । ଦକ୍ଷତା ଓ ଭିତିଭୂମି ଭିତିରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଧାନ କିଣାରେ ସାମିଲ କରିବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ନିଦେ୍ର୍ଧଶ ଦେଇଥିଲେ । ଚଳିତ ବର୍ଷ ୯ଟି ଜିଲ୍ଲାରେ ପ୍ରାୟ ୧୫୦ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଏହି ପ୍ରକ୍ରିୟାରେ ସାମିଲ କରିବା ପାଇଁ ବୈଠକରେ ନିଷ୍ପତି ହୋଇଥିଲା  । ଧାନ କିଣା ପ୍ରକ୍ରିୟାକୁ ମଧ୍ୟସ୍ଥ ଏବଂ ଟ୍ରେଡର ଦଲାଲ ମୁକ୍ତ ରଖିବା ପାଇଁ ଏହାକୁ ସଂପୂଣ୍ଣ ର୍ଭାବେ ·ଷୀଙ୍କ ଆଧାର ନମ୍ବର ଭିତିକ କରିବାକୁ ବୈଠକରେ ନିଷ୍ପତି ହୋଇଥିଲା  ।

    ଏହି ବୈଠକରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଶାସନ ସଚିବ ଶ୍ରୀ ବିର ବିକ୍ରମ ଯାଦବ ଜଣାଇଥିଲେ ଯେ ଚଳିତ ବର୍ଷ ଧାନ ବିକ୍ରୀ କରିବା ପାଇଁ ପି-ପାସ୍ ବ୍ୟବସ୍ଥାରେ ପ୍ରାୟ ୧୨.୩୫ ·ଷୀ ପଞ୍ଜୀକୃତ ହୋଇଛନ୍ତି  । ଚଳିତ ବର୍ଷ ଧାନ କିଣା ନଭେମ୍ବର ଠାରୁ ଆରମ୍ଭ ହୋଇ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ·ଲିବ । ଧାନ କିଣାରେ କ୍ଷୁଦ୍ର ଓ ନାମମାତ୍ର ·ଷୀ ଏବଂ ଭାଗ·ଷୀ ମାନଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଚଳିତ ଋତୁରେ ୨୬୬୮ଟି ପ୍ରାଥମିକ କୃଷି ସମବାୟ ସମିତି (ପାକ୍ସ୍) ଏଥିରେ ସାମିଲ ହେବେ । କ୍ରୟ ପ୍ରକ୍ରିୟାକୁ ମଧ୍ୟ ଅନ୍ ଲାଇନ୍ କରାଯିବ । କେବଳ ନିର୍ଭର ଯୋଗ୍ୟ ଇଂଟରନେଟ୍ ବ୍ୟବସ୍ଥା ନଥିବା ୧୨୫ଟି ପାକ୍ସ୍ ରେ ଅଫ୍-ଲାଇନ୍ ବ୍ୟବସ୍ଥା ରହିବ  ।

     ପ୍ରାପ୍ତ ସୂଚନାରୁ ଜଣାପଡିଛି, ଗତ ଋତୁରେ କଳାହାଣ୍ଡି ଜିଲ୍ଲାରେ ୧୭ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଧାନ କିଣାରେ ପରୀକ୍ଷା ମୂଳକଭାବେ ସାମିଲ କରାଯାଇଥିଲା  । ତାହାର ସଫଳତା ଭିତିରେ ଚଳିତ ଋତୁରେ ବରଗଡ, ଭଦ୍ରଖ, ବଲାଙ୍ଗିର, ଗଞ୍ଜାମ, କଳାହାଣ୍ଡି, କୋରାପୁଟ, ନୂଆପଡା, ସମ୍ବଲପୁର ଏବଂ ସୁବଣ୍ଣ ର୍ପୁର ଆଦି ଜିଲ୍ଲାରେ ୧୫୦ ଗୋଷ୍ଠୀଙ୍କୁ ସାମିଲ କରାଯିବ । ବୈଠକରେ ଧାନ କିଣାରେ ଅଂଶଗ୍ରହଣକାରୀ ମିଲର୍ ମାନଙ୍କ ପାଇଁ ସର୍ତାବଳୀ ନିର୍ଦ୍ଧିଷ୍ଟ କରାଯାଇଥିଲା । ପୂର୍ବରୁ ନେଇଥିବା ଧାନ ବାବଦରେ ୧୦୦% ଭାଗ ·ଉଳ ଦେଇନଥିବା କିମ୍ବା ଯୋଗାଣ ନିଗମର ହିସାବପତ୍ର ବାକି ରଖିଥିବା ମିଲର୍ ମାନଙ୍କୁ ଚଳିତ ଋତୁରେ ଧାନ କିଣିବାକୁ ଅନୁମତି ଦିଆଯିବନାହିଁ  । ସର୍ବନିମ୍ନ ସହାୟକ ମୂଲ୍ୟଭାବେ ସାଧାରଣ ଧାନର ମୂଲ୍ୟ କ୍ୱିଂଟାଲ୍ ପିଛା ୧୮୧୫ ଟଙ୍କା ଏବଂ ଏ-ଗ୍ରେଡ୍ ଧାନର ମୂଲ୍ୟ ୧୮୩୫ ଟଙ୍କା ଧାର୍ଯ୍ୟ କରାଯାଇଛି  । ଧାନ କିଣା ପାଇଁ ୩୩୧୧ଟି ମଣ୍ଡି, ୨୫୯ଟି ଡିପୋ ଏବଂ ୧୩୦୦ ମିଲରଙ୍କୁ ତାଲିକା ଭୁକ୍ତ କରାଯାଇଛି  ।

     କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୌରଭ ଗର୍ଗ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଶାସନ ସଚିବ ଶ୍ରୀ ବିର ବିକ୍ରମ ଯାଦବ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଶାସନ ସଚିବ ଶ୍ରୀ ମନୋଜ ମିଶ୍ର ମିଶନ ଶକ୍ତି ନିଦେ୍ର୍ଧଶିକା ଶ୍ରୀମତୀ ସୁଜାତା କାର୍ତିକେୟନ୍ଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀ ମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ  । 

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook