ମୁଖ୍ୟ ଖବର
ଭୁବନେଶ୍ୱର: ପିଆଜ ବିନା ହାଣ୍ଡିଶାଳ ଚିନ୍ତା କରାଯାଇପାରେନା । ପିଆଜ କାଟିଲେ ଲୁହ ବାହାରିବା ଥୟ । ହେଲେ ଏବେ ପିଆଜ କିଣିଲେ ଆଖିରୁ ଲୁହ ବାହାରୁଛି । ପିଆଜ କିଲୋ ଏବେ ୭୦ । ତେବେ ଏହି ଦର ଆହୁରି ୧୦ ଟଙ୍କା ବଢିପାରେ । ପିଆଜ ଦର ବୃଦ୍ଧି ନେଇ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିଜ ପ୍ରତିକ୍ରିୟାରେ ଏହା କହିଛନ୍ତି ।
ସେ କହିଛନ୍ତି ଯେ, ଆନ୍ଧ୍ର, କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ବର୍ଷା ହେଉଥିବାରୁ ପିଆଜ ଆସୁନି । ସେଠାରୁ ପିଆଜ ଆସୁନଥିବାରୁ ଦର ବଢିଛି । ଆଗକୁ ପିଆଜ ଦର ଆହୁରି ୬ରୁ ୧୦ ଟଙ୍କା ବୃଦ୍ଧି ହୋଇପାରେ । ତେବେ ରାଜ୍ୟ ସରକାର ରିହାତି ଦରରେ ପିଆଜ ଯୋଗାଇବାକୁ ଚିନ୍ତା କରୁଛନ୍ତି । ଏନେଇ ଖୁବ ଶୀଘ୍ର ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।
Comments ସମସ୍ତ ମତାମତ