Share on :
0
Date: Jan 26, 2021 Views: 4747
ଭୁବନେଶ୍ୱର : ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଜି ପବିତ୍ର ସାଧାରଣତନ୍ତ୍ର ଦିବସ କଂଗ୍ରେସ ଭବନ ଭୁବନେଶ୍ୱରଠାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ପତାକା ଉତୋଳନ କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଜାତୀୟ ପତାକା ଉତୋଳନ କରି ଉପସ୍ଥିତ କଂଗ୍ରେସ ନେତୃବୃନ୍ଦ, କର୍ମୀ ଓ ସାଧାରଣ ଜନତାଙ୍କୁ ଉଦ୍ବୋଧନ ଦେଇ କହିଲେ ଯେ, ମହାମନିଷୀ ମାନେ ଓ ସ୍ୱାଧୀନତା ସଂଗ୍ରାମୀମାନେ ସେମାନଙ୍କର ପ୍ରାଣବଳି ଦେଇ ଦେଶକୁ ସ୍ୱାଧୀନତା ଆଣିଦେଇଥିଲେ । କିନ୍ତୁ ସେମାନେ ଦେଖିଥିବା ସ୍ୱପ୍ନ ଆଜି ସଂପୂର୍ଣ୍ଣଭାବେ ସାକାର ହୋଇପାରି ନାହିଁ । ଯେଉଁ ଲକ୍ଷ୍ୟ ନେଇ ଦେଶର ଗଣତନ୍ତ୍ରକୁ ସୁଦୃଢ଼ କରିବା ପାଇଁ ଉଦ୍ୟମ କରାଯାଇଥିଲା ଆଜି ସେହି ଗଣତନ୍ତ୍ରର କଣ୍ଠରୋଧ କରାଯାଉଛି । ସମ୍ବିଧାନ ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ଆଜି ସମସ୍ତେ ଆଗେଇ ଆସିବାକୁ ଶ୍ରୀ ପଟ୍ଟନାୟ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସେବାଦଳ ପକ୍ଷରୁ ଜ୍ୟୋତିଷ ସାହୁ ଓ ଏମ୍.ଡି. ଶାହାଦୁଲ୍ଲା ପରିଚାଳନା କରିଥିଲେ ।
ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଓଡିଶାରୁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରି ପଦ୍ମବିଭୂଷଣ ଓ ପଦ୍ମଶ୍ରୀ ସମ୍ମାନ ପାଇବାକୁ ବିବେଚିତ ହୋଇଥିବା ସର୍ବଶ୍ରୀ ସୁଦର୍ଶନ ସାହୁ, ରଜତ କୁମାର କର, କି୍ରଷ୍ଣ ମୋହନ ପାଠୀ, ଶାନ୍ତି ଦେବୀ, ପୂର୍ଣ୍ଣବାସୀ ଜାନୀ ଓ ନନ୍ଦକିଶୋର ପୃଷ୍ଟିଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ସେମାନଙ୍କର ଉତରୋତର କାମନା କରିଛନ୍ତି । ସେହିଭଳି ରାଜ୍ୟ ପୋଲିସ ବିଭାଗରେ ନିଷ୍ଠାର ସହ କାର୍ଯ୍ୟ କରି ରାଜ୍ୟପାଳ ପଦକ ପାଇଥିବା ୨୦ ଜଣ ପୋଲିସ ଅଧିକାରୀଙ୍କୁ ମଧ୍ୟ ଶ୍ରୀ ପଟ୍ଟନାୟକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ସର୍ବଶ୍ରୀ ଜୟଦେବ ଜେନା, ରାମଚନ୍ଦ୍ର ଖୁଂଟିଆ, ଅନନ୍ତ ପ୍ରସାଦ ସେଠୀ, ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ଶୁଭେନ୍ଦୁ ମହାନ୍ତି, ବିପିନ୍ ଦାସ, କିଶୋର ଜେନା, ଅମୀୟ ପଟ୍ଟନାୟକ, ମନୋରଞ୍ଜନ ଦାଶ, ବିଶ୍ୱଜିତ ଦାସ, ସ୍ମୃତିରଂଜନ ଲେଙ୍କା, ୟାସିର ନୱାଜ, ରଶ୍ମି ମହାପାତ୍ର, ସଂଜୟ ମିଶ୍ର, ହଳଧର ସେଠୀ, ସନ୍ଧ୍ୟା ମହାପାତ୍ର, ପଦ୍ମାକର ଗୁରୁ, ଜିଆଉଲ୍ ହକ୍, ବାଙ୍କନିଧି ବେହେରା, ଦୀପକ ମହାପାତ୍ର, ମନୋରଞ୍ଜନ ରାଉତରାୟ, ସ୍ୱାଧିନବାଳା ଦାସ, ଲିଙ୍ଗରାଜ ସାହୁ, ମଧୁସ୍ମିତା ସେଠୀ, ସୁବ୍ରତ ମହାପାତ୍ର, ମନୋଜ ନାୟକ, ମୋହନ ଜେନା, ଜୟନ୍ତ ଭୋଇ, କୁସୁମ ପ୍ରଧାନ, ଶି୍ରୟାସ୍ମିତା ପଣ୍ଡା, ଦେବୀପ୍ରସାଦ ବାହାଲିଆ, ମାନସ ଆଚାର୍ଯ୍ୟ, ରଜନୀ ମହାନ୍ତି, କନକଲତା ମଲିକ, ପ୍ରକାଶ ମିଶ୍ର, ଭାସ୍କର ସେଠୀ, କୁଳମଣି ସାହୁ, ନଳିନୀ ବେହେରା, ଜୟକୃଷ୍ଣ ମଲିଆ, ଚୈତାଳି ପଟ୍ଟନାୟକ, ସଂକୁନା କହଁର, ଜୟକୃଷ୍ଣ ସୁବୁଦ୍ଧି, ସୁବାସ ପ୍ରଧାନ, ସୁଶାନ୍ତ ତି୍ରପାଠୀ, ରାଜକିଶୋର ବାରିକ, କୈଳାସ ସାହୁ, କହ୍ନେଇ ସେଠୀ, ସୁଭଦ୍ରା ମିଶ୍ର, ଅଶୋକ ଦାସ, ଅଜୟ ମହାନ୍ତି, ପ୍ରକାଶ ମହାନ୍ତି, ଖଗେଶ୍ୱର ମଲିକ, ଝୁଲିଆ ବାରିକ, ରବିନ୍ଦ୍ର ବେହେରା, ସନ୍ଧ୍ୟାରାଣୀ ଦାସ, ରଂଜିତ ପାତ୍ର, ତାପସ ସେଠୀ, ମୁନି ଥାପା, ମନୋରଂଜନ କୁଣ୍ଡୁ, ଗୋକୁଳାନନ୍ଦ ମହାପାତ୍ର, ସୁଚନ୍ଦ୍ର ବାରିକ, ରମେଶ ପାତ୍ର, ବାଦଲ ମଲିକ, ଭୀମସେନ ଭୋଇ ପ୍ରମୁଖ ବହୁ ନେତୃବୃନ୍ଦ ଓ କର୍ମୀ ଅଂଶଗ୍ରହଣ କରିଥିଲେ ।
Comments ସମସ୍ତ ମତାମତ