Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ୧୨୦ ବର୍ଷ ହେଲା ଭୂଲମ୍ବ ଭାବେ ଭାସମାନ!

    Share on :
    ajab-Image
    Date: Nov 6, 2019    Views: 587

    ପୋତାଯାଇଥିବା ଭଳି ଦିଶୁଥିଲେ ହେଁ ଏହି ଶୁଖିଲା କାଠ ଗଣ୍ଡିଟି ପ୍ରକୃତରେ ଭାସମାନ ଅବସ୍ଥାରେ ୧୨୦ ବର୍ଷ ହେଲା ଅଛି । ଭୂଲମ୍ବ ଭାବେ ଭାସମାନ ଅବସ୍ଥା ନିଶ୍ଚିତ ଭାବେ ବିସ୍ମୟକର । ତେବେ, ବିଜ୍ଞାନୀଙ୍କ ପାଖରେ ସୁଦ୍ଧା ଏହାର ଉତ୍ତର ନାହିଁ । ଏହା କିପରି ସମ୍ଭବ ହୋଇଛି, କେହି କହିପାରୁନାହାନ୍ତି । ଏହି କାଠ ଗଣ୍ଡିଟି ‘ଓଲଡମ୍ୟାନ ଅଫ୍ ତ ଲେକ୍’ ଭାବେ ନାମିତ । ୧୮୯୬ ରେ ସେଇଟିକୁ ଓରିଗନ୍ର କ୍ରେଟର ଲେକ (ଯୁକ୍ତରାଷ୍ଟ୍ର ଆମେରିକାର ଗଭୀରତମ ହ୍ରଦ ଏବଂ ବିଶ୍ୱର ନବମ ଗଭୀରତମ ହ୍ରଦ) ରେ ଠାବ କରିଥିଲେ ଭୂତତ୍ତ୍ୱ ବିଜ୍ଞାନୀ ଜୋସେଫ ଡାଇଲର୍ । ପାଞ୍ଚ ବର୍ଷ ପରେ ଗଣ୍ଡିଟି ମୂଳ ସ୍ଥାନରୁ ପ୍ରାୟ ଚାରି ଶହ ମିଟର ଦୂରକୁ ଘୁଞ୍ଚିଥିବା ମଧ୍ୟ ସେ ଆବିଷ୍କାର କରିଥିଲେ । ଗଣ୍ଡିଟି ସମ୍ଭବତଃ ହେମଲନ୍ ବୃକ୍ଷର । ସେଇଟି ୪୫୦ ବର୍ଷ ପୁରୁଣା ବୋଲି କାର୍ବନ ଡେଟିଂ ପରୀକ୍ଷାରୁ ଜଣାପଡ଼ିଛି । ଗଣ୍ଡିଟିର ଲମ୍ବ ନଅ ମିଟର ଏବଂ ଗୋଲେଇ ଏକଷଠି ସେଣ୍ଟିମିଟର । ଭୂସ୍ଖଳନ ଯୋଗୁଁ ଗଛଟି ଧରାଶାୟୀ ହୋଇ ହ୍ରଦ ଭିତରକୁ ଆସିଥାଇପାରେ । କାଳକ୍ରମେ କ୍ଷୟ ହୋଇଚାଲିଛି । ତେବେ, ଭୂଲମ୍ବ ଅବସ୍ଥାରେ କିପରି ରହିଛି, ସମସ୍ତଙ୍କୁ ବିସ୍ମିତ କରି ରଖିଛି ।

    Maximum 500 characters

    ବିଶେଷ View all

    Find Us on Facebook